ବାପପୁଅଙ୍କୁ ଆକ୍ରମଣ, ଜଣେ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୨୯ା୭(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଇଁଲା ସାରୀ ଗଣ୍ଡାପଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବା ନେଇ ଗାତ ଖୋଳୁ ଥିବା ବେଳେ ବାପ,ପୁଅଙ୍କୁ ଆକ୍ରମଣ ହୋଇଛି।

ସୂଚନାନୁସାରେ, ଅଇଁଲାସାରୀ ଗଣ୍ଡାପଡ଼ାରେ ଆବାସ ଯୋଜନା ଘର ତିଆରି କରିବା ନେଇ ପାଣ୍ଡବ ନାଗ ଓ ବିବେକାନନ୍ଦ ନାଗ ସୀମା ନିର୍ଦ୍ଧାରଣ କରି ଘରଡିହରେ ଗାତ ଖୋଳୁଥିଲେ। ଏତିକି ବେଳେ ଉକ୍ତ ପଡ଼ାର ରମେଶ ତାଣ୍ତି, ଭୋଳେଶ୍ୱର ତାଣ୍ଡି, ଟିକେଶ୍ୱର ତାଣ୍ଡି, ମୋହନ ତାଣ୍ଡି ଓ ପିଙ୍କି ତାଣ୍ଡି, ଘଟଣାସ୍ଥଳକୁ ଆସି ଗଣ୍ଡଗୋଳ କରିଥିଲେ। ଏହାର ପ୍ରତିବାଦ କରିବାରୁ ରମେଶ ତାଣ୍ଡି ପଛପଟୁ ଆସି ପାଣ୍ଡବ ଓ ବିବେକାନନ୍ଦଙ୍କୁ ଏକ ଳୁହାଛଡରେ ମୁଣ୍ଡରେ ଆକ୍ରମଣ କରିଥିଲା। ବାପ ପୁଅ ଦୁହେଁ ଗୁରୁତର ହୋଇଥିବା ଓ ପ୍ରଚୁର ରକ୍ତସ୍ରାବ ହେବାରୁ ଉଭୟଙ୍କୁ ପରିବାର ଲୋକେ ଡୁଙ୍ଗୁରିପାଲି ଡାକ୍ତର ଖାନାକୁ ଆଣିବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ବୁର୍ଲା ଡାକ୍ତରଖାନାକୁ ଶୁକ୍ରବାର ପଠାଇଥିବା ଜଣାପଡ଼ିଛି। ଏନେଇ ଥାନାରେ ଆହତ ପାଣ୍ଡବ ନାଗର ପୁଅ ବିଶ୍ୱ ନାଗ ଗୁରୁବାର ଥାନାରେ ଅଭିଯୋଗ କଲା ପରେ ପୋଲିସ ଅଭିଯୁକ୍ତ ରମେଶଙ୍କୁ ଗିରଫ କରିଥିଲା। ଏହିସବୁ ଘଟଣା ପାଣ୍ଡବର ପୁଅ ବିଶ୍ୱ ନାଗ ଅଭିଯୋଗରେ ଦର୍ଶାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖି କେସ୍‌ ନଂ-୧୨୫/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରମେଶଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଥିବା ପୋଲିସ ପ୍ରକାଶ କରିଛି। ଘଟଣାର ଆହୁରି ତଦନ୍ତ ଜାରି ରଖିଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଟଙ୍କଧର ଛତ୍ରିଆ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଉଦ୍ଧବଙ୍କ ଚିନ୍ତା, ପାର୍ଲାମେଣ୍ଟ ଅଫିସ ହରାଇବା ସ୍ଥିତିରେ ଶିବସେନା

ମୁମ୍ବାଇ, ୨୬।୬: ମହାରାଷ୍ଟ୍ର ରାଜନୀତିରେ ଶିବସେନା (ୟୁବିଟି) ଏବଂ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ମେଣ୍ଟର ସଙ୍କଟ ଦିନକୁ ଦିନ ଗଭୀର ହେବାରେ ଲାଗିଛି। ବୁଧବାର ସାରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ରାତିରେ ଅଟୋ ଚାବି-ମୋବାଇଲ୍ ଛଡ଼ାଇ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତକୁ ଗିରଫ କଲା ରାମଚନ୍ଦ୍ରପୁର ପୋଲିସ

ବଞ୍ଚୋ/ହାଟଡିହୀ, (ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କୁ ରାସ୍ତାରେ ଅଟକାଇ ମରଣାନ୍ତକ ଆକ୍ରମଣ କରିବା ସହ ଲୁଟ୍‌…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ: ଜନହିତକର କାର୍ଯ୍ୟ ପାଇଁ ସଂକଳ୍ପ, ଜୁଲାଇ ୧ରୁ ଦାୟିତ୍ୱ ନେବେ…

ଭଞ୍ଜନଗର, ୨୫।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଲବର ୧୮ ତମ ବାର୍ଷିକ ଉତ୍ସବ ଗୁରୁବାର ରାତିରେ ବେଶ୍‌ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଏହି…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ଅଭିନବ ବିକାଶ ମେଳାରେ ଚରମ ଅବ୍ୟବସ୍ଥା: ପ୍ରକୃତ ହିତାଧିକାରୀ ବଞ୍ଚିତ, ଅଧାରୁ ସଭା ଛାଡ଼ିଲେ…

ଥୁଆମୂଳ ରାମପୁର, ୨୫।୬ (ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ “ବିକାଶର ଧାରା ଓଡ଼ିଶା ସାରା” ଅଭିଯାନର ବ୍ଲକ ସ୍ତରୀୟ ସମ୍ବୀଳନୀ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri