Posted inଖେଳ

ଏଟିପି ଫାଇନାଲ୍ସ: ମେଡ୍‌ଭେଡେଭ ଚାମ୍ପିୟନ

ଲଣ୍ଡନ, ୨୪।୧୧: ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ ନିଜ କ୍ୟାରିୟରର ସବୁଠାରୁ ବଡ଼ ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ବର୍ଷଶେଷ ଏଟିପି ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ ସେ ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସେ ୟୁଏସ ଓପନ ଚାମ୍ପିୟନ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କୁ ୪-୬, ୭-୬(୨), ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ମେଡଭେଡେଭ ସହଜରେ ଏଠାରେ ଟାଇଟଲ ବିଜୟୀ ହୋଇନାହାନ୍ତି। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୩ ଖେଳାଳିଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି। ୩ ନମ୍ବର ଥିମ୍‌ଙ୍କୁ ହରାଇବା ପୂର୍ବରୁ ସେ ସେମିଫାଇନାଲରେ ୨ ନମ୍ବର ରାଫାଲ ନାଡାଲ ଏବଂ ଲିଗ୍‌ ପର୍ଯ୍ୟାୟରେ ନମ୍ବର ଓ୍ବାନ ନୋଭାକ୍‌ ଜୋକୋଭିଚ୍‌ଙ୍କୁ ପରାସ୍ତ କରିଛନ୍ତି। ବିଶ୍ୱର ୪ର୍ଥ ଖେଳାଳିଭାବେ ମେଡ୍‌ଭେଡେଭ୍‌ ଗୋଟିଏ ଟୁର୍ନାମେଣ୍ଟରେ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୩ ଖେଳାଳିଙ୍କୁ ହରାଇଛନ୍ତି। ତାଙ୍କ ପୂର୍ବରୁ ବୋରିସ ବେକର, ନୋଭାକ୍‌ ଜୋକୋଭିଚ୍‌ ଓ ଡେଭିଡ ନାଲବଣ୍ଡିଆନ ଏହି ସଫଳତା ପାଇଥିଲେ। ମେଡଭେଡେଭ ଏବେ ଚମତ୍କାର ଫର୍ମରେ ଅଛନ୍ତି। ନିକଟ ଅତୀତରେ ସେ କ୍ରମାଗତ ୧୦ ମ୍ୟାଚ ଜିତିଛନ୍ତି। ଏହା ମଧ୍ୟରୁ ସେ ବିଶ୍ୱର ଟପ୍‌-୧୦ ଖେଳାଳିଙ୍କ ମଧ୍ୟରୁ ୭ ଜଣଙ୍କୁ ହରାଇଛନ୍ତି। ଏହା ପୂର୍ବରୁ ସେ କେବେହେଲେ ଏପରି ସଫଳତା ପାଇ ନ ଥିଲେ। ଏହା ତାଙ୍କର ଆତ୍ମବିଶ୍ୱାସକୁ ବହୁ ପରିମାଣରେ ବଢ଼ାଇଛି। ଆଗାମୀ ଦିନରେ ଏହି ପ୍ରଦର୍ଶନ ଜାରି ରଖିବାକୁ ଚାହିଁଛନ୍ତି ରୁଷୀୟ ଟେନିସ ତାରକା। ୨୦୧୯ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଫାଇନାଲରେ ସେ ରାଫାଲ ନାଡାଲଙ୍କଠାରୁ ହାରି ରନର୍ସଅପ୍‌ ହୋଇଥିଲେ। ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଲଣ୍ଡନରେ କ୍ରମାଗତ ୧୨ ବର୍ଷଧରି ହୋଇ ଆସୁଥିବା ଏହି ଟୁର୍ନାମେଣ୍ଟ ଆସନ୍ତା ବର୍ଷରୁ ଇଟାଲିର ଟୁରିନ୍‌ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri