ମଦ ବୋତଲ ଭାଙ୍ଗି ମଦ ଦୋକାନ ମ୍ୟାନେଜରଙ୍କୁ ଆକ୍ରମଣ ଓ ଟଙ୍କା ଲୁଟ : ୨ଗିରଫ

ଦେବଗଡ଼,୩।୧୨(ଡି.ଏନ.ଏ)- ମଦ ଦେବାରେ ବିଳମ୍ବ ହେବାରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାରେ ଥିବା ବିଦେଶୀ ମଦ ଦୋକାନରେ ମଦ ବୋତଲ ଭାଙ୍ଗି ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ନଗଦ ୧୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ବାରକୋଟ ଥାନା ପୋଲିସ ଏକ ଲୁଟ୍‌ ମାମଲା ଋଜୁ କରି ଏ ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ଥିବା ଜଣାପଡିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ (ଡଁରା)ର କୃଷ୍ଣଚନ୍ଦ୍ର ସାହୁ, ଗରଗଡବାହାଲ ଗ୍ରାମର କ୍ଷେତ୍ରବାସୀ ନାୟକ, ସୁନ୍ଦରଗଡ ଜିଲା ବଣାଁଇ ଥାନା ଅନ୍ତର୍ଗତ ଟେଣ୍ଡରା ଗ୍ରାମର ରାଜୀବ ଓ ଅନ୍ୟ ଜଣେ ଯୁବକ ମଙ୍ଗଳବାର ଅପରାହ୍ନରେ ବାରକୋଟ ବିଦେଶୀ ମଦ ଦୋକାନକୁ ଆସି ମଦ ମାଗିଥିଲେ ା ମାତ୍ର ଦୋକାନ ମ୍ୟାନେଜର ଗୋପାଳ ଗୁପ୍ତା ଖାଉଥିବାରୁ ଅପେକ୍ଷା କରିବାକୁ ସେମାନଙ୍କୁ କହିଥିଲେ ା ତେବେ ଯୁବକମାନେ ତାଙ୍କ କଥା ନ ଶୁଣି ଶୀଘ୍ର ମଦ ଦେବାକୁ ଜିଦ ଧରିବା ସହ ଗାଳିଗୁଲଜ କରିଥିଲେ। ମଦ ଦୋକାନ ମ୍ୟାନେଜର ଗୋପାଳ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ଗୋପାଳଙ୍କୁ ଆକ୍ରମଣ ପାଇଁ ଉଦ୍ୟତ ହୋଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଏକ ବିୟର ବୋତଲ ଭାଙ୍ଗି ଉକ୍ତ ଭଙ୍ଗା ବୋତଲ ସାହାଯ୍ୟରେ ଗୋପାଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ା ଫଳରେ ମ୍ୟାନେଜର ଗୋପାଳଙ୍କର ମୁଣ୍ଡ, ଗାଲ ଓ ନାକ ଆଦିରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଦୋକାନର କ୍ୟାଶ ଡ୍ରରୁ ମଧ୍ୟ ୧୫ ହଜାର ଟଙ୍କା ଲୁଟିନେଇଥିଲେ ା ମଦ ଦୋକାନ କର୍ମଚାରୀମାନେ ଚିକିତ୍ସା ନିମନ୍ତେ ତାଙ୍କୁ ବାରକୋଟ ଡାକ୍ତରଖାନାରେ ଭର୍ତ୍ତୀ କରିବା ସହ ଏ ସମ୍ପର୍କରେ ବାରକୋଟ ଥାନା ପୋଲିସକୁ ସୂଚନା ଦେଇଥିଲେ ା ମଦଦୋକାନ ମ୍ୟାନେଜର ଗୋପାଲ ମଧ୍ୟ ଏନେଇ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ା ଅଭିଯୋଗ ଆଧାରରେ ବାରକୋଟ ଥାନା ପୋଲିସ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଲୁଟ ମାମଲା ସମେତ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରିବା ସହ ବୁଧବାର ଅଭିଯୁକ୍ତ କୃଷ୍ଣଚନ୍ଦ୍ର ଓ କ୍ଷେତ୍ରବାସୀକୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ବାରକୋଟ ଥାନା ଭାରପ୍ରାପ୍ତ ଅଧିକାରୀ ରାଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ା ତେବେ ଟଙ୍କା ଲୁଟ ଅଭିିଯୋଗକୁ ଅଭିଯୁକ୍ତମାନଙ୍କ ପରିବାର ଲୋକେ ଅସ୍ବୀକାର କରିବା ସହ ମଦ ଦୋକାନ ମ୍ୟାନେଜର ମଦର ଧାର୍ଯ୍ୟ ଦରଠାରୁ ଢେର ଅଧିକ ମୂଲ୍ୟ ମାଗିବାକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ଘଟିଥିବା ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ତାର ଲାଗି ମାଈ ହାତୀର ମୃତ୍ୟୁ ଘଟଣା: ବନ୍ଧା ହେଲେ ୨ ଚାଷୀ

ଦେବଗଡ଼/ରିଆମାଳ,୧୮।୧୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳ ଫରେଷ୍ଟ ରେଞ୍ଜ କୁଣ୍ଢେଇଗୋଳା ସେକ୍ସନ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଖିଲୋବେର୍ଣ୍ଣି ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ମାଈ...

୧୭ ପିଲା, ଶିକ୍ଷକ ଗୁରୁତର

ଦେବଗଡ଼, ୨୦ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କୁଟୁରାପସି ପ୍ରାଥମିକ ବିଦ୍ୟାଳୟ ଉପରେ ବଜ୍ରପାତ ହେବାରୁ ୧୭ ଛାତ୍ରୀଛାତ୍ରଙ୍କ ସମେତ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି।...

ଦେବଗଡ଼ ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ: ୨୯ରୁ ଧାନ କିଣା ଆରମ୍ଭ

ଦେବଗଡ, ୯।୧୧(ଡି.ଏନ.ଏ.)-ଦେବଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସୁଧାଂଶୁ ମୋହନ ସାମଲ...

ବାଇକ୍‌, ବୋଲେରୋ ଜବତ: ଅମାନିଆଙ୍କ ନାଁରେ ମାମଲା

ଦେବଗଡ,୭।୫(ଡି.ଏନ.ଏ):ଦେବଗଡ ଜିଲାକୁ ଅରେଞ୍ଜ ଜୋନ ଘୋଷଣା ପରେ ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏ ବାହାରକୁ ନ ବାହାରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି...

ଶ୍ରମିକଙ୍କୁ ନିର୍ଯାତନା ଘଟଣାରେ ଫେରାର ଦଲାଲ ଗିରଫ ହେଲେ

ଦେବଗଡ଼,୧୩।୫(ଡି.ଏନ.ଏ.)-୨୦୧୯ ଜାନୁୟାରୀରେ ଜଣେ ଦଲାଲଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ୧୧ ଶ୍ରମିକଙ୍କୁ ବିହାରର ଗୟା ଜିଲାରୁ ରିଆମାଳ ଥାନା ପୋଲିସ ଉଦ୍ଧାର କରିଥିଲା। ସେମାନଙ୍କୁ...

ଦେବଗଡ଼ରେ ଭାରତ ବନ୍ଦର ପ୍ରଭାବ

ଦେବଗଡ଼,୮।୧(ଡି.ଏନ୍‌.ଏ.): ଦରବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା,ପ୍ରସ୍ତାବିତ ଶ୍ରମ ଆଇନ, ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ବିଭିନ୍ନ ଫେଡେରେଶନ ପକ୍ଷରୁ ୧୨...

କାଦୁଅ ରାସ୍ତାରେ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଲୋଇସିଂହା,୨୩।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବକଟି ପଞ୍ଚାୟତ ଅନ୍ତର୍ଗତ ବଡଖଲିଆପଲି ଗାଁର ପିଲାମାନେ କାଦୁଅ ରାସ୍ତାରେ ସ୍କୁଲକୁ ଯାଉଛନ୍ତି। ସ୍କୁଲ ରାସ୍ତାର ଉନ୍ନତୀକରଣ ପାଇଁ...

ଦେବଗଡ଼ ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବି: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା କୃଷକ ସଂଘର୍ଷ ସଂଘ

ଦେବଗଡ଼,୧୧।୯(ଡି.ଏନ୍‌.ଏ.): ଜିଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ବୁଧବାର ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଜିଲାପାଳଙ୍କ ଅଫିିସ ଘେରାଉ କରାଯାଇଛି। ସ୍ଥାନୀୟ ଗୋପାଳଜୀଉ ମନ୍ଦିରରୁ...

Advertisement
Archives

Model This Week