Posted inଖେଳ

ହାଇଦ୍ରାବାଦରୁ କୋଲାକୋଙ୍କୁ ଆଣିଲା ଏଟିକେ

ହାଇଦ୍ରାବାଦ, ୧୦ା୪(ପି.ଟି.)-ହାଇଦ୍ରାବାଦ ଏଫ୍‌ସିରୁ ରେକର୍ଡ ଟ୍ରାନ୍ସଫର ଫି’ ବିନିମୟରେ ଲିଷ୍ଟନ କୋଲାକୋଙ୍କ ସହ ଚୁକ୍ତି କରିଛି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଏଟିକେ ମୋହନବାଗାନ। ହାଇଦ୍ରାବାଦ ଏଫ୍‌ସି ଓ ଏଟିକେ ମୋହନବାଗାନ ଦଳର ସହମତିରେ ଏହି ଟ୍ରାନ୍ସଫର ହୋଇଛି। ଏ ବାବଦରେ କେତେ କାରବାର ହୋଇଛି ତାହା ଗୋପନ ରଖାଯାଇଛି। ଜଣେ ଭାରତୀୟ ଫୁଟ୍‌ବଲ ଖେଳାଳି ଭାବେ କୋଲାକୋ ସବୁଠାରୁ ଅଧିକ ମୂଲ୍ୟରେ ଗୋଟିଏ କ୍ଲବରୁ ଅନ୍ୟ କ୍ଲବକୁ ଯାଇଥିବା କୁହାଯାଉଛି। ୨୨ବର୍ଷୀୟ ଏହି ଫରଓ୍ବାର୍ଡ ଖେଳାଳି ଜୁନ୍‌ ୧ରେ ଏଟିକେ ମୋହନବାଗାନ ଦଳରେ ଯୋଗଦାନ କରିବେ। କୋଲାକୋ ୨୦୨୦ ଜାନୁୟାରୀ ୨୩ରେ ହାଇଦ୍ରାବାଦ ଏଫ୍‌ସିରେ ଯୋଗ ଦେଇଥିଲେ। କ୍ଲବ ତରଫରୁ ସେ ୨୩ଥର ଖେଳିଛନ୍ତି। ଆଇଏସ୍‌ଏଲରେ ସେ ୪ଟି ଗୋଲ ସ୍କୋର କରିଛନ୍ତି। ତିନୋଟି ଗୋଲରେ ସେ ସହାୟତା ପ୍ରଦାନ କରିଛନ୍ତି। କ୍ଲବ ତରଫରୁ ସେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବାରୁ ଜାତୀୟ ଦଳ ତରଫରୁ ପଦାର୍ପଣ ଅପେକ୍ଷାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବ୍ଲ୍ୟୁଟିସି ଫାଇନାଲ: ଭାରତର ପ୍ରଦର୍ଶନ ଉପରେ ଶ୍ରୀଲଙ୍କାର ଭାଗ୍ୟ

ନୂଆଦିଲ୍ଲୀ,୨୦ା୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଜିତିବା ସହିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ଫାଇନାଲ ସମ୍ଭାବନାକୁ ଦୃଢ଼ୀଭୂତ କରିଛି ଭାରତ। ଜୁନ୍‌ ୭ରେ ଓଭାଲରେ ଖେଳାଯିବାକୁ ଥିବା...

ମହିଳା ଫିଫା ବିଶ୍ୱକପ୍‌: ସେମିରେ ସ୍ବିଡେନ

ପ୍ୟାରିସ୍‌,୩୦।୬- ଏକଦା ମ୍ୟାଚ୍‌ରେ ପଛୁଆ ଥିବା ସ୍ବିଡେନ୍‌ ୨-୧ ଗୋଲରେ ଶକ୍ତିଶାଳୀ ଜର୍ମାନୀକୁ ହରାଇ ଚଳିତ ମହିଳା ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ବିଜୟୀ...

ସମସ୍ତଙ୍କ ହୃଦୟ ଜିତିଲେ ରୋହିତ ଶର୍ମା

ରାୟପୁର,୨୨।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରର ବିଜୟୀ ହୋଇଛି। ଏହି ବିଜୟ ସହ...

ୟୁନିଲାଇଟ୍‌ କପ୍‌ ଆନ୍ତଃ ସ୍କୁଲ ଫୁଟବଲ କିସ୍‌-ସୈନିକ ସ୍କୁଲ ଫାଇନାଲ

ଭୁବନେଶ୍ୱର, ୩୧।୮(କ୍ରୀଡ଼ା ପ୍ରତିନିଧି)- ୟୁନିଟ-୬ ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୬ ନମ୍ବର ହାଇସ୍କୁଲ ପଡ଼ିଆରେ ଚାଲିଥିବା ୟୁନିଲାଇଟ କପ୍‌ ଆନ୍ତଃସ୍କୁଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଲାଇନ୍‌ଅପ୍‌...

କୋଚ୍‌ଙ୍କ ଅଧୁରା ପ୍ରେମ କାହାଣୀ

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସଂଯୋଗ ବହୁତ ପୁରୁଣା। ଶର୍ମିଳା ଟାଗୋର-ମନସୁର ଖାନ ପଟୌଦିଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ...

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ କ୍ଲାସେନ

ଜୋହାନ୍ସବର୍ଗ, ୧୮।୮ (ପି.ଟି.)- ଟେଷ୍ଟ ସିରିଜ ଖେଳିବା ଲାଗି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆସନ୍ତା ଅକ୍ଟୋବରରେ ଭାରତ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି...

ଆଜିର ଦିନରେ ଇତିହାସ ରଚିଥିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୪।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜ କ୍ୟାରିୟର୍‌ରେ ଅନେକ ବଡ ବଡ ରେକର୍ଡ ହାସଲ କରିଥିଲେ। ତାଙ୍କୁ କ୍ରିକେଟର୍‌ ଭଗବାନ ଆଖ୍ୟା ମଧ୍ୟ ଦିଆଯାଇଛି। ଫେବୃୟାରୀ...

ଲର୍ଡ୍ସ ଶତକ ମୋ କ୍ୟାରିୟରର ଶ୍ରେଷ୍ଠ ଇନିଂସ : ରାହାନେ

ମେଲବୋର୍ନ,୨୮ା୧୨- ଅଷ୍ଟ୍ରେଲିଆ ବିପକ୍ଷରେ ଏମ୍‌ସିଜିଠାରେ ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଶତକୀୟ ପାଳିକୁ ବହୁ ପୂର୍ବତନ କ୍ରିକେଟର ପ୍ରଶଂସା କରିଛନ୍ତି। ହେଲେ ଏହାକୁ...

Advertisement
Archives

Model This Week