ରାତି ପାହିଲେ ପରିବେଶ ଚିନ୍ତା

ବନ୍ତ, ୭।୧୨ (ଡି.ଏନ.ଏ.)-ସକାଳ ହେଲେ ସାଇକେଲ ଖଣ୍ଡିଏ ଧରି ଘରୁ ବାହାରି ଯାଆନ୍ତି। ଦୁଇଘଣ୍ଟା ଧରି ବଜାର, ସ୍କୁଲ ଓ ରାସ୍ତାଘାଟ ଆଦି ସଫା କରିବା ପରେ ବିଶ୍ରାମ ନିଅନ୍ତି। ସେହିପରି ସନ୍ଧ୍ୟା ପୂର୍ବରୁ ମଧ୍ୟ ଏସବୁ ସ୍ଥାନକୁ ସଫା କରିଥାନ୍ତି। ସଫେଇ କରିବା ପରେ ଅଳିଆ ଆବର୍ଜନା ସବୁ ଗୋଟିଏ ସ୍ଥାନରେ ରଖି ନିଅଁା ଲଗାଇ ପୋଡ଼ି ଦିଅନ୍ତି। ରାତି ପାହିଲା ମାତ୍ରେ ତାଙ୍କୁ ପରିବେଶ ଚିନ୍ତା। ଏହାଦ୍ୱାରା ପରିବେଶ ସଫାସୁତୁରା ରହିଥାଏ ଓ ଏଥିରୁ ତାଙ୍କୁ ଆତ୍ମସନ୍ତୋଷ ମିଳେ ବୋଲି କହନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ନିଳୋକ ପଞ୍ଚାୟତ ଭଣ୍ଡାରଗଢ଼ିଆ ଗ୍ରାମର ଗୋପୀନାଥ ଲେଙ୍କା(୪୮)।
ସେ ୫ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଆର୍ଥତ୍କ ଅଭାବ ଯୋଗୁ ଅଧିକ ପାଠ ପଢ଼ି ପାରି ନ ଥିଲେ। ଗଁା ଗହଳିରେ ରୋଷେଇ କାର୍ଯ୍ୟ ଶିଖିଥିଲେ। ପରେ ଭଦ୍ରକର ଏକ କ୍ୟାଟେରିଂ ସଂସ୍ଥାରେ ଦୀର୍ଘ ୩୨ବର୍ଷ ଧରି ଚାକିରି କରି ଯାହା ପାଉଥିଲେ ସେଥିରୁ ପରିବାର ଚଳାଉଥିଲେ। ଘରେ ତାଙ୍କର ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଗତ ୩ ବର୍ଷ ହେବ କୌଣସି କାରଣରୁ କ୍ୟାଟେରି ସଂସ୍ଥା ଛାଡ଼ିବା ପରେ ଏବେ ସଫେଇ କାର୍ଯ୍ୟରେ ଲାଗିଛନ୍ତି। ପ୍ରତିଦିନ ସକାଳୁ ଆସି ନିଳୋକ ବଜାରକୁ ପ୍ରଥମେ ସଫା କରିବା ପରେ ହାଇସ୍କୁଲ ପରିସର ଓ ରାସ୍ତାଘାଟ ସଫେଇ କରିଥାନ୍ତି। ଏଥିରୁ ତାଙ୍କୁ କିଛି ପାରିଶ୍ରମିକ ମିଳୁ ନ ଥିଲେ ମଧ୍ୟ ସେ ସଫେଇ କରି ଖୁସି ପାଉଥିବା କହିଛନ୍ତି। ତାଙ୍କର ଏହି କାମ ଯୋଗୁ ବଜାର ଅଞ୍ଚଳ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହୁଛି। ଏଭଳି ମହତ୍‌ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରନ୍ତି। ତେବେ ତାଙ୍କର ଜମିବାଡ଼ି କହିଲେ ୫ ଗୁଣ୍ଠ ହେବ। ସରକାରୀ ସହାୟତା ଭାବେ କେବଳ ରାଶନ ସାମଗ୍ରୀ ପାଇଆସୁଛନ୍ତି। ଏହାରି ଭିତରେ ବଜାର ଦୋକାନୀଙ୍କର କାମଧନ୍ଦା କରି ସ୍ବଳ୍ପ ଅର୍ଥ ଉପାର୍ଜନ କରୁଛନ୍ତି। ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ତଥାପି ସେ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି କାମ କରିଚାଲିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ସ୍ଲୁଇସ୍‌ ଗେଟ୍‌: ମୋଟ ୨୬ଟି ଗେଟ୍‌ରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର, ୨୭/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବଢ଼ିବାରୁ ରୁଲ୍‌କର୍ଭର ଉତ୍ତମ ପରିଚାଳନା ସ୍ୱରୂପ ରବିବାର ପର୍ଯ୍ୟାୟକ୍ରମେ ଆଉ ୬ଟି ସ୍ଲୁଇସ୍‌…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

ଧରିତ୍ରୀ ପ୍ରଭାବ: ୪ ଦିନ ପରେ ଖୋଲିଲା ଗାଜଲବାଡ଼ି ଘାଟି ରାସ୍ତା, ତଥାପି ଜାରି ରହିଛି ଭାରୀଯାନ ଚଳାଚଳ କଟକଣା

ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାରୁ ୪ ଦିନ ପରେ ସିଲ୍‌କୁ ହଟାଇଛି ଗଞ୍ଜାମ ଜିଲା ପ୍ରଶାସନ। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?