
ଭଞ୍ଜନଗର,୨୯ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ବାରୁଡ଼ା ପଞ୍ଚାୟତ ଗୁଜୁରାଳୀ ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ସମସ୍ତ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଧୋବୀ ନାଇକି (୬୨), ସଂଜୁ ନାଇକ(୫୯) ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଖବର ପାଇ ଭଞ୍ଜନଗର ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।
ସୂଚନା ଯୋଗ୍ୟ, ୨୮ତାରିଖରେ ଧୋବୀ ଓ ତାଙ୍କ ପତ୍ନୀ କାମ କରିବାକୁ ଯାଇଥିବା ବେଳେ ଘର ଚୁଲିରୁ ନିଆଁ ଲାଗି ଚାଳକୁ ଧରିଥିଲା। ଏହାପରେ ଧୋବୀଙ୍କ ସମେତ ସଞ୍ଜୁ ନାୟକଙ୍କ ଘର ଜଳି ଯାଇଥିଲା।
ଗ୍ରାମବାସୀ ପାଖରେ ଥିବା ନଳକୂପରୁ ପାଣି ଆଣି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲା। ଖବର ପାଇ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ଓଡ଼ିଶା ଅନୁଷ୍ଠାନର ଭଞ୍ଜନଗର ଶାଖା ସଦସ୍ୟଙ୍କ ସହାୟତାରେ ଅଗ୍ନି ବିପନ୍ନ ପରିବାର ଲୋକଙ୍କୁ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ସୂଚନା ଯୋଗ୍ୟ ଯେ ଧୋବୀ ଓ ତାଙ୍କ ପତ୍ନୀ ସରକାରଙ୍କ ସମସ୍ତ ଯୋଜନା ଠାରୁ ବଞ୍ଚିତ ଅଛନ୍ତି। ତେଣୁ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାପାଇଁ ସ୍ବେଚ୍ଛାସେବୀ ମାନେ ସରକାରଙ୍କୁ ନିବେଦନ କରିଛନ୍ତି।