Posted inଜାତୀୟ

ଢାବା ମାଲିକଙ୍କୁ ମିଛ ମାମଲାରେ ଜେଲ ପଠାଇଦେଲେ ପୋଲିସ ବାବୁ

ଲକ୍ଷ୍ନୌ,୨୩।୩: ବେଆଇନ ମଦ ଓ ଗଞ୍ଜେଇ ରଖିବା ମିଛ ମାମଲାରେ ଢାବା ମାଲିକଙ୍କ ସହ ୯ ଜଣଙ୍କୁ ଗିରଫ କରି ଜେଲ ପଠାଇଥିବା ପୋଲିସ ଇନସ୍ପେକ୍ଟର ଓ ୨ ଜଣ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ଖାଇବା ପରେ ୨ ପୋଲିସକର୍ମୀଙ୍କୁ ଟଙ୍କା ମାଗିଥିଲେ ଢାବା କର୍ମଚାରୀ। ଟଙ୍କା ନ ଦେବାରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିଯୋଗୁ ମିଛ ଅଭିଯୋଗରେ ଢାବା ମାଲିକଙ୍କୁ ଗିରଫ କରିଥିଲେ ପୋଲିସ ଅଧିକାରୀ।

ମିଛ ମାମଲାରେ ଗିରଫ ହେବାର ୪୦ ଦିନ ପରେ ଅନ୍ୟ ପୋଲିସ ଅଧିକାରୀଙ୍କ ସାମ୍ନାକୁ ଆସିଛି ପ୍ରକୃତ ଘଟଣା। ଢାବା ମାଲିକ ସମେତ କର୍ମଚାରୀ ଓ ଯୁକ୍ତିତର୍କ ବେଳେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିବା ଗ୍ରାହକଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଫେବୃୟାରୀ ୪ ତାରିଖରେ ଗିରଫ କରାଯାଇଥିଲା। ଉକ୍ତ ଦିନ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା, ଢାବାରୁ ୬ଟି ଦେଶୀ ବନ୍ଧୁକ, ୧୨ଟି ଜୀବନ୍ତ ଗୁଳି, ଦୁଇ କେଜି ଗଞ୍ଜେଇ ଓ ୮୦ ଲିଟର ଅପମିଶ୍ରିତ ମଦ ଜବତ ହୋଇଛି।

ଢାବା ମାଲିକଙ୍କ ଭାଇ ପ୍ରବୀଣ କୁମାର କହିଛନ୍ତି, ଫେବୃଆରୀ ୪ ତାରିଖ ଦିନ ଅପରାହ୍ନରେ ଆମ ଢାବାରେ କିଛି ପୁଲିସ କର୍ମୀ ଖାଇଥିଲେ। ମୋ ଭାଇ ସେଠାରେ ଥିଲା। ଖାଇବା ଟଙ୍କାକୁ ନେଇ ମୋ ଭାଇ ସହ ସେମାନଙ୍କର ହୋଇଥିଲା ଯୁକ୍ତିତର୍କ। ସେମାନେ ନିୟମିତ ଏଭଳି କରୁଥିଲେ। ଖାଇବା ପରେ ଟଙ୍କା ଦିଅନ୍ତି ନାହିଁ। ଗାଳି ଗୁଲଜ କରନ୍ତି।

ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ଜାଣିବା ପରେ ଆରମ୍ଭ ହୋଇଥିଲା ତଦନ୍ତ। ନଲମ୍ବିତ ପୁଲିସ ଅଧିକାରୀମାନଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ରହିଛି। କୋଟୱାଲି ଦେହାତ ପୁଲିସ ଷ୍ଟେସନର ଇନଚାର୍ଜ ଘଟଣାରେ ସାମିଲ ଥିଲେ। ଘଟଣାର ତଦନ୍ତ ଏଟାର ସିପିଙ୍କୁ କୁହାଯାଇଥିଲା। ପ୍ରାଥମିକ ତଦନ୍ତରୁ ଅଭିଯୋଗରେ ସତ୍ୟତା ଥିବା


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୁକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୁକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri