Posted inଖେଳ

ନାମକରଣ ଜରିଆରେ ସମ୍ମାନିତ ହେବେ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ, ୧୮ା୧ (ପି.ଟି.)-ଦେଶ ପାଇଁ ଗୌରବ ଆଣିଥିବା କ୍ରୀଡ଼ାବିତଙ୍କୁ ଭିନ୍ନ ଏକ ଉପାୟରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ। ସ୍ପୋଟର୍‌ସ ଅଥରିିଟି ଅଫ୍‌ ଇଣ୍ଡିଆ (ସାଇ)ରେ ଯେଉଁ ସୁବିଧାସୁଯୋଗ ରହିଛି, ଭବିଷ୍ୟତରେ ସେଗୁଡ଼ିକର ଆଧୁନିକୀକରଣ ସହ ଖ୍ୟାତିସମ୍ପନ୍ନ ଆଥଲେଟ୍‌ମାନଙ୍କ ନାମରେ ନାମକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ନୌସ୍ଥିତ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସ (ଏନ୍‌ସିଓଇ) ପରିସରରେ ରହିଥିବା ନବ ନିର୍ମିତ ଏୟାର କଣ୍ଡିଶନ ବ୍ୟବସ୍ଥା ଥିବା ରେସ୍‌ଲିଂ ହଲ୍‌ ଓ ସୁଇମିଂପୁଲ୍‌, ଭୋପାଳସ୍ଥିତ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସଠାରେ ୧୦୦ ଶଯ୍ୟାବିଶିଷ୍ଟ ହଷ୍ଟେଲ, ସୋନେପତ୍‌ସ୍ଥିତ ମଲ୍ଟିପର୍‌ପୋଜ ହଲ୍‌ ଏବଂ ଗଲର୍‌ସ ହଷ୍ଟେଲ ବ୍ୟତୀତ ଗୁଆହାଟୀସ୍ଥିତ ନୂଆ ସାଇ ଟ୍ରେନିଂ ସେଣ୍ଟରଠାରେ ରହିଥିବା ଏକ ହଷ୍ଟେଲ, ମଲ୍ଟିପରପୋଜ୍‌ ହଲ୍‌ ଏବଂ ଷ୍ଟାଫ୍‌ କ୍ୱାର୍ଟର୍ସ ସ୍ଥାନୀୟ ଷ୍ଟାର କ୍ରୀଡ଼ାବିତ୍‌ଙ୍କ ନାମରେ ନାମିତ କରାଯିବ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଦେଶରେ ଏକ କ୍ରୀଡ଼ା ସଂସ୍କୃତି ଗଠନ କରିବାକୁ ହେଲେ ଆମର କ୍ରୀଡ଼ାବିତ୍‌ମାନେ ଯେପରି ଉପଯୁକ୍ତ ସମ୍ମାନ ପାଆନ୍ତି ସେଥିପ୍ରତି ଆମ୍ଭେମାନେ ଯନତ୍ବାନ ହେବା ଉଚିତ। ଏହାଦ୍ୱାରା ଯୁବପିଢି କ୍ରୀଡ଼ାକୁ ଏକ କ୍ୟାରିୟର କରିବା ଲାଗି ଉତ୍ସାହିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯୁବିଙ୍କୁ ମୋଟୁ କହିଲେ ପାକିସ୍ତାନ ବୋହୂ

ନୂଆଦିଲ୍ଲୀ,୧୬।୧୧- ଅବସରପ୍ରାପ୍ତ ଅଲରାଉଣ୍ଡ ଯୁବରାଜ ସିଂ (ଯୁବି)ଙ୍କୁ ପାକିସ୍ତାନ ବୋହୂ ତଥା ଦେଶର ଷ୍ଟାର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ମୋଟୁ ବୋଲି କହିଛନ୍ତି।...

ଡିସ୍‌କସ୍‌ ଥ୍ରୋରେ କମଲପ୍ରୀତ୍‌ଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

ପଟିଆଲା,୨୦ା୩ (ପି.ଟି.)-ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଡିସ୍‌କସ୍‌ ଥ୍ରୋରେ କମଲପ୍ରୀତ୍‌ କୌର (୬୫.୦୬ ମିଟର) ଜାତୀୟ ରେକର୍ଡ ପ୍ରତିଷ୍ଠା ସହ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା...

ପୁରୁଷ କ୍ରିକେଟର୍‌ଙ୍କୁ ତାଲିମ ଦେବେ ଏହି ମହିଳା କ୍ରିକେଟ୍‌ର

ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟ ଦଳର ଉଇକେଟ କିପର ସାରା ଟେଲରଙ୍କୁ କାଉଣ୍ଟି କ୍ରିକେଟରେ କୋଚିଂ ଦେଉଥିବା ଦେଖିବାକୁ ମିଳିବ। ସସେକ୍ସ ପକ୍ଷରୁ ତାଙ୍କୁ କୋଚିଂ...

ବିଜୟ ପରେ ଏମିତି ସେଲିବ୍ରେଶନ କଲେ ରୋହିତ, କୋହଲି, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ,୨୬।୯: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିଛି। ନିର୍ଣ୍ଣାୟକ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୬ ଉଇକେଟରେ ପରାସ୍ତ କରି...

ହାମିଲଟନଙ୍କୁ ପୋଲ୍‌ ପୋଜିିଶନ

ଇମୋଲା (ଇଟାଲି), ୧୭ା୪-ରବିବାର ହେବାକୁ ଥିବା ଇମିଲିଆ ରୋମାଗ୍ନା ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ...

ମହିଳା ସୁପର ଲିଗ୍‌: ଚେଲସି ଚାମ୍ପିୟନ ଘୋଷିତ

ଲଣ୍ଡନ,୬।୬: ମହିଳା ଚେଲସି ଏଫ୍‌ସି ଏଥର ମହିଳା ସୁପର ଲିଗ୍‌ର ଚାମ୍ପିୟନ ଘୋଷିତ ହୋଇଛି। ଗତମାସ ୨୦୧୯-୨୦ ସେସନକୁ କୋଭିଡ୍‌-୧୯ ମହାମାରୀ କାରଣରୁ ବାତିଲ କରାଯାଇଛି।...

ପୂର୍ବତନ କ୍ରୀଡା ମନ୍ତ୍ରୀ ହେଲେ ମୁଖ୍ୟ କୋଚ

ନୂଆଦିଲ୍ଲୀ,୨୭।୭:ବେଙ୍ଗଲ କ୍ରିକେଟ ଆସୋସିଏସନ(ସିଏବି) ପୂର୍ବତନ କ୍ରିକେଟର ତଥା ରାଜନେତା ଲକ୍ଷ୍ମୀ ରତନ ଶୁକ୍ଲାଙ୍କୁ ଆସନ୍ତା ସିଜିନ ପାଇଁ ସିନିୟର ପୁରୁଷ ଦଳର ମୁଖ୍ୟ କୋଚ ଭାବରେ...

ପ୍ରଥମ ପରୀକ୍ଷାରେ ଭାରତ ବିଫଳ

ଲଣ୍ଡନ, ୨୬।୫- ଆଇସିସି ବିଶ୍ୱକପର ଅନ୍ୟତମ ଟାଇଟଲ ଦାବିଦାର ଭାରତ କିନ୍ତୁ ଇଂଲଣ୍ଡ ଗସ୍ତର ପ୍ରଥମ ପରୀକ୍ଷାରେ ବିଫଳ ହୋଇଛି। ବିଶ୍ୱକପ ଆରମ୍ଭ ହେବା ପାଇଁ...

Advertisement
Archives

Model This Week