ଏସୀୟ ଏକତା ଲୋଡ଼ା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏସିଆରେ ଭୂ-ରାଜନୈତିକ ଓ ଆର୍ଥିକ ସଙ୍କଟଜନିତ ବିପର୍ଯ୍ୟୟର ସମ୍ଭାବନା ସୃଷ୍ଟି କରିଛନ୍ତି। ଟ୍ରମ୍ପ୍‌ଙ୍କ ବ୍ୟବସାୟିକ କୂଟନୀତି, ସାମଗ୍ରୀ ଉପରେ ଟିକସ ଲଗାଇ ନିଜ ବାଣିଜ୍ୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାର ରକ୍ଷଣାତ୍ମକ ନୀତି ତଥା ଅସ୍ଥିର ନିଷ୍ପତ୍ତିକୁ ଏକୁଟିଆ ବିରୋଧ କରିବା ପାଇଁ ଏସୀୟ ଦେଶଗୁଡ଼ିକ ପାଖରେ ସ୍ବଳ୍ପ ବିକଳ୍ପ ରହିଛି । କିନ୍ତୁ ଆଞ୍ଚଳିକ ଏକତା ହିଁ ଏହାର ସଫଳ ମୁକାବିଲା କରିପାରିବ। ସାମ୍ନାକୁ ଆସୁଥିବା ଆହ୍ବାନଗୁଡ଼ିକୁ ମୁକାବିଲା କରିବା କଷ୍ଟକର। ଦୀର୍ଘମିଆଦୀ ବାଣିଜି୍ୟକ ସହଯୋଗୀଙ୍କ ପ୍ରତି ଟ୍ରମ୍ପ୍‌ଙ୍କ କଠୋର ମନୋଭାବ ଓ ଅନ୍ୟକୁ ଡରାଇବା ଦୃଷ୍ଟିକୋଣ ଆମେରିକାର ଦୀର୍ଘ ସୁରକ୍ଷା ପ୍ରତିବଦ୍ଧତାର ସଫଳତା ଉପରେ ସନ୍ଦେହ ସୃଷ୍ଟି କରୁଛି, ଯାହା ଉପରେ ଅନେକ ଏସୀୟ ରାଷ୍ଟ୍ର ନିର୍ଭର କରନ୍ତି। ସବୁଠୁ ଖରାପ ହେଉଛି, ଆମେରିକାର ଚୁକ୍ତିବଦ୍ଧ ମିତ୍ର ଦେଶଗୁଡ଼ିକ (ଜାପାନ, ଦକ୍ଷିଣ କୋରିଆ ଏବଂ ଫିଲିପାଇନ୍ସ) ଏବଂ ଏହାର ରଣନୀତିକ ଭାଗୀଦାରି (ତାଇଓ୍ବାନ୍‌) ମଧ୍ୟରେ ଭୟ ସୃଷ୍ଟି ହୋଇଛି ଯେ, ଟ୍ରମ୍ପ୍‌ ସେମାନଙ୍କ ସୁରକ୍ଷାକୁ ଅଣଦେଖା କରିପାରନ୍ତି। ଚାଇନା କିମ୍ବା ଉତ୍ତର କୋରିଆକୁ ରିହାତି ଦେଇ ଏଭଳି କରିପାରନ୍ତି।
ଏହି ସମୟରେ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ପୁନର୍ଗଠନ କରିବା ପାଇଁ ଟ୍ରମ୍ପ୍‌ଙ୍କ ଆକ୍ରମଣାତ୍ମକ ପକ୍ଷେପସବୁ ବିଶ୍ୱ ବଜାରରେ ବାଧା ଉପୁଜାଇବା ସହ ଅଧିକ ନୀତିଗତ ଅନିଶ୍ଚିତତା ସୃଷ୍ଟି କରିଛି। ଆମଦାନୀ ଅପେକ୍ଷା ଆମେରିକାକୁ ଅଧିକ ମୂଲ୍ୟର ସାମଗ୍ରୀ ରତ୍ପାନି କରୁଥିବା ଏସୀୟ ଦେଶଗୁଡ଼ିକ ବିଶେଷକରି ଚାଇନା, ଜାପାନ, ଭାରତ, ଦକ୍ଷିଣ କୋରିଆ ଏବଂ ଆସିଆନ୍‌ ରାଷ୍ଟ୍ରସମୂହର ବିତ୍ତୀୟ ସ୍ଥିରତା ଓ ଅଭିବୃଦ୍ଧି ଦୁର୍ବଳ ହେବାର ବିପଦ ରହିଛି। ତେବେ ଟ୍ରମ୍ପ୍‌ଙ୍କ ପ୍ରତିଶୋଧାତ୍ମକ ଟାରିଫ୍‌କୁ କାର୍ଯ୍ୟକାରି କରିବାକୁ କେତେକେ ପ୍ରେରିତ କରୁଥାଇପାରନ୍ତି। କିନ୍ତୁ ଏହା ସେମାନଙ୍କ ରତ୍ପାନିଭିିତ୍ତିକ ଶିଳ୍ପଗୁଡ଼ିକୁ ଅତ୍ୟଧିକ କ୍ଷତି କରିବ।
ଏସୀୟ ଦେଶଗୁଡ଼ିକ ଏକାକୀ ପଦକ୍ଷେପ ନେଲେ ଆମେରିକା ସହ ବାଣିଜ୍ୟ ଚୁକ୍ତିରୁ ସୀମିତ ଲାଭ ପାଇବା ସମ୍ଭାବନା ରହିଛି। କିନ୍ତୁ ରଣନୀତିକ ଓ ସୁରକ୍ଷା ସହଯୋଗକୁ ଦୃଢ଼ କରି ଏକାଠି ଏଥିରେ ସଫଳ ହୋଇପାରିବେ। ସେମାନେ ଆସିଆନ୍‌, ଆସିଆନ୍‌ +୩ (ଚାଇନା, ଜାପାନ ଏବଂ ଦକ୍ଷିଣ କୋରିଆ) ଏବଂ ପୂର୍ବ ଏସିଆ ସମିଟ୍‌ ଭଳି ପ୍ଲାଟ୍‌ଫର୍ମକୁ ବ୍ୟବହାର କରି ଆମେରିକାର ନୀତି ଅନିଶ୍ଚିତତା ଓ ବୃଦ୍ଧି ପାଉଥିବା ଭୂରାଜନୈତିକ ଉତ୍ତେଜନା ବିରୋଧରେ ଏକ ସୁରକ୍ଷା ବଳୟ ସୃଷ୍ଟି କରିପାରିବେ। ଏହାସହ ବାଣିଜ୍ୟ ଓ ବିତ୍ତୀୟ ଏକତାକୁ ମଜଭୁତ କରି ସେମାନେ ଆମେରିକା ବଜାର ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ସେମାନଙ୍କ ଅର୍ଥ ବ୍ୟବସ୍ଥାର ସାମର୍ଥ୍ୟ ବଢ଼ାଇପାରିବେ। ବାଣିଜ୍ୟ ଭାଗୀଦାରିତାକୁ ବିଭିନ୍ନ ବାଟରେ ବିକଶିତ କରିବା ଲାଗି ଅନ୍ତର୍ଜାତୀୟ ମୁକ୍ତ ବାଣିଜ୍ୟ ବୁଝାମଣା ଉପରେ ପ୍ରାଥମିକତା ଦେବା ଉଚିତ। ଅର୍ଥାତ୍‌ ଆରମ୍ଭରୁ କମ୍ପ୍ରେହେନ୍‌ସିଭ ଆଣ୍ଡ ପ୍ରୋଗ୍ରେସିଭ ଏଗ୍ରିମେଣ୍ଟ ଫର୍‌ ଟ୍ରାନ୍ସ ପାସିଫିକ ପାର୍ଟନରଶିପ୍‌ (ଯେଉଁଥିରେ ସଦସ୍ୟ ଦେଶ ଭାବେ ଅଷ୍ଟ୍ରେଲିଆ, ବ୍ରୁନେଇ, ଦାରୁସଲାମ, କାନାଡ଼ା, ଚିଲି, ଜାପାନ, ମାଲେସିଆ, ମେକ୍ସିକୋ, ନ୍ୟୁଜିଲାଣ୍ଡ, ପେରୁ, ସିଙ୍ଗାପୁର, ବ୍ରିଟେନ୍‌ ଏବଂ ଭିଏଟନାମ ରହିଛନ୍ତି)ର ର଼୍ୟାଙ୍କ ବଢ଼ାଇବାକୁ ହେବ। ଏବେ ଚାଇନା ଓ ଦକ୍ଷିଣ କୋରିଆ ଏହା ସହ ଯୋଗ ଦେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।
ଦଶଟି ଆସିଆନ୍‌ ଦେଶ ସମେତ ଅଷ୍ଟ୍ରେଲିଆ, ଚାଇନା, ଜାପାନ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ କୋରିଆକୁ ନେଇ ଗଠିତ ରିଜିଓନାଲ କମ୍ପ୍ରେହେନ୍‌ସିଭ ଇକୋନୋମିକକୁ ଦୃଢ଼ ବାଣିଜ୍ୟ ତଥା ନିବେଶ ନୀତି ଦ୍ୱାରା ଏବଂ ସମ୍ଭବତଃ ଭାରତକୁ ସାମିଲ କରି ମଜଭୁତ କରାଯିବା ଉଚିତ। ଏସିଆ ପାସିଫିକ୍‌ର ସଫଳ ଆର୍ଥିକ ଗତିଶୀଳତାକୁ ଦେଖିଲେ, ଅଧିକ ମଜଭୁତ ଆଞ୍ଚଳିକ ବାଣିଜ୍ୟ ବ୍ୟବସ୍ଥାଗୁଡ଼ିକ ଆମେରିକାର ବାଣିଜ୍ୟ ରକ୍ଷଣଶୀଳବାଦ ବିରୋଧରେ ଏକ ଶକ୍ତିଶାଳୀ ପ୍ରତିରୋଧକ ଭାବେ କାମ କରିବ।
ଆନ୍ତଃ ଆଞ୍ଚଳିକ ବାଣିଜ୍ୟକୁ ବୃଦ୍ଧି କରିବା ସକାଶେ ଏସିଆର ମଧ୍ୟ ଅନ୍ୟ ବିକଳ୍ପ ରହିଛି। ଚାଇନା, ଜାପାନ ଓ ଦକ୍ଷିଣ କୋରିଆ ସେମାନଙ୍କର ନିଜସ୍ବ ମୁକ୍ତ ବାଣିଜ୍ୟ ବୁଝାମଣା ପାଇଁ ଚୁକ୍ତି ଆରମ୍ଭ କରିବା ଉଚିତ। ବାସ୍ତବରେ ଜାପାନ ଓ ଦକ୍ଷିଣ କୋରିଆର ଭୂରାଜନୈତିକ ସ୍ଥିତି ଓ ଭାଗୀଦାରି ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦେଖିଲେ ସେମାନେ ଏଥିପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ। ଚାଇନାକୁ ସାମିଲ କରିବା କିଛି ଆହ୍ବାନ ସୃଷ୍ଟି କରିଛି। ଏହା ଅତ୍ୟଧିକ ଆଞ୍ଚଳିକ ଉତ୍ତେଜନାମୂଳକ ସାମରିକ ସ୍ବଭାବ ଯୋଗୁ ନୁହେଁ, ବରଂ ଚାଇନାର ବୃହତ୍‌ ବଜାର ଓ ବିକଶିତ ପ୍ରଯୁକ୍ତି ଦକ୍ଷତାକୁ ଦେଖିଲେ ସେମାନେ ଜଟିଳ ପରିସ୍ଥିତିକୁ ସାମ୍ନା କରିବା କ୍ଷମତା ସକାଶେ ଘଟିଛି। ଗଣତାନ୍ତ୍ରିକ ନୀତିଗୁଡ଼ିକଠାରୁ ଦୂରେଇଯାଇ ଆମେରିକା ତାହାର ନିଜସ୍ବ ଆର୍ଥିକ ସ୍ବାର୍ଥକୁ ପ୍ରାଥମିକତା ଦେଉଥିବାରୁ ଏସୀୟ ଦେଶଗୁଡ଼ିକ ବ୍ୟବହାରିକ ବିଚାରଧାରାକୁ ଅଣଦେଖା କରି ନିଜର କ୍ଷତି କରିବା ଉଚିତ ନୁହେଁ।
ବାଣିଜ୍ୟ ବାଦ୍‌ ୨୦୦୮ ବୈଶ୍ୱିକ ଆଥିର୍କ ସଙ୍କଟ ପରେ ଆରମ୍ଭ ହୋଇଥିବା ସହଯୋଗଭିତ୍ତିକ ଆଧାରକୁ ଏସିଆ ତାହାର ବିକାଶ ପାଇଁ ବ୍ୟବହାର କରିବା ଉଚିତ। ଚିଆଙ୍ଗ୍‌ ମଇ ଇନିସିଏଟିଭ ମଲ୍‌ଟିଲାଟେରାଲାଇଜେଶନକୁ ଦୃଢ଼ କରିବାକୁ ପଡ଼ିବ, ଯାହା ତାହାର ସଦସ୍ୟ ଦେଶଗୁଡ଼ିକୁ (ଆସିଆନ୍‌+୩) ସଙ୍କଟ ସମୟରେ ଆର୍ଥିକ ବଜାରର ସ୍ଥାୟିତ୍ୱ ପାଇଁ ସହଯୋଗ କରିଥାଏ। ତେବେ ଏସିଆର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏବଂ ଅର୍ଥମନ୍ତ୍ରୀମାନେ ଏକ ଅଧିକ ପ୍ରଭାବୀ ବିତ୍ତୀୟ ସ୍ଥାୟୀ ଢାଞ୍ଚା ଯଥା ମଜଭୁତ ସଙ୍କଟ ନିୟନ୍ତ୍ରଣ ବ୍ୟବସ୍ଥା, ସମନ୍ବିତ ନୀତିଗତ ପଦକ୍ଷେପ ଏବଂ ସ୍ପଷ୍ଟ ଯୋଗାଯୋଗ ପାଇଁ ଏକାଠି କାମ କରିବା ଉଚିତ। ବାହ୍ୟ ଅସ୍ଥିରତା ସମୟରେ ବଜାର ଓ ବିତ୍ତୀୟ ବ୍ୟବସ୍ଥାଗୁଡ଼ିକର ସ୍ଥିରତା ପାଇଁ ଏହା କରିବାକୁ ହେବ।
ଏସିଆର ଦେଶଗୁଡ଼ିକ ପରସ୍ପର ମଧ୍ୟରେ ସହଯୋଗ ବଢ଼ାଇବା ଆବଶ୍ୟକତା ପଡ଼ିବା ପଛରେ ଟ୍ରମ୍ପ୍‌ ଏକମାତ୍ର କାରଣ ନୁହନ୍ତି। ଆମେରିକା ଓ ଚାଇନା ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟ ଏବଂ ପ୍ରଯୁକ୍ତିଗତ ଯୁଦ୍ଧ ବିଶ୍ୱକୁ ପ୍ରତିଦ୍ୱନ୍ଦ୍ୱୀ ଆର୍ଥିକ ଗୋଷ୍ଠୀରେ ବିଭକ୍ତ କରିବାରୁ ବିପଦ ସୃଷ୍ଟି କରିଛି, ଯାହା ବିଶ୍ୱ ବାଣିଜ୍ୟ ଓ ନିବେଶରେ ଭୟଙ୍କର ବାଧା ଉପୁଜାଇବ। କିନ୍ତୁ ଭାଗୀଦାରି ଥିବା ଅନେକ ଆର୍ଥିକ ଗୋଷ୍ଠୀ ସହ ଏକାଧିକ ଶକ୍ତିଶାଳୀ ଦେଶକୁ ନେଇ ଏକ ବ୍ୟବସ୍ଥା ଗଠନ କରି ଏଭଳି ବିପଦକୁ ଦୂରେଇ ଦେବା ଲାଗି ଏବେ ବି ସମୟ ଅଛି। ଏସିଆ ଏବଂ ଏହା ବାହାରେ ଆର୍ଥିକ କ୍ଷେତ୍ରରେ ଏକତାକୁ ବଢ଼ାଇ ଏସୀୟ ଦେଶଗୁଡ଼ିକ ଭବିଷ୍ୟତକୁ ଆଖି ଆଗରେ ରଖି ଏଭଳି ବ୍ୟବସ୍ଥା ପାଇଁ କାମ ଆରମ୍ଭ କରିବା ଦରକାର। ଏକ ବିଭାଜିତ ଭୂରାଜନୈତିକ ଯୁଗରେ ଏସୀୟ ଦେଶଗୁଡ଼ିକ ବୃହତ୍‌ ଶକ୍ତିଗୁଡ଼ିକର ଅନାବଶ୍ୟକ ତଥା ଅପ୍ରତ୍ୟାଶିତ ବିଚାର ଯୋଗୁ କ୍ଷତିଗ୍ରସ୍ତ ହୋଇପାରନ୍ତି। କିନ୍ତୁ ସେମାନେ ବାଣିଜ୍ୟ ଭାଗୀଦାରି ଓ ବିତ୍ତୀୟ ସହଯୋଗକୁ ସୁଦୃଢ଼ କରି, ରଣନୀତିକୁ ସହଭାଗିତା ବୃଦ୍ଧି କରି ଏବଂ ଆର୍ଥିକ ସାମର୍ଥ୍ୟ ବଢ଼ାଇ ସେମାନଙ୍କର ଭବିଷ୍ୟତକୁ ନିୟନ୍ତ୍ରଣ କରିପାରିବେ। ଏହାସହ ବିଶ୍ୱ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ବିନ୍ଧାଣି ଭାବେ ନିଜର ସ୍ଥିତିକୁ ମଧ୍ୟ ମଜଭୁତ କରିପାରିବେ।
ପ୍ରାଧ୍ୟାପକ (ଅର୍ଥନୀତି), କୋରିଆ ବିଶ୍ୱବିଦ୍ୟାଳୟ ତଥା ମୁଖ୍ୟ ଅର୍ଥନୀତିଜ୍ଞ ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ।

ଲି ଜଙ୍ଗ ଓ୍ବା


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri