ଆକ୍ରମଣ ଅପରାଧ ଓ ପୁଟିନ୍‌

କିଛି ସପ୍ତାହ ପୂର୍ବେ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି) ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନାମରେ ଗିରଫ ପରଓ୍ବାନା ଜାରି କରିଥିଲା। ୟୁକ୍ରେନ୍‌ ଅଧିକୃତ ଅଞ୍ଚଳରେ ଥିବା ପିଲାମାନଙ୍କୁ ବେଆଇନ ଭାବେ ରୁଷିଆକୁ ଦେଶାନ୍ତର ଓ ସ୍ଥାନାନ୍ତର କରିବା ଅଭିଯୋଗରେ ଆଇସିସି ଏଭଳି ନିଷ୍ପତ୍ତି ନେଇଥିଲା। ୟୁକ୍ରେନ ଯୁଦ୍ଧରେ ଘଟାଇଥିବା ଅପରାଧ ପାଇଁ ପୁଟିନ୍‌ ଏବଂ ତାଙ୍କ ଅନୁଗାମୀମାନଙ୍କୁ ଉତ୍ତରଦାୟୀ କରିବା ସକାଶେ ଆଇସିସିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ପଦକ୍ଷେପ। ଏତିକିରେ ବସିଗଲେ ହେବ ନାହିଁ, ବରଂ ଏହାଠାରୁ ଅଧିକ ପଦକ୍ଷେପ ନେବାକୁ ପଡ଼ିବ। ୟୁକ୍ରେନ୍‌ରେ ଘଟୁଥିବା ହତ୍ୟା, ବଳାକତ୍ାର, ନିର୍ଯାତନା ; ନାଗରିକ, ନାଗରିକ ଭିତ୍ତିଭୂମି ଏବଂ ଅଣ ସେନା ସ୍ଥଳ ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ପ୍ରମାଣ ଲଗାତର ସଂଗ୍ରହ କରିବାକୁ ହେବ। ଗତ ମାସରେ ଜାତିସଂଘ ସହଯୋଗରେ କରାଯାଇଥିବା ସମୀକ୍ଷାର ଏକ ରିର୍ପୋଟ ପ୍ରକାଶ କରାଯାଇଥିଲା। ଏଥିରେ ରୁଷିଆ ଉପରେ ଯୁଦ୍ଧ ଅପରାଧ ଏବଂ ମାନବତା ବିରୋଧୀ ଅପରାଧ ଅଭିଯୋଗ ଆସିଥିଲା। ତେବେ ପୁଟିନ୍‌ ଓ ତାଙ୍କ ସାଥୀମାନଙ୍କ ବିରୋଧରେ ଆଇସିସି ଆଣିଥିବା ଓପଚାରିକ ଅଭିଯୋଗ ସମ୍ଭବତଃ ଏକ ମାତ୍ର ବୈଧ ପଦକ୍ଷେପ ହୋଇ ନ ପାରେ, କିନ୍ତୁ ସେମାନଙ୍କ ବିରୋଧରେ ଅଭିଯୋଗ ଅଣାଯିବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଇପାରେ। ଆଇସିସିର ପ୍ରୋସେକ୍ୟୁଟର ବା ମକଦ୍ଦମା ସଞ୍ଚାଳକ ନିଶ୍ଚିତ ଯେ, ଅନ୍ତର୍ଜାତୀୟ ଅପରାଧ ପାଇଁ ଆଇନଗତ ଭାବେ ଅଭିଯୁକ୍ତ ହେବାକୁ ଯାଉଥିବା ଜାତିସଂଘ ସୁରକ୍ଷା ପରିଷଦର ଏକ ସ୍ଥାୟୀ ସଦସ୍ୟର ପ୍ରଥମ ନେତା ଭାବେ ପୁଟିନ୍‌ ଇତିହାସରେ ସ୍ମରଣୀୟ ହୋଇ ରହିବେ।
ଆଇସିସିର ଉକ୍ତ ପଦକ୍ଷେପ କେବଳ ସାଙ୍କେତିକ ନୁହେଁ। ଯେଉଁମାନେ ଭାବୁଛନ୍ତି ଯେ, ପୁଟିନ୍‌ଙ୍କୁ ଜେଲରେ ଭର୍ତ୍ତିି କରିବା ଏକ ଅସମ୍ଭବ କାର୍ଯ୍ୟ, ସେମାନେ ମନେରଖିବା ଉଚିତ, ଲାଇବେରିଆ ଯୁଦ୍ଧ ଅପରାଧୀ ଚାଲର୍‌ସ ଟେଲର ୫୦ ବର୍ଷର ଜେଲ ଦଣ୍ଡ ବ୍ରିଟିଶ ଜେଲରେ ଭୋଗୁଛନ୍ତି। ଏହା ବ୍ୟତୀତ ସର୍ବିଆର ପୂର୍ବତନ ନେତା ସ୍ଲୋବୋଦାନ ମିଲୋସେଭିକଙ୍କ ଯୁଦ୍ଧ ଅପରାଧର ବିଚାର ଚାଲିଥିବାବେଳେ ନେଦରଲାଣ୍ଡର ହେଗ୍‌ ସହରର ଜେଲରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାସହ ଯେଉଁମାନେ ଏହା ଭାବୁଛନ୍ତି ଯେ, ଯୁଦ୍ଧ ଅପରାଧ ଅଭିଯୋଗରେ ପୁଟିନ୍‌ଙ୍କ ବିରୋଧରେ ଜାରି ଗିରଫ ପରଓ୍ବାନର କୌଣସି ପ୍ରଭାବ ନାହିଁ, ସେମାନେ ଲକ୍ଷ୍ୟ କରିବା ଉଚିତ ଯେ ପୁଟିନ୍‌ଙ୍କ ନେତୃତ୍ୱ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହା ନିଃସନ୍ଦେହ, ସେଥିରେ ଥିବା ନେତାମାନେ ଖୁବ୍‌ ଶୀଘ୍ର ଆଇନଗତ ଅଭିଯୋଗର ସମ୍ମୁଖୀନ ହେବେ ବୋଲି ସେମାନଙ୍କ ମନରେ ବି ଭୟ ସୃଷ୍ଟିହେଉଛି। ଏହା ମଧ୍ୟ ସ୍ବୀକାର ଯୋଗ୍ୟ ଯେ, ଏହି ଘଟଣାରେ ଆଇସିସି ଅଧ୍ୟକ୍ଷ ହେଗ୍‌ର କୋର୍ଟରେ ପୁଟିନ୍‌ଙ୍କ ବିଚାର କରିବାକୁ ଅତ୍ୟଧିକ ଇଚ୍ଛୁକ ଥିବା ଏକ ବିବୃତିରେ କହିଛନ୍ତି। ହେଲେ ପୁଟିନ୍‌ ଆଇସିସିର ୧୨୩ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ପ୍ରବେଶ କରି ନିଜକୁ ଗିରଫ ହେବାର ସୁଯୋଗ ଦେବା ଅସମ୍ଭବ ଲାଗୁଛି। ଦୁଃଖର ବିଷୟ, ରୁଷିଆ ଆଇସିସିକୁ ସ୍ବୀକୃତି ଦେଇନାହିଁ (ଏପରିକି ଆମେରିକା ବି ଦେଇନାହିଁ)। ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଇସିସିକୁ ବିରୋଧ କରିବା ସତ୍ତ୍ୱେ ବି ଏବେ ଏହାର ପଦକ୍ଷେପକୁ ସ୍ବାଗତ କରିଛନ୍ତି।
ରୁଷିଆର ଆକ୍ରମଣ ଅପରାଧ ଧାରା ୨୦୧୪ରେ କ୍ରିମିଆ ଆକ୍ରମଣରୁ ଆରମ୍ଭ ହୋଇଛି। ଏହା ହେଉଛି ପୁଟିନ୍‌ଙ୍କ ମୂଳ ପାପ ଏବଂ ଏବକାର ସମସ୍ତ ଅତ୍ୟାଚାରର ପ୍ରତୀକ। ୟୁନିଭର୍ସିଟି କଲେଜ ଲଣ୍ଡନର ଆଇନ ପ୍ରାଧ୍ୟାପକ ଫିଲିପ୍‌ ସାଣ୍ଡସ୍‌ ଯୁକ୍ତି ବାଢିଛନ୍ତି ଯେ, ଯୁଦ୍ଧ ଏବଂ ମାନବୀୟ ଅପରାଧ ଅପେକ୍ଷା ଆକ୍ରମଣ ଅପରାଧ ଉପରେ ସିଧାସଳଖ ମକଦ୍ଦମା ଚଳାଇହେବ। କାରଣ, ୟୁକ୍ରେନ୍‌ ଉପରେ ଆକ୍ରମଣ କରିବାର ସିଧା ସମ୍ପର୍କ କ୍ରିମେଲିନ ବା ରୁଷିଆ ସରକାରଙ୍କ ସହ ଅଛି। ଆକ୍ରମଣ ଅପରାଧ ଉପରେ ଆଇସିସି ତା’ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିସ୍ତାର କରୁ ନ ଥିଲେ ବି ଏଭଳି ନେତୃତ୍ୱଭିତ୍ତିକ ଅପରାଧ ଉପରେ ଧ୍ୟାନ ଦେଇ ଏକ ସ୍ବତନ୍ତ୍ର ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ଗଠନ କରିପାରିବ। ତେବେ ପ୍ରେରଣାଦାୟକ ଖବର ହେଉଛି, ୟୁରୋପିଆନ ୟୁନିୟନ ଓ କାଉନ୍‌ସିଲ ଅଫ୍‌ ୟୁରୋପ ସମେତ ସମସ୍ତ ପ୍ରମୁଖ ୟୁରୋପୀୟ ଦେଶ ଆକ୍ରମଣ ଅପରାଧ ପାଇଁ ପୁଟିନ୍‌ ଓ ତାଙ୍କ ସାଥୀମାନଙ୍କ ବିରୋଧରେ ମକଦ୍ଦମା ଚଳାଇବା ଲାଗି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କରିଥିବା ଅନୁରୋଧକୁ ସମର୍ଥନ କରିଛନ୍ତି। ସେଥିପାଇଁ ଆଗକୁ ଏକ ଟ୍ରିବ୍ୟୁନାଲ ଗଠନ ସମ୍ଭାବନା ଦେଖାଦେଇଛି। କିନ୍ତୁ ଏଭଳି ଟ୍ରିବ୍ୟୁନାଲ ପାଇଁ ଆମେରିକାର ସମର୍ଥନ ଜରୁରୀ ଓ ଏଥିପାଇଁ ବାଇଡେନ୍‌ ଭୟ କରିବା ଦରକାର ନାହିଁ। ପୁଟିନ୍‌ଙ୍କ ଉପରେ ଏକ ତଦନ୍ତକୁ ସମର୍ଥନ କରିବା ସାମ୍ପ୍ରତିକ ସ୍ଥିତିରେ ଫଳପ୍ରଦ ହେବ। ୟୁକ୍ରେନ୍‌ ପ୍ରତିରକ୍ଷାକୁ ସମର୍ଥନ କରିବାଠାରୁ ଆରମ୍ଭ କରି ରୁଷିଆ ବିରୋଧରେ ସକ୍ରିୟ ଆକ୍ରମଣ ଯାଏ ସବୁକିଛି ସେ ଅତି ସତର୍କତାର ସହ ସଞ୍ଚାଳନ କରୁଛନ୍ତି। ଏପରିକି ଆମେରିକା ନିୟମିତ ଭାବେ ବିଶେଷକରି କାମ୍ବୋଡିଆ, ଲୋବାନନ୍‌, ର୍ବାଣ୍ଡା, ସିଏରା ଲିଓନ ଏବଂ ପୂର୍ବତନ ଯୁଗୋସ୍ଲାଭିଆର ଅନ୍ତର୍ଜାତୀୟ ଅପରାଧ ଉପରେ ଆଇନଗତ ବିଚାର ପାଇଁ ସ୍ବତନ୍ତ୍ର ଟ୍ରିବ୍ୟୁନାଲକୁ ସମର୍ଥନ କରିଆସିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନାଜି ନେତୃତ୍ୱ ଉପରେ ମକଦ୍ଦମା ଚଳାଇ ଦଣ୍ଡିତ କରିବା ଲାଗି ଅନ୍ତର୍ଜାତୀୟ ମିଲିଟାରି ଟ୍ରିବ୍ୟୁନାଲ ଦ୍ୱାରା କରାଯାଇଥିବା ‘ନୁରେମବର୍ଗ ଟ୍ରାଏଲ’ରେ ଆମେରିକାର ପ୍ରୋସେକ୍ୟୁଟରମାନେ ଆଗରେ ରହିଥିଲେ। ପୂର୍ବ ଓ ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଅନ୍ତର୍ଜାତୀୟ ମିଲିଟାରି ଟ୍ରିବ୍ୟୁନାଲ ଜାପାନିଜ୍‌ ଯୁଦ୍ଧ ଅପରାଧ ଲାଗି ‘ଟୋକିଓ ଟ୍ରାଏଲ’ କରିଥିଲା। ଏଥିରେ ବି ଆମେରିକୀୟ ପ୍ରୋସେକ୍ୟୁଟରମାନେ ଆଗରେ ଥିଲେ। ଏହି ଉଭୟ ଟ୍ରିବ୍ୟୁନାଲ ସେଣ୍ଟ ଜେମ୍ସ ପ୍ୟାଲେସର ୧୯୪୧ ଘୋଷଣାନାମା କିମ୍ବା ଲଣ୍ଡନ ଘୋଷଣାନାମା ଅନୁଯାୟୀ ଗଠନ କରାଯାଇଥିଲା। ଉକ୍ତ ଘୋଷଣାନାମାରେ ମିତ୍ର ଶକ୍ତିଗୁଡ଼ିକ ଏକମତ ହୋଇଥିଲେ ଯେ, ଆକ୍ରମଣର ଦୋଷୀମାନଙ୍କ ପାଇଁ କୌଣସି ସୁରକ୍ଷିତ ଆଶ୍ରୟ ରହିବ ନାହିଁ। ତେବେ ସେହିଭଳି ପୁଟିନ୍‌ଙ୍କୁ ଆଇନଗତ ଭାବେ ଅଭିଯୁକ୍ତ କରିବା ଦାୟିତ୍ୱ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ବହନ କରିପାରିବ।
ୟକ୍ରେନ୍‌ ଆକ୍ରମଣ ଅପରାଧ ଉପରେ ସ୍ବତନ୍ତ୍ର ଟ୍ରିବ୍ୟୁନାଲ ଗଠନ ୟୁକ୍ରେନ୍‌ ସରକାର ଓ ତାଙ୍କ ନାଗରିକମାନଙ୍କ ତରଫରୁ କରାଯାଇଥିବା ଜେଲେନ୍‌ସ୍କିଙ୍କ ଅନୁରୋଧର ଏକ ପ୍ରତିକ୍ରିୟା ହେବ। ଟ୍ରିବ୍ୟୁନାଲର ଅଧିକାର ୟୁକ୍ରେନ୍‌ ଆଇନରୁ ଅଣାଯାଇପାରିବ ।
ଆକ୍ରମଣ ଅପରାଧଗୁଡ଼ିକ ଉପରେ କଟକଣା ଅନ୍ତର୍ଜାତୀୟ ଆଇନର ଅଂଶ ହେବ। ଏହା ସ୍ବତନ୍ତ୍ର ଭାବେ ୟୁକ୍ରେନ୍‌ ସ୍ଥିତି ଉପରେ ଦୃଷ୍ଟି ରଖି ଭୁଲ୍‌ କାର୍ଯ୍ୟର ପ୍ରମାଣ ସଂଗ୍ରହ କରିପାରିବ। ତେବେ ଏକ ସମ୍ଭାବ୍ୟ ଟ୍ରାଏଲ ବା ମକଦ୍ଦମା ପୁଟିନ୍‌ଙ୍କ ଶାନ୍ତି ଆଲୋଚନାର ଇଚ୍ଛାରେ ଭଟା ପକାଇବାର ଆଶଙ୍କା ରହିଛି। ଇଂଲଣ୍ଡର ଉଭୟ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ରୁଷିଆ ଛାଡ଼ି ଇଂଲଣ୍ଡର ନାଗରିକତ୍ୱ ନେଇଥିବା ଆଲେକଜାଣ୍ଡର ଲିଟ୍‌ଭିନେଙ୍କୋ (ପୂର୍ବତନ ରୁଷିଆନ ଫେଡେରାଲ ସିକ୍ୟୁରିଟି ସର୍ଭିସ ଅଫିସର) ଙ୍କ ହତ୍ୟା ଉପରେ ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିଥିଲି। ସେହି ଅନୁଭବ ମୋତେ ଶିକ୍ଷା ଦେଇଥିଲା ଯେ, ଯଦି ପୁଟିନ୍‌ କୌଣସି ଭାଷା ବୁଝୁଥାନ୍ତି, ତେବେ ତାହା କେବଳ କ୍ଷମତାର ଭାଷା।
ରୁଷିଆର କ୍ରୂରତାକୁ ଦୃଷ୍ଟିରେ ରଖି ୟୁକ୍ରେନ୍‌ର ଲୋକମାନେ ଏକାଠି ହୋଇ ବୀର ଭଳି ଲଢ଼ୁଛନ୍ତି। ଆମେରିକା ନେତୃତ୍ୱରେ ଅବଶିଷ୍ଟ ବିଶ୍ୱ ମଧ୍ୟ ସେହିଭଳି ସାହସ ପ୍ରଦର୍ଶନ କରିଛନ୍ତି ଏବଂ ରୁଷିଆର ଶୀର୍ଷ ନେତାମାନଙ୍କ ସହ କିଭଳି ନ୍ୟାୟ କରାଯାଇପାରିବ ତାହା ନିଶ୍ଚିତ କରିବାକୁ ସଙ୍କଳ୍ପ ନେଇଛନ୍ତି। ପୁଟିନ ଓ ତାଙ୍କ ସାଥୀମାନଙ୍କୁ ଯୁଦ୍ଧ ପାଇଁ ଦାୟୀ କରିବାକୁ ଆମେରିକା ଶେଷରେ ତା’ ଇଚ୍ଛା ପ୍ରକାଶ କରିଛି। ଏହା କରିବାକୁ ଏବେ ତାହା ୟୁରୋପ ସହ ହାତ ମିଳାଇବା ଦରକାର।

– ଗର୍ଡନ ବ୍ରାଉନ୍‌
ପୂର୍ବତନ ପ୍ରଧାନମନ୍ତ୍ରୀ, ଇଂଲଣ୍ଡ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri