ଆଶାୟୀଙ୍କ ପ୍ରେରଣାଦାୟିନୀ

ଦୁଇ ଦଶନ୍ଧି ପୂର୍ବରୁ ଇତିହାସ, ରାଜନୀତି ବିଜ୍ଞାନ, ସମାଜ ବିଜ୍ଞାନ ଭଳି ବିଷୟକୁ ସିଭିଲ୍‌ ସର୍ଭିସ ପରୀକ୍ଷାରେ ମୁଖ୍ୟ ବିଷୟ ଭାବେ ରଖି ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେଉଥିଲେ। କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ସର୍ବଭାରତୀୟ ସ୍ତରର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ଝିଅ ଓ ପୁଅମାନଙ୍କୁ ଚାକିରି କ୍ଷେତ୍ରରେ ସର୍ବାଧିକ ସମ୍ମାନ ମିଳିଥାଏ ବୋଲି ସମସ୍ତେ ଜାଣନ୍ତି। ବିଶେଷକରି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌) ଏବଂ ଭାରତୀୟ ପୋଲିସ ସେବା (ଆଇପିଏସ୍‌)ରେ ଯୋଗଦେଉଥିବା ବିଦ୍ୟାର୍ଥୀଙ୍କ ଓଜନ ଅଧିକ ରହୁଥିବା ଦେଖି ବୈଷୟିକ ଶିକ୍ଷା ଗ୍ରହଣ କରିଥିବା ପିଲାମାନେ ସମୟକ୍ରମେ ଏହି ପରୀକ୍ଷା ଦେବାକୁ ଲାଗିପଡ଼ିଲେ। ଇଞ୍ଜିନିୟରିଂ, ମେଡିକାଲ ଓ ମ୍ୟାନେଜମେଣ୍ଟ ପାଠରେ ଭଲ ନମ୍ବର ରଖିପାରୁଥିବା ମେଧାବୀମାନେ ସିଭିଲ୍‌ ସର୍ଭିସ ପ୍ରତି ଆକର୍ଷିତ ହୋଇ ଯେତେବେଳେ ସଫଳତା ପାଇଲେ ସେତେବେଳେ ହ୍ୟୁମାନିଟିଜ୍‌ ବା ମାନବବାଦ ପାଠ୍ୟକ୍ରମ ସଂକ୍ରାନ୍ତ ବିଷୟ ରଖି ପଢ଼ୁଥିବା ପିଲାଙ୍କ କୃତିତ୍ୱ ଅପେକ୍ଷାକୃତ କମିଯାଇଥିବା ଦେଖାଯାଇଥିଲା। କିନ୍ତୁ ଚଳିତ ଥର ଶ୍ରୁତି ଶର୍ମା କେବଳ ଇତିହାସ ସ୍ନାତକ ହୋଇ ସିଭିଲ୍‌ ସର୍ଭିସରେ ଟପ୍ପର ହୋଇଯିବା ପରେ ଏହି ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଆଶାୟୀଙ୍କ ମନରେ ନୂତନ ଉତ୍ସାହ ଜାଗ୍ରତ ହେବା ସ୍ବାଭାବିକ। କାରଣ ଜଣେ ଯେଉଁ ସବ୍‌ଜେକ୍ଟ ରଖି ପରୀକ୍ଷା ଦିଅନ୍ତୁ ନା କାହିଁକି ବିଷୟ ଉପରେ ଗଭୀର ଅନୁଶୀଳନ ରହିବା ସହ ପରିଶ୍ରମ, ଏକାଗ୍ରତା ଓ ନିଷ୍ଠା ରହିଲେ ସଫଳତା ମିଳିବା ସୁନିଶ୍ଚିତ।
ଉତ୍ତରପ୍ରଦେଶର ବିଜ୍‌ନୋର ଜିଲାରେ ଜନ୍ମିତ ଶ୍ରୁତିଙ୍କ ପରିବାର ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଅନେକ ଡାକ୍ତର ଓ ଇଞ୍ଜିନିୟର ଅଛନ୍ତି। ଶ୍ରୁତି କେବଳ ପରିବାରର ଏକମାତ୍ର ସଦସ୍ୟ ଯିଏ ଇତିହାସକୁ ବିଷୟ ରଖି ସଫଳତାର ଶୀର୍ଷରେ ପହଞ୍ଚତ୍ପାରିଛନ୍ତି। ତାଙ୍କ ଗୋସିବାପା ଓ ଜେଜେବାପା ଥିଲେ ଡାକ୍ତର। ତାଙ୍କ ମାମୁ ଘର ପଟୁ ମଧ୍ୟ ଡାକ୍ତର ଅଛନ୍ତି। ଏପରି କି ତାଙ୍କ ମାତା ରଚନା ଶର୍ମା ଇଞ୍ଜିନିୟରିଂ ଛାତ୍ରୀ ଥିଲେ। ପିତା ସୁନୀଲ ଦତ୍ତ ଶର୍ମା ଜଣେ ସ୍ଥପତି ଓ ସେ ଦିଲ୍ଲୀରେ ଏକ କନ୍‌ଷ୍ଟ୍ରକଶନ କନ୍‌ସଲଟାନ୍ସି ଫାର୍ମ କରିଛନ୍ତି। ଶ୍ରୁତି ଦିଲ୍ଲୀର କେମ୍ବ୍ରିଜ୍‌ ପ୍ରାଇମେରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ସର୍ଦ୍ଦାର ପଟେଲ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରୁ ଇତିହାସ ସମ୍ମାନ ରଖି ଉତ୍ତୀର୍ଣ୍ଣ ହେବା ପରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ମଡର୍ନ ହିଷ୍ଟ୍ରିରେ ସ୍ନାତକୋତ୍ତର ପଢ଼ିବା ପାଇଁ ନାମ ଲେଖାଇଥିଲେ। କିନ୍ତୁ ସେହି ସମୟରେ ଜାମିଆ ମିଲିଆ ଇସ୍‌ଲାମିଆ ରେସିଡେନ୍ସିଆଲ୍‌ ୟୁପିଏସ୍‌ସି ପ୍ରିପାରେଶନ୍‌ କୋଚିଂ ଏକାଡେମୀରେ ସିଭିଲ ସର୍ଭିସ ପଢ଼ିବା ସକାଶେ ମନସ୍ଥ କରିଥିଲେ। ସେଠାରେ କିଛି ଦିନ କୋଚିଂ ନେବା ପରେ ସିଭିଲ୍‌ ସର୍ଭିସ ପ୍ରତି ଅଧିକ ଆକର୍ଷିତ ହୋଇଥିଲେ ଓ ନିଜ ସବ୍‌ଜେଷ୍ଟରେ ଭଲ ସ୍କୋର୍‌ କରିବା ଜାଣିପାରିଥିଲେ। ତେଣୁ ସ୍ନାତକୋତ୍ତର ପାଠ ନ ପଢ଼ି କୋଚିଂରେ ପୂରା ମନୋନିବେଶ କରିଥିଲେ। ପ୍ରଥମ ପ୍ରଚେଷ୍ଟାରେ ଅଳ୍ପକେ ସଫଳତାରୁ ବଞ୍ଚତ୍ତ ହୋଇଯିବାରୁ ଦ୍ୱିତୀୟ ଥର ପରୀକ୍ଷାରେ ଭଲ କରିବାର ଦୃଢ଼ ଇଚ୍ଛାଶକ୍ତି ରଖି ଆଗେଇଥିଲେ। ନିଜ ସବ୍‌ଜେକ୍ଟରେ ଅଧିକ ମାର୍କ ରଖିବା ସହ ଇଣ୍ଟରଭ୍ୟୁରେ ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ସିଭିଲ୍‌ ସର୍ଭିସ ୨୦୨୧ ଶୀର୍ଷରେ ନେଇ ପହଞ୍ଚାଇଛି। ଟପ୍ପର ହେବା ପରେ ସେ ଆଶାୟୀ ପରୀକ୍ଷାର୍ଥୀମାନଙ୍କୁ କହିଛନ୍ତି ଯେ, ଯାହାଙ୍କର ଯେଉଁ ସବ୍‌ଜେକ୍ଟ ପସନ୍ଦ ସେ ତାହାକୁ ନେଇ ପରୀକ୍ଷା ଦିଅନ୍ତୁ। ଏଥିସହିତ ପ୍ରତି ବିଷୟରେ ମୌଳିକ ଜ୍ଞାନ ରଖିବା ସହ ସାମ୍ପ୍ରତିକ ଘଟଣାବଳୀ ଉପରେ ଧ୍ୟାନ ଦେଲେ ତାହା ଜଣଙ୍କୁ ଏହି ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବାକୁ ସୁଯୋଗ ଦେଇଥାଏ। ନିଜ ଅଭିଜ୍ଞତା ବର୍ଣ୍ଣନା କରିବାକୁ ଯାଇ ସେ କହିଛନ୍ତି ଏନ୍‌ସିଇଆର୍‌ଟି ପୁସ୍ତକ ପଢ଼ିବା ସହ ଖବରକାଗଜ ଓ ନିଜେ ପ୍ରସ୍ତୁତ କରିଥିବା ନୋଟ୍‌ ଉପରେ ଅଧିକ ଧ୍ୟାନ ଦେଇଥିବାରୁ ତାଙ୍କୁ ପରୀକ୍ଷାରେ ଭଲ ଫଳ ମିଳିପାରିଛି। ଶ୍ରୁତି କହିଛନ୍ତି, ସେ ସର୍ବଦା ତାଙ୍କ ଭୁଲ୍‌ରୁ ବହୁତ କଥା ଶିଖିଛନ୍ତି। ତେଣୁ ଆଶାୟୀ ବିଦ୍ୟାର୍ଥୀ ସବୁବେଳେ ଏହି କଥାକୁ ଧ୍ୟାନ ଦେଇ ନିଷ୍ଠାର ସହ ପ୍ରସ୍ତୁତି ଜାରି ରଖିଲେ ସଫଳତା ମିଳିବା କଷ୍ଟକର ସୁନିଶ୍ଚିତ।

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri