ଓଏସଏପି ତୃତୀୟ ବାଟାଲିୟନ ହାବିଲଦାରଙ୍କୁ ଆକ୍ରମଣ ଘଟଣା, ଏୟାରପୋର୍ଟ ଷ୍ଟେଶନ ମ୍ୟାନେଜର ଗିରଫ

ଜୟପୁର,୨୧।୫: କୋରାପୁଟ ଜିଲା ଜୟପୁରର ଓଏସଏପି ତୃତୀୟ ବାଟାଲିୟନର ହାବଲଦାରକୁ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗରେ ଜୟପୁର ଏୟାରପୋର୍ଟର ଇଣ୍ଡିଆ -୧ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜରଙ୍କୁ ଗିରଫ କରି ଅପରାହ୍ନ ୩ଟାରେ କୋର୍ଟ ଚାଲାଣ କରିଛି ଜୟପୁର ସଦର ପୋଲିସ । ଅଭିଯୁକ୍ତ ଜଣକ ହେଲେ ଚନ୍ଦୁ ବେହେରା। ସୂଚନା ଅନୁଯାଇ ଓଏସଏପି ତୃତୀୟ ବାଟାଲିୟନ କୋରାପୁଟର ହାବଲଦାର ରାଜେଶ କୁମାର ସାହୁ ବର୍ତ୍ତମାନ ଜୟପୁର ଏୟାର ପୋର୍ଟରେ ସୁରକ୍ଷା ଡ୍ୟୁଟିରେ ନିୟୋଜିତ ଅଛନ୍ତି । ଏନେଇ ସେ ବୁଧବାର ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବୁଧବାର ସକାଳ ୬ଟାରୁ ଅପରାହ୍ନ ୧ ଘଣ୍ଟା ଯାଏ ତାଙ୍କର ଡ୍ୟୁଟି ଥିଲା । ସକାଳ ୮ ଟା ୩୦ ମନିଟ ସମୟରେ ଜୟପୁର ଏୟାରପୋର୍ଟର ଇଣ୍ଡିଆ -୧ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜର ଚନ୍ଦୁ ବେହେରା ଆସି କାରରୁ ଓହ୍ଲାଇ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ । ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ। ବିମାନ ସେବା ବୁଧବାର ବନ୍ଦ ଥିବା ବେଳେ ଗେଟ ବନ୍ଦ ରହିଥିଲା। ଅଭିଯୁକ୍ତ ଜଣକ କାରକୁ ଭିତରକୁ ପୁରାଇବାକୁ ଚେଷ୍ଟା କରିଥିବା ବେଳେ ହାବିଲଦାର ଏହାକୁ ବିରୋଧ କରିଥିଲେ। ପରେ ଷ୍ଟେଶନ ମ୍ୟାନେଜର ଚନ୍ଦୁ ବେହେରା ଏକ ଧାରୁଆ ଅସ୍ତ୍ର ଧରି ହାବିଲଦାର ରାଜେଶଙ୍କର ବେକରେ ଆକ୍ରମଣ କରି ତାଙ୍କୁ ରକ୍ତାକ୍ତ କରିଥିଲେ । ଏହା ସହ ତାଙ୍କୁ ଓ ତାଙ୍କ ପରିବାରର ସଦସ୍ୟଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପୁଣି ଅଭିଯୁକ୍ତ ଚନ୍ଦୁ ହାବିଲଦାର ତଳେ ପଡିଯିବାରୁ ଲାତ ଗୋଇଠା ମଧ୍ୟ ମାରିଥିଲେ। ଏହା ଦେଖି ଅନ୍ୟ କର୍ମଚାରି ମାନେ ହାବିଲଦାରଙ୍କୁ ରକ୍ଷା କରିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନଥିଲେ। ଅଭିଯୁକ୍ତ ଜଣକ ଆଗରୁ ମଧ୍ୟ ବହୁ କର୍ମଚାରିଙ୍କ ସହ ଏପରି ବ୍ୟବହାର କରୁଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏହାସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲାର ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇ ଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?