Posted inଜାତୀୟ

ଫେବୃୟାରୀ ୧୬ରେ ତ୍ରିପୁରାରେ, ଫେବୃୟାରୀ ୨୭ରେ ମେଘାଳୟ-ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ, ମାର୍ଚ୍ଚ ୨ରେ ଭୋଟ ଗଣତି…

ନୂଆଦିଲ୍ଲୀ,୧୮।୧ : ଦେଶର ତିନୋଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ବିଧାନସଭା ନିର୍ବାଚନ ସମ୍ପର୍କରେ ଘୋଷଣା ହୋଇଛି। ତ୍ରିପୁରାରେ ୧୬ ଫେବୃୟାରୀରେ ମତଦାନ ହେବ। ସେହିପରି ମେଘାଳୟ ଏବଂ ନାଗାଲାଣ୍ଡରେ ଫେବୃୟାରୀ ୨୭ରେ ମତଦାନ କରାଯିବ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତିନୋଟି ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚରେ ଶେଷ ହେବ। ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨ରେ ତିନି ରାଜ୍ୟର ଭୋଟ ଗଣନା କରାଯିବ। ସମସ୍ତ ତିନୋଟି ରାଜ୍ୟରେ ୬୦ ଲେଖାଏଁ ସଦସ୍ୟ ଅଛନ୍ତି।

ବିଧାନସଭା ନିର୍ବାଚନ ପାଇଁ ଜାନୁୟାରୀ ୨୧ରେ ତ୍ରିପୁରା ପାଇଁ ଅଧିସୂଚନା ଜାରି ହେବ। ନାମାଙ୍କନ ପତ୍ରର ଅନ୍ତିମ ତାରିଖ ଜାନୁୟାରୀ ୩୦ ରହିଛି। ଜାନୁୟାରୀ ୩୧ରେ ନମାଙ୍କନ ଯାଞ୍ଚ୍‌ କରାଯିବ। ଫେବୃୟାରୀ ୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ। ସେହିପରି ମେଘାଳୟ-ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାନୁୟାରୀ ୩୧ରେ ଅଧିସୂଚନା ଜାରି ହେବ। ନାମାଙ୍କନ ପତ୍ରର ଅନ୍ତିମ ତାରିଖ ୭ ଫେବୃୟାରୀ ରହିଛି। ୮ ଫେବୃୟାରୀରେ ନମାଙ୍କନ ଯାଞ୍ଚ୍‌ କରାଯିବ। ଫେବୃୟାରୀ ୧୦ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ।

ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି, ଏହି ତିନୋଟି ରାଜ୍ୟରେ ମୋଟ ୬୨.୮ ଲକ୍ଷ ଭୋଟର ଅଛନ୍ତି। ନାଗାଲାଣ୍ଡରେ ୧୩.୦୯ ଲକ୍ଷ ଭୋଟର, ମେଘାଳୟରେ ୨୧.୬୧ ଲକ୍ଷ ଏବଂ ତ୍ରିପୁରାରେ ୨୮.୧୩ ଲକ୍ଷ ଭୋଟର ଅଛନ୍ତି। ଏହି ତିନୋଟି ରାଜ୍ୟରେ ମୋଟ ୩୧.୪୭ ଲକ୍ଷ ମହିଳା ଭୋଟର ଅଛନ୍ତି। ଏଥିମଧ୍ୟରୁ ତ୍ରିପୁରାରେ ସର୍ବାଧିକ ୧୩.୯୮ ଲକ୍ଷ ମହିଳା ଭୋଟର ରହିଛନ୍ତି। ଏହି ତିନୋଟି ରାଜ୍ୟରେ ମୋଟ ୧.୭୬ ଲକ୍ଷ ଭୋଟର ଅଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ ଦେବେ। ମେଘାଳୟରେ ସର୍ବାଧିକ ୮୧,୪୪୩ ଭୋଟରଙ୍କ ସଂଖ୍ୟା ୧୮-୧୯ ବର୍ଷ ବୟସ୍କ। ଯେଉଁମାନେ ପ୍ରଥମ ଥର ପାଇଁ ଭୋଟ ଦେବେ।

ସୂଚନାଯୋଗ୍ୟ, ତିନୋଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ ଏବଂ ତ୍ରିପୁରାର ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୨, ମାର୍ଚ୍ଚ ୧୫ ଏବଂ ମାର୍ଚ୍ଚ ୨୨ ୨୦୨୩ ରେ ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri