ସବ୍‌ଡିଭିଜନ ଦାବିରୁ ନଜର ହଟାଇବାକୁ ତୋରଣ

ପଟ୍ଟାମୁଣ୍ଡାଇ,୧୫।୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇର ଐତିହ୍ୟ ପରମ୍ପରା ଓ ମର୍ଯ୍ୟାଦା କ୍ଷୂର୍ଣ୍ଣ କରିବାକୁ ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି। ସବ୍‌ଡିଭିଜନ ମାନ୍ୟତା ଦାବିରୁ ନଜର ହଟାଇବାକୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ପ୍ରବେଶ ପଥରେ ପ୍ଲମ୍ବିଂ ସହର ତୋରଣ ରାସ୍ତାରେ ଲଗାଯାଇଛି। ଏହାକୁ ପୌରାଞ୍ଚଳବାସୀଙ୍କ ସହ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୧୯୫୧ରୁ ପଟ୍ଟାମୁଣ୍ଡାଇକୁ ନିର୍ବାଚନ ମଣ୍ଡଳୀ ଘୋଷଣା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୦୯ରେ ଏହାକୁ ଉଚ୍ଛେଦ କରାଯାଇଛି। ଫଳରେ ପଟ୍ଟାମୁଣ୍ଡାଇର ସ୍ବାଭିମାନ ଓ ମର୍ଯ୍ୟାଦା ବଜାଇ ରଖିବାକୁ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ୧୧ବର୍ଷ ହେଲା ପଟ୍ଟାମୁଣ୍ଡାଇକୁ ରାଜସ୍ବ ସବ୍‌ଡିଭିଜନ ଘୋଷଣା କରିବାକୁ ଦାବି ହୋଇଆସୁଛି। ଏଥିପାଇଁ ବହୁ ଆନ୍ଦୋଳନ, ଅନଶନ, ଧାରଣା, ପ୍ରତିବାଦ ସଭା ଜାରି ରହିଥିବା ବେଳେ ଓଡ଼ିଶା ହାଇକୋର୍ଟରେ ବିକାଶ ପରିଷଦ ପକ୍ଷରୁ ଜନସ୍ବାର୍ଥ ମାମଲା କରାଯାଇଛି। ଏଥିପ୍ରତି ସବୁ ରାଜନୈତିକ ଦଳର ସମର୍ଥନ ରହିଛି। ରାଜ୍ୟ ସରକାରଙ୍କ ରାଜସ୍ବ ସବ୍‌ଡିଭିଜନ ଘୋଷଣା କରିବା ବାକି ରହିଛି।
ଏଭଳିସ୍ଥିତିରେ ପଟ୍ଟାମୁଣ୍ଡାଇ ପୌର ପରିଷଦକୁ ପ୍ଲମ୍ବିଂ ସହର ଭାବେ ବିବେଚନା କରି ତୋରଣ ତିଆରି କରିବା ପଟ୍ଟାମୁଣ୍ଡାଇବାସୀଙ୍କୁ ବ୍ୟଥିତ ଓ ଲଜ୍ଜିତ କରିଛି। ଏ ସମ୍ପର୍କରେ ବିକାଶ ପରିଷଦର ଆବାହକ ଆଇନଜୀବୀ କ୍ଷୀରୋଦ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ଏହା ଏକ ରାଜନୈତିକ ହୀନ ଚକ୍ରାନ୍ତ ବୋଲି କହିଛନ୍ତି। ବିକାଶ ପରିଷଦର ସବ୍‌ଡିଭିଜନ ମାନ୍ୟତା ଦାବିକୁ ଚପାଇ ଦେଇ ନଜର ହଟାଇବାକୁ ଗେଟ ତିଆରି କରାଯାଇଛି। ଏହା ଛଡା ପଟ୍ଟାମୁଣ୍ଡାଇ ପୌରପରିଷଦର ୨୧ ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ପୌର କର୍ତ୍ତୃପକ୍ଷ ଓ ବିଭାଗୀୟ ଯନ୍ତ୍ରୀ ବିଫଳ ହୋଇଥିବା ବେଳେ ପ୍ଲମ୍ବିଂ ସହର ଫଳକ ଲଗାଇ ହସ୍ୟାସ୍ପଦ ବୋଲି ଆଇନଜୀବୀ ପ୍ରଧାନ କହିଛନ୍ତି। ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅନିରୁଦ୍ଧ ରାଉଳ କହିଛନ୍ତି, ପଟ୍ଟାମୁଣ୍ଡାଇ ଏକ ଐତିହ୍ୟ ସମ୍ପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ବଜାୟ ରଖିଛି। ମାତ୍ର ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ପ୍ଲମ୍ବିଂ ସହରର ଆଖ୍ୟା ଦେବା ଏକ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି। ପଟ୍ଟାମୁଣ୍ଡାଇ ବାର ଆସୋସିଏଶନ ପୂର୍ବତନ ଉପସଭାପତି ପ୍ରମୋଦ କୁମାର ସାହୁ କହିଛନ୍ତି, ଏଭଳି ନିନ୍ଦନୀୟ ଘଟଣାକୁ ବରିଷ୍ଠ ନାଗରିକମାନେ ଦୃଢ଼ ବିରୋଧ କରୁଛନ୍ତି। ଖୁବ୍‌ଶୀଘ୍ର ଏଭଳି ନାମକରଣକୁ ପରିବର୍ତ୍ତନ କରା ନ ଗଲେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ସେ ଚେତାଇ ଦେଇଛନ୍ତି। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଏ ଫଳକ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ତେବେ ଏଭଳି କଦର୍ଥ ଭାବେ ନାମକରଣ କରିବାକୁ ପଟ୍ଟାମୁଣ୍ଡାଇ ସହରବାସୀ ଦୃଢ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri