ପୂଜାକୁ ଫେରିଲା ବାଜା

ବଅଁରପାଳ,୧୮ା୧(ଉପେନ୍ଦ୍ର ରାଉତ): ଆଧ୍ୟାତ୍ମିକ ଆୟୋଜନ ହେଉ କି ସାଂସ୍କୃତିକ ଅବା ମାଙ୍ଗଳିକ, ବାଦ୍ୟ ବିନା ଏହାର କଳ୍ପନା କଷ୍ଟକର। ଶାସ୍ତ୍ରରେ ମଧ୍ୟ ବାଦ୍ୟକୁ ସର୍ବଦା ଶୁଭର ସୂଚନା ବୋଲି ମାନ୍ୟ କରାଯାଇଛି। ସେଥିପାଇଁ ପୂଜା, ବିବାହ, ବ୍ରତ ଆଦିରେ ପ୍ରଥମେ ଖୋଜାପଡ଼େ ବାଜା। କିନ୍ତୁ ମହାମାରୀ କୋଭିଡ୍‌-୧୯ କାରଣରୁ ଦୀର୍ଘ ୯ ମାସ ହେଲା ଏହି ବାଦ୍ୟକୁ ଏସବୁ କାର୍ଯ୍ୟରେ ସାମିଲ ପାଇଁ ଅନୁମତି ନ ଥିଲା। ଏପରି କି ଗତ ପୂଜା ଋତୁରେ ବିନା ବାଜାରେ ଦେବଦେବୀଙ୍କ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କିନ୍ତୁ ବିଳମ୍ବ ହେଲେ ବି ଚଳିତମାସରେ ସରକାର ଅନୁମତି ଦେବା ପରେ ବାଜା ତା’ର ପୂର୍ବ ସମ୍ମାନ ଫେରିପାଇଛି। ଆଗକୁ ସରସ୍ବତୀ ପୂଜା ସହ ବିବାହ ଋତୁ ଆସୁଥିବାରୁ ଅନୁଗୋଳ ଜିଲା ବଅଁରପାଳ ବ୍ଲକର ବାଦ୍ୟକାର, ଡିଜେ, ବ୍ରାସପାର୍ଟି ମାଲିକ ଓ କର୍ମଚାରୀ ମହଲରେ ଖୁସିର ଲହରି ଖେଳିଯାଇଛି।
ବଅଁରପାଳ ବ୍ଲକର ନାଲ୍‌କୋ, କାଣ୍ଡସର, କୁରୁଡୁଲୁ, ତୁରଙ୍ଗ, କୁଲାଡ଼, ଗିରାଙ୍ଗ, ଗୋତମରା, ବଅଁରପାଳ, ବୁଢ଼ାପଙ୍କ, ବନ୍ଦା, ନୂଆହତା, ଗଡ଼ସନ୍ତ୍ରୀ, ତଳମୂଳ, ମହୀଧରପୁର ଓ ଫୁଲୁପଡ଼ା ଆଦି ଅଞ୍ଚଳରେ ୨୫ରୁ ଅଧିକ ଡିଜେ, ବ୍ରାସ ଓ ଢୋଲପାର୍ଟି ଅଛନ୍ତି। ବଅଁରପାଳ ସହ ଅନୁଗୋଳ ଓ ଢେଙ୍କାନାଳ ଜିଲାର ବିଭିନ୍ନ ପୂଜା ଉତ୍ସବ ଏବଂ ବିବାହ ଶୋଭାଯାତ୍ରା ପାଇଁ ଏମାନଙ୍କ ନିକଟକୁ ବରାଦ ଆସେ। ଗୋଟିଏ କାର୍ଯ୍ୟକ୍ରମ ପାଇଁ ୨୫ରୁ ୩୦ ହଜାର ଟଙ୍କା ମିଳେ। ତେଣୁ ପ୍ରତିବର୍ଷ ପୂଜା ଓ ବିବାହ ଋତୁରେ ଲକ୍ଷାଧିକ ଟଙ୍କାର ଆୟ ହୋଇଥାଏ। ଗୋଟିଏ ଦଳରେ ୨୦ରୁ ୩୦ ସଦସ୍ୟ ସାମିଲ ଥିବାରୁ ଶତାଧିକ ପରିବାର ଏହି ରୋଜଗାର ଉପରେ ନିର୍ଭର କରନ୍ତି। କିନ୍ତୁ କରୋନା ପାଇଁ ଦୀର୍ଘ ୯ ମାସ ବାଦ୍ୟ ପରିବେଷଣ ବନ୍ଦ ରହିଥିବାରୁ ଏଥିରୁ ଆୟ କରୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ସେହିପରି ଋଣ କରି ମ୍ୟୁଜିକ ସିଷ୍ଟମ ବ୍ୟବସାୟ କରୁଥିବା ଡିଜେ, ବ୍ରସ୍‌ପାର୍ଟି ମାଲିକମାନେ ବିପୁଳ କ୍ଷତି ସହିବାକୁ ବାଧ୍ୟ ହୋଇଥିଲେ। ତେବେ କରୋନା ସଂକ୍ରମଣ ତଳମୁହଁା ହେବା ପରେ ସରକାର ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ, ବିବାହ ଶୋଭାଯାତ୍ରାରେ ୨ଶହରୁ ଅଧିକ ଲୋକଙ୍କୁ ସାମିଲ ଅନୁମତି ଦେଇଛନ୍ତି। ସେହିପରି ଡିଜେ, ବ୍ରାସ୍‌ପାର୍ଟି ଉପରେ ଲଗାଯାଇଥିବା କଟକଣାକୁ ମଧ୍ୟ ହଟାଇ ଦେଇଛନ୍ତି। ସରକାରଙ୍କ

୫ଟି ସ୍ଥାନରୁ ଅଗ୍ରିମ ମିଳିଲାଣି
ବ୍ୟାଙ୍କରୁ ଋଣ କରି ସାଉଣ୍ଡ ସିଷ୍ଟମ ବ୍ୟବସାୟ କରିଛି। କରୋନା ପୂର୍ବରୁ ବେପାର ଖୁବ୍‌ ହେଉଥିଲା। ବିବାହ ଋତୁରେ ଗୋଟିଏ ଦିନରେ ଏକାଧିକ ଶୋଭାଯାତ୍ରା ପାଇଁ ବରାଦ ମିଳୁଥିଲା। କିନ୍ତୁ କରୋନା ପାଇଁ ବର୍ଷେ ବେକାର ହୋଇଗଲା। ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଲା। ହେଲେ ସାଉଣ୍ଡ ସିଷ୍ଟମକୁ ଅନୁମତି ମିଳିଥିବାରୁ ବେପାର ଆରମ୍ଭ ହୋଇଛି। ଗତ ୮ ଦିନ ମଧ୍ୟରେ ୫ଟି ସ୍ଥାନରୁ ଅଗ୍ରିମ ଆସିଲାଣି।
-ରଶ୍ମିରଞ୍ଜନ ସାହୁ, ସାଉଣ୍ଡ ସିଷ୍ଟମ ମାଲିକ, ବନ୍ଦା

ବହୁ ପରିବାର ଉପକୃତ ହେବେ
ସରକାରଙ୍କ କଡ଼ା କଟକଣା ଯୋଗୁ ଲକ୍‌ଡାଉନ୍‌ ସମୟରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ପାଇଁ କେହି ଆଗ୍ରହ ପ୍ରକାଶ କରୁ ନ ଥିଲେ। ତେଣୁ ଡିଜେ, ଢୋଲ ଓ ବ୍ରାସ ପରିବେଷଣର ଅନୁମତି କି ସୁଯୋଗ ନ ଥିଲା। ଏହାଦ୍ୱାରା ବାଦ୍ୟକାରଙ୍କଠାରୁ ଆରମ୍ଭ କରି ଗାୟିକା, ଗାୟକ, ନୃତ୍ୟଶିଳ୍ପୀ, ଲାଇଟ୍‌, ସାଉଣ୍ଡ ଓ ଟ୍ରଲି ଚାଳକଙ୍କ ସହ ୩୦ରୁ ଅଧିକ ପରିବାର ରୋଜଗାର ହରାଇଥିଲେ। ଅନୁମତି ପରେ ଏସବୁ ସଦସ୍ୟଙ୍କ ପରିବାର ଉପକୃତ ହେବେ।
-ଈଶ୍ୱର ବେହେରା, ଗିରାଙ୍ଗ ମ୍ୟୁଜିକ ସିଷ୍ଟମ ମ୍ୟାନେଜର

ଦୁର୍ବଳ ସ୍ଥିତିକୁ ବଳ ମିଳିଛି
କିଛିମାସ ହେଲା ଲକ୍‌ଡାଉନ୍‌ କୋହଳ କରାଯାଇଥିଲେ ମଧ୍ୟ ବେପାର ନ ଥିଲା। ସରକାର କଟକଣା ଲଗାଇଥିବାରୁ ବିନା ବାଜା, ବାଣ ଓ ଶୋଭାଯାତ୍ରାରେ କେହି ବିବାହ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିଲେ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ନ ଥିଲା। ତେଣୁ ଏସବୁ କାର୍ଯ୍ୟକ୍ରମ ପାଇଁ ପ୍ରଥମେ ଖୋଜାପଡ଼ୁଥିବା ଟେଣ୍ଟହାଉସ୍‌ ଏକପ୍ରକାର ଅଛୁଅଁା ହୋଇଯାଇଥିଲା। କଟକଣା ହଟିବା ବେପାରର ଦୁର୍ବଳ ସ୍ଥିତିକୁ ବଳ ଯୋଗାଇଛି।
-ଦୁଷ୍ମନ୍ତ ସାହୁ, ଟେଣ୍ଟ ହାଉସ ମାଲିକ, କନ୍ୟାବେଡ଼ା

ବରଗାଡ଼ି ସଜାଇବା ପାଇଁ ବଇନା ପାଇଛି
ସରକାର ଅଧିକ ସଂଖ୍ୟକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦେଉ ନ ଥିବାରୁ ପୂର୍ବରୁ ବିବାହ, ବ୍ରତୋପନୟନ ଆଦି କାର୍ଯ୍ୟକୁ ଘୁଞ୍ଚାଇ ଦିଆଯାଉଥିଲା। ଫଳରେ ବରଗାଡ଼ିଠାରୁ ବିବାହ ବେଦି ଯାଏ ସାଜସଜ୍ଜା ପାଇଁ ଫୁଲ ଆବଶ୍ୟକ ପଡ଼ୁ ନ ଥିଲା। ଏହା ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଉଥିଲା। ସରକାରଙ୍କ ଅନୁମତି ମିଳୁ ମିଳୁ ବରଗାଡ଼ି ପାଇଁ ବଇନା ପାଇଛି।
-ଅଭିଜିତି ମାଝି, ଫୁଲ ଦୋକାନୀ, ନାଲ୍‌କୋ


Enter your email to get our daily news in your inbox.

All Right Reserved By Dharitri.Com

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଅନୁଗୋଳରେ ପ୍ରଥମ କରି ମହିଳା କାର୍ଡ

ଅନୁଗୋଳ ୧୮।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା କ୍ଷେତ୍ରରେ ବିଜେଡି ଖୋଲିଛି ମହିଳା କାର୍ଡ। ବିଜେଡିର ଦୀର୍ଘ ୨୪ ବର୍ଷ ଇତିହାସରେ ଦଳ କେବେ ବି...

ହାଇଓ୍ବାକୁ ଧକ୍କା ଦେଲା ବସ୍‌: ଚାଲିଗଲା ଜଣଙ୍କ ଜୀବନ,୧୫ରୁ ଅଧିକ ଆହତ

ଛେଣ୍ଡିପଦା,୧୬।୪(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ଅନୁଗୋଳ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଠାରେ ମଙ୍ଗଳବାର ସକାଳେ ଡଲଫିନ ବସ...

ଅନୁଗୋଳ ଜିଲାର ୪ ସ୍ଥାନରେ ପ୍ରାର୍ଥୀ ଦେଲା କଂଗ୍ରେସ

ଅନୁଗୋଳ,୧୫।୪ (ଅମିତ କୁମାର ସାମଲ): ଅନୁଗୋଳ ଜିଲା ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଅନୁଗୋଳ, ତାଳଚେର,...

ବିଳମ୍ବ ହେଉଛି ଅନୁଗୋଳ ବିଜେଡିର ପ୍ରାର୍ଥୀ ଘୋଷଣା

ଅନୁଗୋଳ,୧୫।୪(ଅମିତ କୁମାର ସାମଲ): ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେଉଛି। ଫଳରେ ଏହାକୁ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ତାଙ୍କ...

ଶଙ୍ଖ ଚିହ୍ନ ପାଇଁ ଭୋଟ କର

ଅନୁଗୋଳ,୧୪।୪ (ଅମିତ କୁମାର ସାମଲ)ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ଇତିମଧ୍ୟରେ ଦଳ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri