ମାଇକ୍ରୋସଫ୍ଟରେ ପୁଣି ଛଟେଇ ଆରମ୍ଭ: କର୍ମଚାରୀଙ୍କ ମଧ୍ୟରେ ପଡ଼ିଲା ଚହଳ

ଓ୍ବାଶିଂଟନ୍‌,୪।୨: ଟେକ୍‌ ଜଗତରେ ଛଟେଇର ଲହର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅନେକ ପ୍ରମୁଖ କମ୍ପାନୀ ପୁଣି ଥରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି। ଆମାଜନ ପରେ ମାଇକ୍ରୋସଫ୍ଟ ମଧ୍ୟ କାର୍ଯ୍ୟଦକ୍ଷତା ଆଧାରରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଛି । କମ୍ପାନୀର ଆଶା ପୂରଣ କରି ନ ଥିବା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଉଥିବା ସୂଚନା ମିଳିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟ ପ୍ରଭାବିତ କର୍ମଚାରୀମାନଙ୍କୁ ଜଣାଇଛି ଯେ ଟର୍ମିନେସନ ନୋଟିସ ପାଇବା ମାତ୍ରେ, କମ୍ପାନୀର କାର୍ଯ୍ୟାଳୟ ଏବଂ ସିଷ୍ଟମରେ ସେମାନଙ୍କର ଆକ୍ସେସ ବାତିଲ କରାଯିବ ଏବଂ ସେମାନଙ୍କୁ ଆଗକୁ କାମ କରିବାକୁ ଅନୁମତି ଦିଆଯିବ ନାହିଁ। କେତେକ କର୍ମଚାରୀ ଏହା ମଧ୍ୟ ନିଶ୍ଚିତ କରିଛନ୍ତି, ସେମାନଙ୍କ ଚାକିରିରୁ ବହିଷ୍କାର ବଦଳରେ କମ୍ପାନୀ କୌଣସି କ୍ଷତିପୂରଣ ପ୍ରଦାନ କରିନାହିଁ। ଏଥିସହ ସେମାନଙ୍କ ସ୍ବାସ୍ଥ୍ୟସେବା ମଧ୍ୟ ବନ୍ଦ ରହିଛି। ସୂଚନାଯୋଗ୍ୟ, କାର୍ଯ୍ୟଦକ୍ଷତା ଆଧାରରେ ଛଟେଇ ସହିତ ସୁରକ୍ଷା, ଗେମିଂ, ଡିଭାଇସ ଓ ସେଲ୍ସ ଟିମ୍‌ରୁ ଲୋକଙ୍କୁ ଛଟେଇ କରି କମ୍ପାନୀ ଖର୍ଚ୍ଚ ମଧ୍ୟ ହ୍ରାସ କରୁଛି।
ମାଇକ୍ରୋସଫ୍ଟ ଏହାର ଟର୍ମିନେସନ ଚିଠିରେ ସ୍ପଷ୍ଟ କରିଛି ଯେ, ଯଦି ଛଟେଇ ହୋଇଥିବା କର୍ମଚାରୀଙ୍କ ମଧ୍ୟରୁ କେହି ପୁନର୍ବାର ଚାକିରି ପାଇଁ ଆବେଦନ କରନ୍ତି, ତେବେ ସେମାନଙ୍କପୂର୍ବ ପ୍ରଦର୍ଶନ ଏବଂ ଚାକିରିରୁ ବହିଷ୍କାର ହେବାର କାରଣକୁ ବିଚାରକୁ ନିଆଯିବ। ଭବିଷ୍ୟତରେ ଯେଉଁ କର୍ମଚାରୀମାନେ କମ୍ପାନୀରେ ପୁନର୍ବାର ଯୋଗ ଦେବାକୁ ଯୋଜନା କରୁଥିଲେ ସେମାନଙ୍କ ପାଇଁ ଏହା ଏକ ଝଟକା ହୋଇପାରେ । ଏହି ପର୍ଯ୍ୟାୟ ଛଟେଇ ପାଇଁ କମ୍ପାନୀ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ଏପରିକି ବରିଷ୍ଠ କର୍ମଚାରୀମାନେ ମଧ୍ୟ ଏଥିରେ ପ୍ରଭାବିତ ହେଉଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଏବେ ଉଚ୍ଚ ପଦବୀରେ ମଧ୍ୟ ପ୍ରଦର୍ଶନର ମୂଲ୍ୟାୟନ କରାଯାଉଛି। ତେବେ ଭବିଷ୍ୟତରେ ପୁନଃ ନିଯୁକ୍ତି ଉପରେ ମଧ୍ୟ କମ୍ପାନୀ ବିଚାର କରୁଛି। ବର୍ତ୍ତମାନ କମ୍ପାନୀରେ ୨,୨୮,୦୦୦ରୁ ଅଧିକ ପୂର୍ଣ୍ଣକାଳୀନ କର୍ମଚାରୀ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ…

ସ୍କୁଲ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ସରକାର

ନୂଆଦିଲ୍ଲୀ,୨୨ା୪: ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟକୁ…

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିରେ ଖୁସି ନାହିଁ ଇରାନ: କହିଲା- ଏହା ଏକ ଚାଲ୍‌…

ତେହରାନ୍‌,୨୨।୪: ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣାକୁ ଖାରଜ…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri