ଦିଗପହଣ୍ଡି ସମିତିସଭ୍ୟଙ୍କୁ ସଂଘବଦ୍ଧ ଆକ୍ରମଣ-ଲୁଟ୍: ଜଣେ ଅଭିଯୁକ୍ତ ଜେଲ୍‌ ଗଲେ, ୨ ନାବାଳକ ବାଳସୁଧାର ଗୃହକୁ…

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ପଞ୍ଚାୟତ ସମିତିସଭ୍ୟ ବି. ଲଡୁ ପାତ୍ର ଏବଂ ତାଙ୍କ ଦୁଇ ସହଯୋଗୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ, ସୁନା ଚେନ୍ ଓ ଟଙ୍କା ଲୁଟ୍‌ ଏବଂ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ୍‌.ଆଇ. ସୋଫିଆ ମିଶ୍ର ଶୁକ୍ରବାର ପାଟପୁର ଥାନା ପଳାସପୁର ଗ୍ରାମର ଗଙ୍ଗା ଓରଫ ଗଙ୍ଗାଧର ନାଇକ (୨୩)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଥାନା ମାମଲା ନଂ ୩୭୧/୨୬ ଅନୁଯାୟୀ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଗଙ୍ଗାଙ୍କୁ ଦିଗପହଣ୍ଡି ସବ୍‌ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଏଥିସହିତ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ପାଟପୁର ଥାନା ଅଞ୍ଚଳର ୨ ଜଣ ୧୭ ବର୍ଷୀୟ ନାବାଳକଙ୍କୁ ପୋଲିସ ବ୍ରହ୍ମପୁର ଯୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିବା ପରେ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠାଯାଇଛି।

ଘଟଣା ମୁତାବକ, ଗତ ରବିବାର ରାତି ପ୍ରାୟ ୨ଟାରେ ସମିତିସଭ୍ୟ ଲଡୁ, ତାଙ୍କ ସାଙ୍ଗ ପ୍ରଭାତ ମହାନ୍ତି ଓ ପି. ଆକାଶଙ୍କ ସହ ଗାଁ ନିକଟ ଜକମେରି ପଲ୍ଲୀରେ ନାଚ ଦେଖି ବୁଲେଟ୍ ବାଇକ୍‌ରେ ଫେରୁଥିଲେ। ଗୁମା ଗ୍ରାମ ବଡ଼ବନ୍ଧ (ପୋଖରୀ) ନିକଟ ମୁଖ୍ୟରାସ୍ତାରେ ୨୫ରୁ ଉର୍ଦ୍ଧ୍ୱ ଯୁବକ ସେମାନଙ୍କୁ ଅଟକାଇଥିଲେ। ଭୀଷ୍ମଗିରି ଗ୍ରାମର ରାଜା ମହାନ୍ତି ଏବଂ ପଳାଶପୁରର ଗଙ୍ଗା ନାଇକ ଗାଳିଗୁଲଜ କରିବାରୁ, ପ୍ରତିବାଦ କରିବାରୁ ସେମାନେ ଖଣ୍ଡା, କାତି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଲଡୁଙ୍କ ବେକରୁ ସୁନା ଚେନ୍, ପକେଟ୍‌ରୁ ନଗଦ ୩ ହଜାର ଟଙ୍କା ଲୁଟି ନେବା ସହ ବୁଲେଟ୍‌ ଟାୟାର ଓ ତେଲ ଟାଙ୍କିକୁ ହାଣି ଦେଇଥିଲେ।

ଏହା ଦେଖି ଆକାଶ ଓ ପ୍ରଭାତ ଦୌଡ଼ି ପଳାଇବାକୁ ଚେଷ୍ଟା କରିବାରୁ, ଶିବ କାଳୀ ନାମକ ଯୁବକ ଆକାଶଙ୍କ ମୁଣ୍ଡ ଓ ବେକକୁ ଛୁରୀରେ ଭୁଷି ଦେଇଥିଲେ। ସେହିପରି ରାଜା କାତିରେ ଆକ୍ରମଣ କରିବାରୁ ପ୍ରଭାତଙ୍କ ମୁହଁ, ମୁଣ୍ଡ, ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଉଭୟ ଚେତାଶୂନ୍ୟ ହୋଇ ରାସ୍ତାରେ ପଡ଼ିଯାଇଥିଲେ। ଲଡୁଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଥିଲେ ବି ସେ କୌଶଳକ୍ରମେ ସେଠାରୁ ଦୌଡ଼ି ରକ୍ଷା ପାଇଥିଲେ। ଅଭିଯୁକ୍ତମାନେ ଫେରାର ହେବା ପରେ, ଲଡୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ପ୍ରଭାତ ଓ ଆକାଶଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସୋମବାର ରାତି ପ୍ରାୟ ସାଢ଼େ ୧୨ଟାରେ ଅଭିଯୁକ୍ତମାନେ ମାରଣାସ୍ତ୍ର ଧରି ଲଡୁଙ୍କ ଭ୍ରମରବର ପଲ୍ଲୀସ୍ଥିତ ଘର ସମ୍ମୁଖରେ ପହଞ୍ଚି ପୁନର୍ବାର ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଗ୍ରାମବାସୀ ପ୍ରତିବାଦ କରିବାରୁ ଲଡୁ ୧୧୨ ନମ୍ବରକୁ ଫୋନ୍‌ କରି ପୋଲିସକୁ ଜଣାଇଥିଲେ। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବାରୁ ରାଜା ମହାନ୍ତି ଓ ଅନ୍ୟ ଯୁବକମାନେ ପୋଲିସ ଗାଡ଼ି ଉପରକୁ ପଥର ଫୋପାଡ଼ିବା ସହ କିଛି ପୋଲିସ କର୍ମଚାରୀଙ୍କୁ ମାଡ଼ ମାରି ଚମ୍ପଟ ମାରିଥିଲେ।

ମଙ୍ଗଳବାର ସମିତିସଭ୍ୟ ଲଡୁ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ। ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଅନୁଯାୟୀ, ଗ୍ରାମ୍ୟ ଜୁଆଖେଳ ପରିଚାଳନାକୁ କେନ୍ଦ୍ର କରି ଏହି ସଂଘର୍ଷ ଓ ଆକ୍ରମଣ ଘଟିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ଉ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?