ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ନୂଆଦିଲ୍ଲୀ,୯ା୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ରବିବାର ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା। ରାଜଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ଇସ୍ତଫା ଦେଇଛନ୍ତି। ସେ ଉପରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

Image

ଅରବିନ୍ଦ କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଗତବର୍ଷ ୨୧ ସେପ୍ଟେମ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶପଥ ନେଇଥିଲେ। ତାଙ୍କର କାର୍ଯ୍ୟକାଳ ସାଢ଼େ ୪ ମାସ ରହିଲା। ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ପୂର୍ବରୁ ଭାଜପାର ଦିବଂଗତ ନେତ୍ରୀ ସୁଷମା ସ୍ବରାଜ ଏବଂ ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରିଆସିଥିବା କଂଗ୍ରେସର ଦିଗଂଗତ ନେତ୍ରୀ ଶୀଲା ଦୀକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆତିଶୀ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ।

Image

ଶନିବାର ୭୦ ସିଟ୍‌ ମଧ୍ୟରୁ ଦିଲ୍ଲୀ ବିଧାନସଭାରେ ଭାଜପା ୪୮ଟି ସିଟ୍‌ ଦଖଲ କରିଥିଲା। ଆମ୍‌ ଆଦ୍‌ମୀ ପାର୍ଟିକୁ ୨୨ଟି ସିଟ୍‌ ମିଳିଥିଲା। କଂଗ୍ରେସ ଲଗାତର ତୃତୀୟ ଥର ପାଇଁ ତା’ର ଖାତା ଖୋଲିପାରିଲା ନାହିଁ।

ଦିଲ୍ଲୀରେ ଭାଜପା ବହୁତ ଭଲ ପ୍ରଦର୍ଶନ କରିଛି। ଏହା ମଧ୍ୟରେ କେଜ୍‌ରିଓ୍ବାଲ ଏବଂ ମନୀଷ ସିସୋଡିଆଙ୍କ ସହିତ ଆମ୍‌ ଆଦ୍‌ମୀ ପାର୍ଟିର କିଛି ବଡ଼ ନେତା ପରାଜୟ ଲାଭ କରିଛନ୍ତି। ଆତିଶୀଙ୍କ ବ୍ୟତୀତ ୩ ମନ୍ତ୍ରୀ ଗୋପାଳ ରାୟ, ମୁକେଶ ଅହଲ୍ୟାବତ ଏବଂ ଇମ୍ରାନ ହୁସେନ ବି ବିଜୟ ଲାଭ କରିଛନ୍ତି। ଆପ୍‌ର ପ୍ରମୁଖ ରଣନୀତିଜ୍ଞ ଆତିଶୀ ଭାଜପାର ରମେଶ ବିଧୂଡ଼ିଙ୍କୁ ୩,୫୨୧ ଖଣ୍ଡ ଭୋଟ୍‌ରେ ପରାଜୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

ବିଶ୍ୱର ଶ୍ରେଷ୍ଠ ୫ ଅର୍ଥନୀତିରେ ବେକାରି ସ୍ଥିତି କ’ଣ? କେତେ ନମ୍ବରରେ ଭାରତର ସ୍ଥାନ, ପଢନ୍ତୁ …

ନୂଆଦିଲ୍ଲୀ, ୧୧।୮: ଭାରତରେ ଡିଗ୍ରୀର ଭାର ବୋହି ଯେତେବେଳେ କୌଣସି ଯୁବକ ସକାଳୁ ସକାଳୁ ଚାକିରି ଖୋଜିବା ପାଇଁ ଘରୁ ବାହାରିଥାଏ, ସେତେବେଳେ ତାଙ୍କ ଆଖିରେ କେବଳ…

ଲଞ୍ଚ୍‌ର ୮୫ ସେକେଣ୍ଡ ପରେ ଜୋରଦାର ବିସ୍ଫୋରଣ: ନିଆଁ ପିଣ୍ଡୁଳା ପାଲଟିଲା ବାହୁବଳୀ ରକେଟ୍

ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ…

AI ଉପରେ କାର୍ଯ୍ୟାନୁଷ୍ଠାନ ପରେ ଭର୍ଚୁଆଲ ପ୍ରେମିକଙ୍କୁ ହରାଇ ଭାଙ୍ଗି ପଡ଼ିଲେଣି ଚାଇନାର ଅନେକ ଯୁବତୀ!

ବେଜିଂ,୧୧।୮: ଚାଇନା ସରକାର AI ବ୍ୟବହାର ସମ୍ପର୍କରେ କଠୋର ନିୟମ ଲାଗୁ କରିଛନ୍ତି, ଯାହା ଫଳରେ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଏହି ନିୟମ ପାଳନ କରିବା ପାଇଁ ସେମାନଙ୍କର…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ରାଜଧାନୀରେ ହାଇଆଲର୍ଟ: ୧୯ ଆତଙ୍କବାଦୀଙ୍କ ପୋଷ୍ଟର

ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସ ପୂର୍ବରୁ ଆତଙ୍କବାଦୀ ବିପଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସାରା ରାଜଧାନୀରେ ହାଇଆଲର୍ଟ ଜାରି କରିଛି। ସ୍ପେଶାଲ ସେଲ, କ୍ରାଇମ ବ୍ରାଞ୍ଚ, ରେଳବାଇ…

ବିଦ୍ୟୁତ ଆଘାତ, ଯୌନ ନିର୍ଯାତନା… ରୁଷିଆ ଜେଲରେ ୟୁକ୍ରେନୀୟ କଏଦୀମାନଙ୍କୁ କିପରି ନିର୍ଯାତନା ଦିଆଯାଏ? ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୧୧।୮: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦୀର୍ଘ ସମୟ ଧରି ଚାଲିଛି। ଦୁଇ ରାଷ୍ଟ୍ର ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ଅନେକ ପ୍ରୟାସ ବିଫଳ ହୋଇଛି।…

SBI ବ୍ୟାଙ୍କ ଲକରରୁ ୫୦ ଲକ୍ଷର ଗହଣା ଗାଏବ, ୨୦୦୩ରୁ କଟୁଥିଲା ଭଡ଼ା

ଲକ୍ଷ୍ନୌ,୧୧।୮: ବ୍ୟାଙ୍କରେ ନିଜର କଷ୍ଟଅର୍ଜିତ ସଞ୍ଚୟ ଏବଂ ଅଳଙ୍କାର ସୁରକ୍ଷିତ ରଖୁଥିବା ଲୋକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନପୁର ସ୍ୱରୂପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri