ତାଲିକାରେ ନାହାନ୍ତି ଅରୁଣ, ପ୍ରତାପ, ଦିବ୍ୟଶଙ୍କର

ଭୁବନେଶ୍ୱର,୫।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ୍‌ରେ ୩ ବିବାଦୀୟ ମନ୍ତ୍ରୀଙ୍କୁ ସ୍ଥାନ ମିଳି ନ ଥିବା କୁହାଯାଉଛି। ବରିଷ୍ଠ ମନ୍ତ୍ରୀ ଅରୁଣ କୁମାର ସାହୁ, ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀଙ୍କ ନାମ ସମ୍ଭାବ୍ୟ ତାଲିକାରେ ନାହିଁ। ଏହି ୩ ନେତା ଭିନ୍ନଭିନ୍ନ ପ୍ରସଙ୍ଗକୁ ନେଇ କିଛିଦିନ ତଳେ ବିବାଦରେ ରହିଥିଲେ। ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ପ୍ରତାପ, ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ଅରୁଣ ଏବଂ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ବିବାଦୀୟ ହୋଇଥିଲେ। ଏହିସବୁ ପ୍ରସଙ୍ଗରେ ବିରୋଧୀ ରାଜ୍ୟରେ ପ୍ରବଳ ହଙ୍ଗାମା କରିବା ସହ ଉକ୍ତ ୩ ଜଣଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାକୁ ଦାବି କରି ଆସୁଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ୫ମ ପାଳିର ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳରେ ଏମାନଙ୍କୁ ବାଦ୍‌ ଦେଇ ନୂଆ ମୁହଁକୁ ସ୍ଥାନ ଦେଇଥିବା କୁହାଯାଉଛି। ଅରୁଣ ସାହୁ କୃଷି ଏବଂ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଥିବାବେଳେ ପ୍ରତାପ ଜେନାଙ୍କୁ ପଞ୍ଚାୟତିରାଜ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଦାୟିତ୍ୱରେ ଥିଲେ।
ସେହିପରି ରାଜସ୍ବ ମନ୍ତ୍ରୀ ଥିବା ସୁଦାମ ମାରାଣ୍ଡିଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଥିବା ଚର୍ଚ୍ଚା ହେଉଛି। ଅନ୍ୟମାନଙ୍କ ମଧ୍ୟରେ ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରିମଣ୍ଡଳ ନେଇ ଟେଲିଫୋନ ଯାଇଥିବା କୁହାଯାଉଥିଲେ ମଧ୍ୟ ତାଙ୍କୁ ବାଚସ୍ପତି କରାଯାଇପାରେ ବୋଲି ସୂଚନା ମିଳୁଛି। ଅନ୍ୟପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ପର୍ଯ୍ୟଟନ ମନ୍ତ୍ରୀ ଥିବା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଥିବା ପ୍ରେମାନନ୍ଦ ନାଏକ, ଜଳ ସମ୍ପଦ ସହ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଥିବା ରଘୁନନ୍ଦନ ଦାସ, ହସ୍ତତନ୍ତ, ବୟନ ଶିଳ୍ପ ମନ୍ତ୍ରୀ ଥିବା ପଦ୍ମିନୀ ଦିଆନଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଥିବା କୁହାଯାଉଛି। ତେବେ ପ୍ରକାଶ ପାଇଥିବା ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ କାହାକୁ କରାଯିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। କାରଣ ସେଥିରେ କୌଣସି ଆଦିବାସୀ ନେତାଙ୍କୁ ସ୍ଥାନ ମିଳିନାହିଁ। ତେବେ ବାଦ୍‌ ପଡିଥିବା ମନ୍ତ୍ରୀମାନଙ୍କ ମଧ୍ୟରୁ ରଘୁନନ୍ଦନ, ପଦ୍ମିନୀ ଦିଆନ, ପ୍ରେମାନନ୍ଦ ନାଏକ ଆଦି ନେତାମାନଙ୍କ ଦାୟିତ୍ୱ ତୁଲାଇବାର ଦକ୍ଷତା ନେଇ ଅନେକ ପ୍ରଶ୍ନ ଉଠିବା ପରେ ସେମାନଙ୍କୁ ବାଦ୍‌ ଦିଆଯାଇଥିବା ଦଳର ଜଣେ ବରିଷ୍ଠ ନେତା ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ତେବେ ମନ୍ତ୍ରିମଣ୍ଡଳ ତାଲିକାରୁ ବାଦ୍‌ ପଡିଥିବା କେତେଜଣ ନେତାଙ୍କ କହିବା କଥା ବିଜେଡି ସେମାନଙ୍କୁ ବହୁ ସମୟରେ ଅନେକ ଦାୟିତ୍ୱ ଦେଇଛି। ବର୍ତ୍ତମାନ ଦଳ ଯଦି ଆଉ କାହାକୁ ମନ୍ତ୍ରୀ କରି ସେମାନଙ୍କୁ ସଙ୍ଗଠନ କାମ ଦେଉଛି ତେବେ ସେଥିରେ ଅସୁବିଧା କ’ଣ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri