Posted inଫୁରସତ

ପ୍ରଥମ ଦରମାରେ ବାପାଙ୍କର ପ୍ରିୟ ବହି କିଣିଥିଲି: ଲକ୍ଷ୍ମଣ କୁମାର

ଜୀବନରେ ପ୍ରଥମ ରୋଜଗାର କଥା ଭାବିଲା ମାତ୍ରକେ ମୋତେ ଅନେକ ବର୍ଷ ପଛକୁ, ମୋର ଆଦ୍ୟ କଲେଜ ଜୀବନ ପାଖକୁ ଫେରିଯିବାକୁ ପଡ଼ୁଛି। ଶୈଶବକାଳରୁ ମୋ ଭିତରେ ଯିଏ ସାହିତ୍ୟ ସଂପ୍ରୀତି ସଞ୍ଚାର କରିଥିଲେ- ସେ ହେଉଛନ୍ତି ମୋ ପୂଜ୍ୟ ବାପା ଦୟାନିଧି ପ୍ରଧାନ। ମୋର ଗପ ଓ କବିତା କେଉଁଠି ପ୍ରକାଶ ପାଇଲେ ବାପାଙ୍କର ଯେଉଁ ଆନନ୍ଦ ତାହାକୁ ଭାଷାରେ ପ୍ରକାଶ କରିବାକୁ ମୁଁ ଅକ୍ଷମ। ତେବେ ପ୍ରଥମେ ପ୍ରଥମେ କବିତା ଲେଖାରୁ ମୋର ସୃଜନ ଯାତ୍ରା ଆରମ୍ଭ କରିଥିଲି। ଆଦ୍ୟ କଲେଜ ଜୀବନରେ ପ୍ରଚୁର ଉତ୍ସାହର ସ୍ଫୁଲିଙ୍ଗ ଭରି ଦେଇଥିଲେ ମୋର ପୂଜ୍ୟ ସାର୍‌ ପ୍ରଫେସର୍‌ ମଣୀନ୍ଦ୍ର କୁମାର ମେହେର। ବରପାଲି ମହାବିଦ୍ୟାଳୟରେ ଯୁକ୍ତ୨ ପଢୁଥିବାବେଳେ ମୋର ଦୁଇଟି କବିତା ଆକାଶବାଣୀ ସମ୍ବଲପୁରର ଯୁବବାଣୀ କାର୍ଯ୍ୟକ୍ରମର ସାହିତ୍ୟ ପତ୍ରିକା ପାଇଁ ପଠାଇଥିଲ। ୧୯୯୨ ଡିସେମ୍ବର ସତର ତାରିଖ ଥିଲା ସେ କବିତାର ରେକର୍ଡିଂ। ମୋର ବଡ଼ଭାଇଙ୍କ ସହ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ଯାଇଥିଲି। ସେଦିନ ମୋର ରେକର୍ଡିଂ ନେଇଥିଲେ,ଏଇ କିଛିଦିନ ତଳେ ଆକାଶବାଣୀର ନିର୍ଦ୍ଦେଶକ ପଦରୁ ଅବସର ଗ୍ରହଣ କରିଥିବା ପ୍ରଫୁଲ୍ଲ କୁମାର ମାଝୀ। ମାଝୀ ସାର୍‌ ସେତେବେଳେ ଯୁବବାଣୀ କାର୍ଯ୍ୟକ୍ରମର ପ୍ରସାର କାର୍ଯ୍ୟନିର୍ବାହୀ ଥାଆନ୍ତି। ସେଦିନ ପ୍ରୋଗ୍ରାମ୍‌ ରେକର୍ଡିଂ ପରେ ପ୍ରଫୁଲ୍ଲ ସାର୍‌ ଆକାଶବାଣୀର ଡ୍ୟୁଟି ରୁମ୍‌ରେ ମୋ ହାତକୁ ଶହେ ପନ୍ଦର ଟଙ୍କାର ଚେକ୍‌ ଖଣ୍ଡିଏ ବଢାଇ ଦେଇଥିଲେ। ସେଦିନ ଚେକ୍‌ଟି ଆଣି ଷ୍ଟେଟ୍‌ ବ୍ୟାଙ୍କ୍‌ରେ ମୋ ଆକାଉଣ୍ଟରେ ଜମା କରିଥିଲି। ତା’ର କିଛିଦିନ ପରେ ସେ ଟଙ୍କା କାଢିଥିଲି; ଯାହାକି ଥିଲା ମୋ ପ୍ରଥମ ଉପାର୍ଜନ। ସେହି ଟଙ୍କାରେ ସେଦିନ ବାପାଙ୍କ ପ୍ରିୟ ପୁସ୍ତକଙ୍କ ମଧ୍ୟରୁ ଅନ୍ୟତମ କବି ଗଙ୍ଗାଧରଙ୍କ ଅବିସ୍ମରଣୀୟ କାବ୍ୟ ତପସ୍ବିନୀ କିଣିଥିଲି ବାପାଙ୍କ ପାଇଁ ଗଙ୍ଗାଧର ପୁସ୍ତକାଳୟରୁ। ମୋ ପାଇଁ କିଣିଥିଲି କବି ବିନୋଦ ଚନ୍ଦ୍ର ନାୟକଙ୍କ କବିତା ସଞ୍ଚୟନର ଦ୍ୱିତୀୟ ଭାଗ। ସେତେବେଳେ କବି ବିନୋଦ ଚନ୍ଦ୍ର ନାୟକ ଓଡ଼ିଶା ସାହିତ୍ୟ ଏକାଡେମୀର ଉପ-ସଭାପତି ଥାନ୍ତି। ମୋତେ ଏକ ଚିଠିର ପ୍ରତ୍ୟୁତ୍ତରରେ ସେ ଲେଖିଥିଲେ ତାଙ୍କର ସମସ୍ତ କବିତା ଗ୍ରନ୍ଥାବଳୀ ଆକାରରେ ପ୍ରକାଶ ପାଇଯାଇଛି। ସେହି ବର୍ଷ ମଧ୍ୟ ଗଙ୍ଗାଧର ଜୟନ୍ତୀ ଅବସରରେ ବରପାଲି ଆସିଥିବାବେଳେ କବି ବିନୋଦ ଚନ୍ଦ୍ର ନାୟକଙ୍କୁ ସାକ୍ଷାତ କରି ପ୍ରଚୁର ଆନନ୍ଦ ଲାଭ କରିଥିଲି। ସୁତରାଂ ଏହି ବହି ଦୁଇଟି- ଗୋଟିଏ ବାପାଙ୍କ ପାଇଁ ଓ ଅନ୍ୟଟି ମୋ ଲାଗି କିଣି ମୁଁ ଭାରି ଖୁସି ଥିଲି। ଘରକୁ ଆସି ବାପାଙ୍କୁ ତପସ୍ବିନୀ କାବ୍ୟଟି ବଢାଇ ଦେଇଥିଲି ଏବଂ କହିଥିଲି: ରେଡିଓ ପ୍ରୋଗ୍ରାମ୍‌ରୁ ପାଇଥିବା ପଇସାରେ ଏ ବହି କିଣିଛି ବୋଲି। ବାପା ଭାରି ଆନନ୍ଦିତ ହୋଇଥିଲେ। କହିବା ବାହୁଲ୍ୟ, ବାପାଙ୍କ ଠାରୁ ବହୁ ବିଖ୍ୟାତ କବିଙ୍କ କାବ୍ୟ ଏବଂ ରାମାୟଣ, ମହାଭାରତର କେତେ ପୁଲକପ୍ରଦ ଅଧ୍ୟାୟ ଶୁଣି ମୋ ଅଜାଣତରେ ମୋ ଚେତନାକୁ ନିର୍ମାଣ କରିଛି। ବାପା ଆଜି ସ୍ବର୍ଗତ। ୨୦୧୯ ଏପ୍ରିଲ୍‌ ୨୫ରୁ ସେ ଆମମାନଙ୍କୁ ଛାଡି ବାହୁଡି ଗଲେଣି। କିନ୍ତୁ ବାପା ମୋ ଭିତରେ ଭରି ଦେଇଥିବା ସ୍ବପ୍ନ, ସୃଜନ ଓ ସଂକଳ୍ପ ହିଁ ମୋତେ ନିରନ୍ତର ବାଟ ଦେଖାଉଛି। କେତେ ଝଡ଼, କେତେ ଅନ୍ଧକାର ଆସିଛି ଜୀବନରେ, ମୁଁ କିନ୍ତୁ ହାରି ଯାଇନାହିଁ କେବେ ବି। ଯାହାବି ଯେତିକି ସ୍ବଳ୍ପ ଅର୍ଥ ଏଯାବତ୍‌ ଆସିଛି ମୋ ଜୀବନରେ- ତା’ର ବହୁଳାଂଶ ମୋର ସୃଜନ ଜୀବନର ନିର୍ମାଣରେ ବ୍ୟୟ କରିଛି। ବହିଟିଏ କିଣିଲେ ମୋତେ ଲାଗେ ମୁଁ ଦୀପଟିଏ କିଣୁଛି। ବହି ସବୁ ମୋ ପାଇଁ ଦୀପଂ ଜ୍ୟୋତି। ମୋ ଚେତନାର କୋଠରିକୁ ସେମାନେ ଆଲୋକିତ କରନ୍ତି। ନୂଆ ନୂଆ ବହି ଅଧ୍ୟୟନରେ ମୁଁ ଯେମିତି ଆଲୋକ ସ୍ନାନ କରୁଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri