ସବ୍‌ଡିଭିଜନ ଦାବିରୁ ନଜର ହଟାଇବାକୁ ତୋରଣ

ପଟ୍ଟାମୁଣ୍ଡାଇ,୧୫।୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇର ଐତିହ୍ୟ ପରମ୍ପରା ଓ ମର୍ଯ୍ୟାଦା କ୍ଷୂର୍ଣ୍ଣ କରିବାକୁ ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି। ସବ୍‌ଡିଭିଜନ ମାନ୍ୟତା ଦାବିରୁ ନଜର ହଟାଇବାକୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ପ୍ରବେଶ ପଥରେ ପ୍ଲମ୍ବିଂ ସହର ତୋରଣ ରାସ୍ତାରେ ଲଗାଯାଇଛି। ଏହାକୁ ପୌରାଞ୍ଚଳବାସୀଙ୍କ ସହ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୧୯୫୧ରୁ ପଟ୍ଟାମୁଣ୍ଡାଇକୁ ନିର୍ବାଚନ ମଣ୍ଡଳୀ ଘୋଷଣା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ୨୦୦୯ରେ ଏହାକୁ ଉଚ୍ଛେଦ କରାଯାଇଛି। ଫଳରେ ପଟ୍ଟାମୁଣ୍ଡାଇର ସ୍ବାଭିମାନ ଓ ମର୍ଯ୍ୟାଦା ବଜାଇ ରଖିବାକୁ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦ ପକ୍ଷରୁ ୧୧ବର୍ଷ ହେଲା ପଟ୍ଟାମୁଣ୍ଡାଇକୁ ରାଜସ୍ବ ସବ୍‌ଡିଭିଜନ ଘୋଷଣା କରିବାକୁ ଦାବି ହୋଇଆସୁଛି। ଏଥିପାଇଁ ବହୁ ଆନ୍ଦୋଳନ, ଅନଶନ, ଧାରଣା, ପ୍ରତିବାଦ ସଭା ଜାରି ରହିଥିବା ବେଳେ ଓଡ଼ିଶା ହାଇକୋର୍ଟରେ ବିକାଶ ପରିଷଦ ପକ୍ଷରୁ ଜନସ୍ବାର୍ଥ ମାମଲା କରାଯାଇଛି। ଏଥିପ୍ରତି ସବୁ ରାଜନୈତିକ ଦଳର ସମର୍ଥନ ରହିଛି। ରାଜ୍ୟ ସରକାରଙ୍କ ରାଜସ୍ବ ସବ୍‌ଡିଭିଜନ ଘୋଷଣା କରିବା ବାକି ରହିଛି।
ଏଭଳିସ୍ଥିତିରେ ପଟ୍ଟାମୁଣ୍ଡାଇ ପୌର ପରିଷଦକୁ ପ୍ଲମ୍ବିଂ ସହର ଭାବେ ବିବେଚନା କରି ତୋରଣ ତିଆରି କରିବା ପଟ୍ଟାମୁଣ୍ଡାଇବାସୀଙ୍କୁ ବ୍ୟଥିତ ଓ ଲଜ୍ଜିତ କରିଛି। ଏ ସମ୍ପର୍କରେ ବିକାଶ ପରିଷଦର ଆବାହକ ଆଇନଜୀବୀ କ୍ଷୀରୋଦ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ଏହା ଏକ ରାଜନୈତିକ ହୀନ ଚକ୍ରାନ୍ତ ବୋଲି କହିଛନ୍ତି। ବିକାଶ ପରିଷଦର ସବ୍‌ଡିଭିଜନ ମାନ୍ୟତା ଦାବିକୁ ଚପାଇ ଦେଇ ନଜର ହଟାଇବାକୁ ଗେଟ ତିଆରି କରାଯାଇଛି। ଏହା ଛଡା ପଟ୍ଟାମୁଣ୍ଡାଇ ପୌରପରିଷଦର ୨୧ ୱାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ପୌର କର୍ତ୍ତୃପକ୍ଷ ଓ ବିଭାଗୀୟ ଯନ୍ତ୍ରୀ ବିଫଳ ହୋଇଥିବା ବେଳେ ପ୍ଲମ୍ବିଂ ସହର ଫଳକ ଲଗାଇ ହସ୍ୟାସ୍ପଦ ବୋଲି ଆଇନଜୀବୀ ପ୍ରଧାନ କହିଛନ୍ତି। ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅନିରୁଦ୍ଧ ରାଉଳ କହିଛନ୍ତି, ପଟ୍ଟାମୁଣ୍ଡାଇ ଏକ ଐତିହ୍ୟ ସମ୍ପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ ବଜାୟ ରଖିଛି। ମାତ୍ର ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ପ୍ଲମ୍ବିଂ ସହରର ଆଖ୍ୟା ଦେବା ଏକ ନିନ୍ଦନୀୟ ଘଟଣା ବୋଲି ସେ କହିଛନ୍ତି। ପଟ୍ଟାମୁଣ୍ଡାଇ ବାର ଆସୋସିଏଶନ ପୂର୍ବତନ ଉପସଭାପତି ପ୍ରମୋଦ କୁମାର ସାହୁ କହିଛନ୍ତି, ଏଭଳି ନିନ୍ଦନୀୟ ଘଟଣାକୁ ବରିଷ୍ଠ ନାଗରିକମାନେ ଦୃଢ଼ ବିରୋଧ କରୁଛନ୍ତି। ଖୁବ୍‌ଶୀଘ୍ର ଏଭଳି ନାମକରଣକୁ ପରିବର୍ତ୍ତନ କରା ନ ଗଲେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ସେ ଚେତାଇ ଦେଇଛନ୍ତି। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ଖୁବ୍‌ଶୀଘ୍ର ଏ ଫଳକ ପରିବର୍ତ୍ତନ କରାଯିବ ବୋଲି ସେ କହିଛନ୍ତି। ତେବେ ଏଭଳି କଦର୍ଥ ଭାବେ ନାମକରଣ କରିବାକୁ ପଟ୍ଟାମୁଣ୍ଡାଇ ସହରବାସୀ ଦୃଢ ବିରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?