Posted inଜାତୀୟ

ଅକାଳୀ ଦଳ ନେତା ସୁଖବୀରଙ୍କ ଉପରେ ଆକ୍ରମଣ

ଜଲାଲାବାଦ୍‌, ୨।୨: ପଞ୍ଜାବ ଜଲାଲାବାଦ୍‌ରେ ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ ହୋଇଛି। ମଙ୍ଗଳବାର ସେ ନଗର ପରିଷଦ ନିର୍ବାଚନ ପାଇଁ ଅକାଳୀ ଦଳ ପ୍ରାର୍ଥୀଙ୍କର ନାମାଙ୍କନ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ସୁଖବୀରଙ୍କ ଗାଡ଼ି ଉପରେ ଆକ୍ରମଣ କରାଯିବା ଯୋଗୁ ଜମାହୋଇଥିବା ଲୋକଙ୍କ ମଧ୍ୟରେ ଦୌଡ଼ି ଦୌଡ଼ି ଆରମ୍ଭ ହୋଇଥିଲା। କିଛି ଅଜଣା ଲୋକ ସୁଖବୀରଙ୍କ ଗାଡ଼ି ଉପରେ ପଥରମାଡ଼ କରିଥିଲେ। ତେବେ ପଥରମାଡ଼ ସମୟରେ ସୁଖବୀର ଗାଡ଼ିରେ ନ ଥିଲେ। ତାଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ। କଂଗ୍ରେସ ଏବଂ ଅକାଳୀ ଦଳ ସମର୍ଥକଙ୍କ ମଧ୍ୟରେ ହୋଇଥିବା ଉତ୍ତେଜନା ସମୟରେ କିଛି ରାଉଣ୍ଡ ଗୁଳି ଚାଳନା ମଧ୍ୟ କରାଯାଇଛି। କଂଗ୍ରେସ ଏଭଳି କରି ଅକାଳୀ ଦଳ ପ୍ରାର୍ଥୀଙ୍କ ନାମାଙ୍କନରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ରିଙ୍କିଆ କେ ପାପା’ ଗୀତରେ ନାଚି ଖୁସି ମନାଇଲେ ଏଏପି କର୍ମକର୍ତ୍ତା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)...

ମରୁଡ଼ିଗ୍ରସ୍ତ ଔରଙ୍ଗାବାଦ୍‌: ସ୍ବେଚ୍ଛାସେବୀ ଅନୁଷ୍ଠାନ ଚାଷୀଙ୍କୁ ଖାଦ୍ୟ ଓ ଗାଈଗୋରୁଙ୍କୁ ଦେଉଛି ମାଗଣା ଦାନା

ଔରଙ୍ଗାବାଦ୍‌,୨୬।୫: ମହାରାଷ୍ଟ୍ର ଔରଙ୍ଗାବାଦ୍‌ରେ ମରୁଡ଼ି ଲାଗି ରହିଛି । ଖାଦ୍ୟ ଓ ପାନୀୟ ଜଳ ଅଭାବ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ସ୍ଥାନୀୟ ଜୈନ ସଂସ୍ଥାର...

ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତଳମୁହାଁ: ହେଲେ ବି ଲିଭୁନି ଜୁଇ…

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

ମନ୍ଦିର ହେବ ସରକାରୀ ନିୟନ୍ତ୍ରଣ ମୁକ୍ତ…

ବେଙ୍ଗାଲୁରୁ, ୩୦।୧୨: ଖୁବ୍‌ ଶୀଘ୍ର କର୍ନାଟକର ସମସ୍ତ ମନ୍ଦିର ସରକାରଙ୍କ ନିୟନ୍ତ୍ରଣ ମୁକ୍ତ ହେବ। ମନ୍ଦିର ଗୁଡ଼ିକ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ...

ମାଗଣାରେ ଜମି ନେଇଛ, ଚିକିତ୍ସା ପାଇଁ ଟଙ୍କା ମାଗୁଛ

ନୂଆଦିଲ୍ଲୀ,୨୮ା୫(ପି.ଟି.): ସରକାରଙ୍କଠାରୁ ମାଗଣାରେ ଜମି ନେଇ ପ୍ରତିଷ୍ଠା କରାଯାଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ କରୋନା ରୋଗୀଙ୍କୁ କାହିଁକି ମାଗଣାରେ ଚିକିତ୍ସା କରାଯିବ ନାହିଁ। ଦେଶରେ କୋଭିଡ୍‌-୧୯ ସଂକ୍ରମଣ...

ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୩।୮: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ କରିବ। ପାର୍ଟି ବୈଠକ...

ନିର୍ବାଚନ ପୂର୍ବରୁ ୟୁପିରେ ଭାଜପାକୁ ବଡ଼ ଝଟ୍‌କା

ଲକ୍ଷ୍ନୌ,୧୩।୧୨: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଅଧ୍ୟକ୍ଷା ମାୟାବତୀଙ୍କୁ ବଡ଼ ଝଟ୍‌କା...

ମୋଦିଙ୍କ ନେତୃତ୍ୱରେ ଦେଶ ସୁରକ୍ଷିତ: ନଡ୍ଡା

ଡେରାଡୁନ,୨୧ ।୮: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ରେ ହେବ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ଭାରତୀୟ ଜନତା ପାର୍ଟି(ଭାଜପା)ତା’ର ଶଙ୍ଖନାଦ ଆରମ୍ଭ କଲାଣି...

Advertisement
Archives

Model This Week