Posted inଖେଳ

ଏସିଆନ୍‌ ଗେମ୍ସ: ଫାଇନାଲରେ ଭାରତୀୟ କ୍ରିକେଟ୍‌ ଦଳ

ହାଙ୍ଗଝୋ,୬।୧୦:ଏସିଆନ୍‌ ଗେମ୍ସରେ ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଭାରତ ବାଂଲାଦେଶକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୯.୨ ଓଭରରେ ଗୋଟିଏ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ଟିମ ଇଣ୍ଡିଆ ପାଇଁ ତିଲକ ବର୍ମା ଅପରାଜିତ ୫୫ ରନ ସଂଗ୍ରହ କରିଥିଲେ। ରୁତୁରାଜ ଗାଇକ୍ୱାଡ ଅପରାଜିତ ୪୦ ରନ ସ୍କୋର କରିଥିଲେ।
ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୯୬ ରନ୍‌ ସଂଗ୍ରହ କରିଥିଲା। ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ସାଇ କିଶୋର ୪ ଓଭରରେ ୧୨ ରନ ଦେଇ ୩ ଉଇକେଟ ନେଇଥିଲେ। ୱାଶିଂଟନ ସୁନ୍ଦର ୪ ଓଭରରେ ୧୫ ରନ ଦେଇ ୨ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂ, ତିଲକ ବର୍ମା, ରବି ବିଷ୍ଣୋଇ ଏବଂ ଶାହବାଜ ଅହମ୍ମଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜାକିର ଅଲି ବାଂଲାଦେଶ ପାଇଁ ସର୍ବାଧିକ ୨୪ ରନ ସଂଗ୍ରହ କରିଥିଲେ। ପରଭେଜ ୩୨ ବଲରେ ୨୩ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

ପାକିସ୍ତାନକୁ ଧୂଳି ଚଟାଇ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ଭାରତ ଏହି ସ୍ବର୍ଣ୍ଣ…

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ତେଲ ବଜାରରେ ହଇଚଇ: ପେଟ୍ରୋଲ ୫ ଓ ଡିଜେଲ ୩ଟଙ୍କା ବଢିଲା; ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍‌ଲୀ,୩।୧୦: ଦେଶର ପ୍ରମୁଖ ଘରୋଇ ଇନ୍ଧନ କମ୍ପାନୀ ‘ନାୟରା ଏନର୍ଜି’ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛି। କମ୍ପାନୀ ପେଟ୍ରୋଲ ଦରରେ ଲିଟର…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?