ପେଟ ଭରି ପିଜା ଖାଇଲେ ମହାକାଶଚାରୀ, ପିଜା ପାର୍ଟି ଭିଡ଼ିଓ ଭାଇରାଲ…

ଓ୍ବାଶିଂଟନ,୨୯।୮: ପୃଥିବୀରେ ପିଜା ଖାଇବା ଅତି ସାଧାରଣ କଥା। ମାତ୍ର ସ୍ପେସ୍‌ ଷ୍ଟେଶନରେ ବିଭିନ୍ନ କଟକଣା ମଧ୍ୟରେ ବସି ପିଜା ଖାଇବା କିଛି କମ୍‌ କଥା ନୁହେଁ। ତେବେ ଏହା ସତରେ ପରିଣତ ହୋଇଛି। ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରେ ହୋଇଥିବା ଏକ ପଜା ପାର୍ଟିର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମହାକାଶଚାରୀମାନେ ସ୍ପେସ୍‌ ଷ୍ଟେଶନରେ ପେଟ ଭରି ପିଜା ଖାଇବାର ଆନନ୍ଦ ନେଇଛନ୍ତି। ଏହାକୁ ସେମାନେ ଫ୍ଲୋଟିଂ ପିଜା ନାଇଟ୍‌ ଭାବେ ନାମିତ କରିଛନ୍ତି। ମହାକାଶଚାରୀ ଥୋମାସ୍‌ ପେସ୍କେଟ୍‌ ଇନଷ୍ଟାଗ୍ରାମ୍‌ରେ ଏହାର ଏକ ଭିଡ଼ିଓ ଅପଲୋଡ୍‌ କରିଛନ୍ତି।

ସୂଚନାଯୋଗ୍ୟ, ସ୍ପେସ୍‌ ଷ୍ଟେଶନ୍‌ରେ ୭ ମହାକାଶଚାରୀଙ୍କ ପିଜା ପାର୍ଟି ପାଇଁ ନର୍ଥ୍ରୋପ ଗ୍ରୁମ୍ୟାନ କମ୍ପାନୀର ରକେଟ ପିଜା ସହିତ ଅଗଷ୍ଟ ୧୦ରେ ସ୍ପେସ ଷ୍ଟେସନ ଅଭିମୁଖେ ଭର୍ଜିନିଆର ପୂର୍ବ ଉପକୂଳରୁ ଯାତ୍ରା କରିଥିଲା। ମହାକାଶଚାରୀଙ୍କ ପାଇଁ ଏକ ପିଜା କିଟ ଏବଂ ତାଜା ଆପଲ, ଟମାଟୋ, କିୱି, ପନିର ବଟର ଆଦି ପଠାଯାଇଥିଲା। ଏହି ସ୍ପେସ ଷ୍ଟେସନରେ ବର୍ତ୍ତମାନ ୩ ଜଣ ଆମେରିକୀୟ, ୨ ଜଣ ରୁଷ୍‌, ଜଣେ ଫରାସୀ ଏବଂ ଜଣେ ଜାପାନୀ ମହାକାଶଚାରୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପ୍ୟୁଟର ଜଣାଇଦେବ ହସ ନକଲି କି ଅସଲି

ଲଣ୍ଡନ: ଗବେଷକମାନେ ଏବେ ଏକ ସଫ୍ଟଓ୍ବେର ବିକାଶ କରିଛନ୍ତି ଯାହା ହସର ମୁଭ୍‌ମେଣ୍ଟକୁ ସଫ୍ଟଓ୍ବେର ମାଧ୍ୟମରେ ଅନୁଧ୍ୟାନ କରି ତାହା ଅସଲି କି ନକଲି ଜଣାଇଦେବ...

ଗର୍ଭରେ କ’ଣ କରିଥାନ୍ତି ଶିଶୁ: ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଜନ୍ମ ହେବା ପୂର୍ବରୁ ଶିଶୁ ମା’ ଗର୍ଭରୁ ବହୁତ କିଛି ସିଖିଥାଏ। ଏହି ସମୟରେ ମା’ ଯେମିତି ଶିଶୁକୁ ଜନ୍ମ ଦେବାକୁ ଚାହିଁ ବସିଥାଏ ଶିଶୁ...

ପୁଟିନ୍‌ଙ୍କ ରୁବଲ ରଣନୀତି

ମସ୍କୋ/କିଭ୍‌, ୨୮ା୪: ଆମେରିକା ଓ ପାଶ୍ଚାତ୍ୟର କଟକଣାରେ ପ୍ରଭାବିତ ରୁଷିଆର ଅର୍ଥନୀତିକୁ ସଜାଡ଼ିବା ପାଇଁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ମସ୍କୋର ମୁଦ୍ରା ରୁବଲ ମୂଲ୍ୟ ବୃଦ୍ଧିକୁ...

ଏମିତି ଗାଁ ଯେଉଁଠାରେ କେହି କରନ୍ତି ନାହିଁ ନିଶା ସେବନ

ବର୍ତ୍ତମାନ ସମୟରେ ନିଶା ସେବନ ଅନେକଙ୍କ ଅଭ୍ୟାସରେ ପରିଣତ ହେଲାଣି। କମ୍‌ ବୟସ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ନିଶା ସେବନ...

ଜୀବନ ସଂଗ୍ରାମରେ ସଫଳ ମନୀଷା: ସ୍ବାମୀ ପର କରିବା ପରେ ପୋଷୁଛନ୍ତି ଦମ୍ଭର ସହ ପେଟ

ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି ସେ। ବରଂ ବାରମ୍ବାର ହାରି ବି ସାମ୍ନା କରିବା ଶିଖିଛନ୍ତି। ପ୍ରତିକୂଳ ସ୍ଥିତିକୁ ବି ଧୈର୍ଯ୍ୟର ସହ ନେବାକୁ ସେ...

ସିରିୟା ବିମାନ ଆକ୍ରମଣରେ ୯ ଆଇଏସ୍‌ ଆତଙ୍କବାଦୀ ମୃତ

ବେରୁଦ,୨୭।୧୦: ଉତ୍ତର ପଶ୍ଚିମ ସିରିୟାରେ ରବିବାର ହୋଇଥିବା ବିମାନ ଆକ୍ରମଣରେ ଅତିକମ୍‌ରେ ୯ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟର ଦ୍ୱାରା ଉତ୍ତର-ପଶ୍ଚିମରେ...

ଆଉ ଦେଖିବାକୁ ମିଳିବନି ଲାଲ୍‌ରଙ୍ଗର ସେଓ

ସାଧାରଣତଃ ବଜାରରେ ଲାଲ୍‌ରଙ୍ଗର ସେଓ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ମାତ୍ର ଏବେ ଆଉ ଏହି ସେଓ ଦେଖିବାକୁ ମିଳିବନି। ଏଥିପାଇଁ ପରିବର୍ତ୍ତିତ ଜଳବାୟୁ ହିଁ...

ତାଲିବାନ୍‌ ହେଉଛି ଉଗ୍ର, ୫୦ ଭାରତୀୟ ଅଧିକାରୀଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ପରାମର୍ଶ…

କାବୁଲ,୧୧।୭: ଆଫଗାନିସ୍ତାନର କାନ୍ଧାହାର ସ୍ଥିତ ଦୂତାବାସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୫୦ ଜଣ ଭାରତୀୟ ଅଧିକାରୀଙ୍କୁ ସ୍ବଦେଶ ଫେରିବାକୁ ପରାମର୍ଶ ଦିଆଯାଇଛି। ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କବାଦୀ...

Advertisement
Archives

Model This Week