ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୧୦୫ କିଲୋମିଟର ସାଇକେଲ ଚଲାଇଲେ ଅସହାୟ ବାପା

ଭୋପାଳ,୨୦ା୮: କରୋନା ମହାମାରୀ ଯୋଗୁ ବସ୍‌ ସେବା ବନ୍ଦ ରହିଛି। ଏହି ସମୟରେ ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି ଛାତ୍ରୀଛାତ୍ର ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ପୁଣି ଆରମ୍ଭ ହୋଇ ଦଶମ ଶ୍ରେଣୀ ପିଲାଙ୍କ ସପ୍ଲିମେଣ୍ଟାରୀ ପରୀକ୍ଷା। ତେଣୁ ପରୀକ୍ଷା କେନ୍ଦ୍ରକୁ ଯିବା ପାଇଁ ପିଲାମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧର୍‌ ଜିଲାରେ। ଏଠାରେ ଜଣେ ବାପା ନିଜ ପୁଅକୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ୧୦୫ କିଲୋମିଟର ଦୂର ସାଇକେଲ ଚଲାଇ କେନ୍ଦ୍ରରେ ପହଞ୍ଚିଛନ୍ତି।

ବାଇଦିପୁରା ଗ୍ରାମରେ ରହୁଥିବା ଶୋଭାରାମ୍‌ଙ୍କ ପୁଅ ଆଶିଷ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ବାପାଙ୍କ ସାଇକେଲ୍‌ରେ ବସି ୧୦୫ କିମି ଆସିଥିଲେ। କରୋନା ସଂକ୍ରମଣ ହେତୁ ଏଠାରେ ବସ୍‌ସେବା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଯେଉଁଥିପାଇଁ ସେମାନେ ଧରସ୍ଥିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପାଇଁ କୌଣସି ମାଧ୍ୟମ ପାଇଲେ ନାହିଁ। ଅନ୍ୟପଟେ ଦାରିଦ୍ର୍ୟ ଯୋଗୁ ଆଉ କିଛି ଉପାୟ ମଧ୍ୟ ତାଙ୍କ ନିକଟରେ ନ ଥିଲା। ଶିକ୍ଷାର ମହତ୍ତ୍ୱକୁ ଅନୁଭବ କରି ଗରିବ ବାପା ନିଜ ପୁଅକୁ ନେଇ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ଉଭୟ ବାପା ଏବଂ ପୁଅ ଦୁଇ ଦିନ ପାଇଁ ସାଇକେଲରେ ଖାଦ୍ୟ ଓ ପାନୀୟ ଆଣିଥିଲେ। ସେ ମନଭାରରେ ରାତି କଟାଇ ପରଦିନ ଧରରେ ପହଞ୍ଚିଥିଲେ।


ଧରରେ ଆଶିଷ ଭୋଜ କନ୍ୟା ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ। ଆଶିଷଙ୍କ ପିତା ଶୋଭାରାମ କହିଛନ୍ତି ଯେ, ଟଙ୍କା ଏବଂ ଅର୍ଥ ନ ଥିବାରୁ ମୁଁ ତାଙ୍କୁ ସାଇକେଲ ଯୋଗେ ପରୀକ୍ଷା ଦେବାକୁ ଆଣିଛି। ମୋର ବାଇକ ନାହିଁ ଏବଂ କେହି ସାହାଯ୍ୟ କରନ୍ତି ନାହିଁ। ମୁଁ ଚାହୁଁଛି ମୋ’ ପୁଅ ପଢୁ ଏବଂ ଲେଖୁ। ପୁଅର ପରୀକ୍ଷା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଛାତ୍ର ଆଶିଷ କୁହନ୍ତି, ସେ ବାଇଦିପୁରାରେ ରୁହନ୍ତି। ତିନୋଟି ବିଷୟରେ ସେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ତେଣୁ  ବାପାଙ୍କ ସହ ସାଇକେଲରେ ପରୀକ୍ଷା ଦେବାକୁ ଆସିଛନ୍ତି। ସ୍ଥାନୀୟ ପ୍ରଶାସନ ଏ ସମ୍ପର୍କରେ ଜାଣି ସେମାନଙ୍କ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ରହିବା ବ୍ୟବସ୍ଥା କରିଛନ୍ତି। ଏହା ସହିତ ଖାଦ୍ୟ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri