ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ ଆସୁଥିବା ବେଳେ ଅନ୍ୟ ସମୟରେ ସେମାନଙ୍କର ଦେଖା ମିଳେନାହିଁ। ସୁନ୍ଦରଗଡ଼ ସହରରୁ ୩୦ କିଲୋମିଟର ଦୂରରେ ଥିବା ଖପ୍‌ରିଖମନ ଗ୍ରାମର କେତେଜଣ ବୟସ୍କ ମତଦାତା ଧରିତ୍ରୀ ଟିମ୍‌କୁ ଏଭଳି ପ୍ରତିକ୍ରିୟା ଦେଇ କହିିଛନ୍ତି। ଆମେ ଯେତେବେଳେ ସେମାନଙ୍କୁ ଭେଟିଲୁ, ସେମାନେ କ୍ଷୋଭ ପ୍ରକାଶ କରି କହିଲେ, ନିର୍ବାଚନ ଚାଲୁଛି, ନେତା ଆସୁଛନ୍ତି ଯାଉଛନ୍ତି, କିଏ କ’ଣ କରୁଛି ଆମେ ଜାଣିନୁ। ଆମେ ଗରିବ ଲୋକ, କାମଧନ୍ଦା କରି ପେଟ ପୋଷୁଛୁ। ପିଇବା ପାଣି ମିଳୁନି, କାମଧନ୍ଦା ମିଳୁନି। କେନ୍ଦୁପତ୍ର, ମହୁଲ ବିକ୍ରି ହେଉନି। ଆମକୁ ଠିକ୍‌ ଦାମ୍‌ ମିଳୁନି। ଶୌଚାଳୟରେ ପାଣି ନାହିଁ। ଆମେ ବହୁତ ଅସୁବିଧାରେ ଅଛୁ। ଭୋଟ ମାଗିବାକୁ ଆସୁଛନ୍ତି। ଭୋଟ ତ ଦେବୁ। ଖପ୍‌ରିଖମନ ଗାଁର ମହିଳା ଭୋଟର ସୁଭଦ୍ରା କିଷାନ କହିଛନ୍ତି, ଆମେ ଗରିବ ଲୋକ, କାମଧନ୍ଦା କରି ପେଟ ପୋଷୁଛୁ। ସବୁଦିନ କାମ ମିଳୁନି। ବାଡ଼ିବଗିଚାର ପନିପରିବା, କେନ୍ଦୁପତ୍ର, ମହୁଲ ଫୁଲ ବିକି ବହୁତ କଷ୍ଟରେ ଚଳୁଛୁ। ବର୍ଷାଦିନେ ଆମ ନାଳରେ ପାଣି ଆସି ଅସୁବିଧା କରୁଛି। ଏଥର ପୋଲ ହେଉଛି। ଟିକେ ସୁବିଧା ହେବ। ଆମ ଘରେ ଶୌଚାଳୟ ହୋଇଛି। ପାଣି ନାହିଁ। ପିଇବାକୁ ପାଣି ମିଳୁନି। ଶୌଚାଳୟ ପାଇଁ ପାଣି ଆଣିବୁ କେଉଁଠୁ। ଗାଁରେ ଗୋଟେ ନଳକୂଅ ଅଛେ। ଗାଁ ଗୋଟାଯାକର ଲୋକେ ସେଇଠୁ ପାନି ନେଉଛୁ। ଯିଏ ଆମର କାମ୍‌ କର୍‌ବା, ତାଙ୍କେ ଭୋଟ୍‌ ଦେମୁ। କୁମର ବାଗ କହିଛନ୍ତି, ଖାଇକାଜେ ପାନି ନି ମିଲ୍‌ବାର। ଲାଟ୍ରିନ୍‌ ପାଇଁ ପାନି କେନୁ ଆନୁମ୍‌। ସରକାର୍‌ ଇଟା ସୁବିଧା କଲେ ଭଲ ହେଇତା। ଏହି ଭୋଟରମାନଙ୍କ କଥାରୁ ସ୍ପଷ୍ଟ ହେଉଛି ଯେ ବିକାଶ ସତେଯେମିତି ଏମାନଙ୍କ ପାଖରେ ଅପହଞ୍ଚ। ତେବେ ନିର୍ବାଚନ ଋତୁରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଏଇଟା କରିଦେବୁ, ସେଇଟା କରିଦେବୁ କହି ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରାଉଛନ୍ତି। ଏଭଳି ସ୍ଥିତିରେ ରାଜନୀତି ଜାଣି ନ ଥିବା ସାଧାରଣ ଲୋକଙ୍କ ମତ କୁଆଡ଼େ ଯାଉଛି ଆଉ ଦିନ କେଇଟା ପରେ ସ୍ପଷ୍ଟ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଡୁଙ୍ଗୁରିପାଲିରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ: ଜବରଦଖଲମୁକ୍ତ ହେଲା ସମବାୟ ସମିତିର ଗୋଦାମ ଗୃହ

ଡୁଙ୍ଗୁରିପାଲି, ୪।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି ଲିଃ ର ଏକ ପୁରାତନ ଗୋଦାମ ଗୃହକୁ ଦୀର୍ଘ ବର୍ଷ ଧରି ଜବରଦଖଲ…

ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…

ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…

ନିୟମିତ ଭାବେ ରାସ୍ତା ଅବରୋଧକୁ କେନ୍ଦ୍ର କରି ମାରପିଟ୍, ଅଭିଯୁକ୍ତ ବାପା-ପୁଅ ଗିରଫ

ବଞ୍ଚୋ, ୪।୮(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ଶିବରାୟଣପୁର ଗ୍ରାମରେ ରାସ୍ତା ଅବରୋଧକୁ କେନ୍ଦ୍ର କରି ଘଟିଥିବା ମାରପିଟ୍ ଘଟଣାରେ ପୋଲିସ ବାପା ଓ ପୁଅଙ୍କୁ ଗିରଫ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ…

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ…

ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri