ଆଡଭାନ୍ସ ବୁକିଂରେ ରେକର୍ଡ କଲା ‘ବ୍ରହ୍ମାସ୍ତ୍ର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ପ୍ରଥମ ଥର ପାଇଁ ଆଲିଆ- ରଣବୀର ନଜର ଆସିବେ। ବର୍ତ୍ତମାନ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ମାତ୍ର ଚାରି ଦିନ ବାକି ଅଛି। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ତେବେ ଫିଲ୍ମଟି ରିଲିଜ୍‌ ହେବା ପୂର୍ବରୁ ଆଡଭାନ୍ସ ବୁକିଂ ଖୋଲିବାର ପ୍ରଥମ ଦିନରେ ପ୍ରାୟ ୧୦ ହଜାର ଅଧିକ ଟିକେଟ୍‌ ବିକ୍ରି କରିସାରିଛି। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଚଳିତ ବର୍ଷର ସବୁଠାରୁ ବଡ ବଜେଟ୍‌ ହେଉଛି ଫିଲ୍ମ। ଏହାକୁ ନିର୍ମାଣ କରିବାକୁ ବହୁ ସମୟ ଏବଂ ଅର୍ଥ ବିନିଯୋଗ କରିଛନ୍ତି ନିର୍ମାତା। ଫିଲ୍ମଟି ହିନ୍ଦୀ ସମେତ ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ମୁକ୍ତିଲାଭ କରିବ। ଅନ୍ୟପଟେ, ବଲିଉଡ୍‌ର କୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ଏଭଳି ସମୟରେ ‘ବ୍ରହ୍ମାସ୍ତ୍ର’ ରିିଲିଜ୍‌ ହେବାକୁ ଯାଉଛି। ଆଶା କରାଯାଉଛି ଫିଲ୍ମଟି ବହୁ ମାତ୍ରାରେ ସଫଳତା ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟର ସହ ଅପେକ୍ଷା ରଖିଲେ ଶାହାରୁଖ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଶାହାରୁଖ ଖାନ ଅନ୍ୟତମ। ଅଭିନୟ ବ୍ୟତୀତ ଅଭିନେତା ନିଜର ନମ୍ର ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା।...

ରାଗିଲେ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ବିମାନ ବୁଧବାର ବିଳମ୍ବ ହୋଇଥିଲା, ଯାହା ପରେ ସେ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗିଥିବା ଦେଖାଯାଇଛି। ଏହି ରାଗକୁ...

ତେଲଙ୍ଗାନା ବିଧାନସଭ ନିର୍ବାଚନ: ଧାଡ଼ିରେ ଆସି ଭୋଟ ଦେଲେ ଅଭିନେତା ଅଲୁ ଅର୍ଜୁନ, ଜୁନିଅର ଏନଟିଆର, ଚିରଞ୍ଜୀବୀ

ତେଲଙ୍ଗାନା,୩୦।୧୧: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ନିର୍ବାଚନରେ ଭୋଟ୍ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପରିବାର ସହିତ ଅଲୁ ଅର୍ଜୁନ...

୩ଥର ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କଠାରୁ ଛାଡ଼ପତ୍ର: ଏମିତି କିଛି ଥିଲା ମହାଭାରତର ‘ଦ୍ରୌପଦୀ’ଙ୍କ ବ୍ୟକ୍ତିଗତ ଜୀବନ

ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିଲେ ରୂପା ଗାଙ୍ଗୁଲି। ଅଦୃଢ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର...

୪୭ ବର୍ଷରେ ହାତକୁ ଦି’ ହାତ ହେଲେ ଏହି ଅଭିନେତା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଲିନ ଲାଇଶ୍ରାମଙ୍କୁ ବିବାହ କରିଛନ୍ତି। ଇମ୍ଫାଲରେ ପାରମ୍ପରିକ ମଣିପୁରୀ ରୀତିନୀତିରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ...

ଆଲିଆଙ୍କୁ ପ୍ରଶଂସା କରି ଟ୍ରୋଲ ହେଲେ ସୁହାନା

ଶାହାରୁଖ ଖାନଙ୍କ ଲାଡଲୀ ସୁହାନା ଖାନ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କ ଫିଲ୍ମ ‘ଦି ଆର୍ଚିଜ’ ଆସନ୍ତା ମାସରେ ମୁକ୍ତିଲାଭ କରିବ। ସୁହାନା...

ଟନେଲ ରେସକ୍ୟୁ ନେଇ ହେବ ମିଶନ ସୁଡଙ୍ଗ ଫିଲ୍ମ, ମୁଖ୍ୟ ଭୁମିକାରେ ଏହି ଅଭିନେତା…

ମୁମ୍ବାଇ,୨୯।୧୧ : ଉତ୍ତରାଖଣ୍ଡର ସିଲ୍କିରା-ଡାଣ୍ଡାଲଗାଓଁ ଟନେଲରେ ଉଦ୍ଧାର କାର୍ଯ୍ୟର ସଫଳତା ପରେ ଏହାକୁ ନେଇ ଫିଲ୍ମ ନିର୍ମାଣ କରିବା ଯୋଜନା ଆରମ୍ଭ ହୋଇଛି। ସୋସିଆଲ ମିଡିଆ...

ଏ ସାର୍ଟିଫିକେଟ ଥିଲେ ବି ଆନିମଲରୁ କଟିବ ୫ ସିନ୍‌, ସାର୍ଟିଫିକେଟ ଭାଇରାଲ…

ମୁମ୍ବାଇ : ରଣବୀର କପୁରଙ୍କ ଅଭିନୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି, କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri