ଆକର୍ଷଣ ସାଜିବ ମିସାଇଲ୍‌ ତୋରଣ

ଭୁବନେଶ୍ୱର, ୧।୧୦ (ବ୍ୟୁରୋ): ପାର୍ବଣରେ ଦେବୀ ଦୁର୍ଗାଙ୍କୁ ଆବାହନ କରିବାକୁ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଶନିବାର ଷଷ୍ଠୀଠାରୁ ରୀତିନୀତି ଆରମ୍ଭ ହେଉଥିବାରୁ ଚଳଚଞ୍ଚଳ ହୋଇ ପଡିଛି ଗାଁରୁ ସହର। ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସରିଥିବାବେଳେ ଅପେକ୍ଷା କେବଳ ମା’ଙ୍କ ଆଗମନକୁ। ହିନ୍ଦୁ-ମୁସଲିମ୍‌ ଭାଇଚାରର ପ୍ରତୀକ ପାଇଁ ଚର୍ଚ୍ଚାରେ ରହି ଆସିଥିବା ୟୁନିଟ-୮ ହରପାର୍ବତୀ ପୂଜା କମିଟି ଏଥର ମଧ୍ୟ ପ୍ରତିଯୋଗିତାମୂଳକ ପ୍ରସ୍ତୁତିରୁ ବାଦ୍‌ ପଡିନି। ଚଳିତ ବର୍ଷ ୩୫ବର୍ଷରେ ପଦାର୍ପଣ କରିଥିବା ଏହି କମିଟି ପୂଜା ପାଇଁ ୭ଲକ୍ଷ ଟଙ୍କା ବଜେଟ ରଖାଯାଇଛି। କମ୍‌ ଖର୍ଚ୍ଚରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଦେଶର ସାମରିକ ଶକ୍ତିର ପ୍ରଦର୍ଶନ ସ୍ବରୂପ ‘ମିସାଇଲ୍‌’ ଆକୃତିର ତୋରଣ ଆକର୍ଷଣ ସାଜିଛି। ଏଥିରେ ସାମରିକ ଶକ୍ତିର ବିଭିନ୍ନ ଚିତ୍ର ସ୍ଥାନ ପାଇବା ସହିତ ତ୍ରିରଙ୍ଗା ପତାକାରେ ମଣ୍ଡପକୁ ସଜାଯାଇଛି। ତୋରଣର ଉଚ୍ଚତା ୪୦ ଫୁଟ ଥିବାବେଳେ ଓସାର ୪୬ ଫୁଟ ରହିଛି। ସେହିପରି କମିଟି ପକ୍ଷରୁ ପ୍ରତିବର୍ଷ ଏଠାରେ ଦେବୀ ଦୁର୍ଗାଙ୍କ ବଦଳରେ ହରପାର୍ବତୀଙ୍କ ମୂର୍ତ୍ତି ପୂଜା କରାଯାଏ। ମୂର୍ତ୍ତିର ଉଚ୍ଚତା ୧୨ଫୁଟ ହୋଇଥିବାବେଳେ ମା’ ଏବଂ ପାର୍ଶ୍ୱ ଦେବାଦେବୀଙ୍କୁ ରୂପାର ଅଳଙ୍କାରରେ ଭୂଷିତ କରାଯିବ। ରୀତିନୀତି ଅନୁଯାୟୀ ଷଷ୍ଠୀ ରାତିରୁ ପୂଜାପାଠ ଆରମ୍ଭ ହୋଇ ସପ୍ତମୀରେ ହାଲୁଆ ଭୋଗ ଓ ଦଶମୀରେ ଖେଚୁଡି ଭୋଗ ଲାଗିବ। ସେହିପରି ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ଭଜନ, ମେଲୋଡି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କମିଟି ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ୫ଟି ସିସିଟିଭି କ୍ୟାମେରା ଓ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଛି। ପ୍ରତିବର୍ଷ ରାଜ୍ୟପାଳ ଏହି ମଣ୍ଡପକୁ ଦର୍ଶନ ପାଇଁ ଆସିଥାନ୍ତି। ଏଥର ମଧ୍ୟ କମିଟି ପକ୍ଷରୁ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରାଯାଇଛି। ଭସାଣିରେ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ଠାକୁରଙ୍କୁ ମେଲାଣି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

ସମ୍ବଲପୁର ଯୁଯୁମୁରା ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା: ମହିଳା ଓଏଏସ୍ ଟ୍ରେନିଙ୍କ ସମେତ ୨ ମୃତ, ୧୨ ଆହତ

ସମ୍ବଲପୁର,୧୫|୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଜାତୀୟ ରାଜପଥ-୫୫ରେ ସମ୍ବଲପୁର ପଟକୁ ଯାଉଥିବା ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri