ଛାତ୍ରୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣା: ୨ ଅଟକ

କଟକ ଅଫିସ, ୨୭।୨: କଟକ ମାନସିଂପାଟଣା ମସ୍ତରାମ ମଠ ଗଳିରେ ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବାନ୍ଧି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ଲାଲବାଗ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ମିଶାଇ ୪ ଜଣଙ୍କ ସମ୍ପୃକ୍ତି ରହିଥିବା ପୋଲିସ କହିଛି। ଏହି ଘଟଣା କାହିଁକି ଓ କିପରି ଘଟିଲା, ତାହାକୁ ନେଇ ପୋଲିସ ବିଭିନ୍ନ ଦିଗରୁ ଅଧିକ ତଦନ୍ତ
ଜାରି ରଖିଛି। ପୋଲିସ ଅଟକ ରଖିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତା ଛାତ୍ରୀଙ୍କ ମାଉସୀ ପୁଅ ଭାଇ ବୋଲି ବିଶେଷ
ସୂତ୍ରରୁ ଜଣାପଡିଛି। ତେବେ ଅଟକ ରହିଥିବା ଦୁଇ ଜଣଙ୍କ ସମେତ ତାଙ୍କ ପରିବାର ନାମରେ ୪୨ ମୌଜା ବେଣ୍ଟକାର ଫାଣ୍ଡିରେ ୨୦ ଦିନ ପୂର୍ବରୁ ସମ୍ପୃକ୍ତା ଛାତ୍ରୀଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଥିଲା ବୋଲି ବେଣ୍ଟକାର ଫାଣ୍ଡି ଅଧିକାରୀ କହିଛନ୍ତି। ଅଭିଯୋଗ ହୋଇଥିବା ପରିବାର ଛାତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ। ଏହାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ କଟକ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଲାଲବାଗ ଥାନାରେ ଅଟକ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଅଭିଭାବକ କହିଛନ୍ତି ଯେ, ମୋ ପୁଅ ନିର୍ଦ୍ଦୋଷ। ଏହି ମାମଲା ଗତ ଦୁଇ ମାସ ହେବ ଚାଲିଛି। ଏଥିପାଇଁ ଆମେ ବେଣ୍ଟକାର ଫାଣ୍ଡି ଓ ପରେ କଟକ ସଦର ଥାନାକୁ ମଧ୍ୟ ଯାଇଛୁ। ଘଟଣାର କୌଣସି ସମାଧାନ ଏପର୍ଯ୍ୟନ୍ତ ଥାନାରେ ବାହାରି ପାରିନାହିଁ। ତାଙ୍କ ଝିଅ ପୋଡ଼ିଯିବାରୁ ଏ ବିଷୟରେ ପୋଲିସ ତନାଘନା ଆରମ୍ଭ କରିଛି। ଅପରପକ୍ଷେ ଲାଲବାଗ ଥାନା ଅଧିକାରୀ ପାଞ୍ଚ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ଧରି ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାର ଜଣାପଡିଛି।
ସୂଚନାଯୋଗ୍ୟ, ଛାତ୍ରୀ ଜଣଙ୍କ ଖ୍ରୀଷ୍ଟ କଲେଜରେ ପଢୁଥିବାବେଳେ ମା’ବାପା ଓ ଭାଇଙ୍କ ସମେତ ବର୍ଷେ ହେବ ମାନସିଂହପାଟଣାଠାରେ ଘରଭଡ଼ା ନେଇ ରହୁଥିଲେ। ଉକ୍ତ ଘରେ ଗୁରୁବାର ସମ୍ପୃକ୍ତା ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ନିଶା ଇଞ୍ଜେକସନ ଦେବା ସହ ହାତଗୋଡ଼ ବାନ୍ଧି କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ସେ ଚିକିତ୍ସିତ ହେଉଥିବାବେଳେ ଶୁକ୍ରବାର ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri