Posted inଖେଳ

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌: ଭାରତର ଆଉ ୫ ପଦକ ନିଶ୍ଚିତ

ଦୁବାଇ, ୨୭।୫(ପି.ଟି.)- ତିନି ମହିଳାଙ୍କୁ ମିଶାଇ ଭାରତର ଆଉ ୫ ବକ୍ସର ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ପଦକ ନିଶ୍ଚିତ କରିଛନ୍ତି। ଏହି ବକ୍ସରମାନେ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଭାରତ ଏହି ପ୍ରତିଯୋଗିତାରୁ ଅତିକମ୍‌ରେ ୧୩ଟି ପଦକ ପାଇବା ନିଶ୍ଚିତ ହୋଇଛି। ବୁଧବାର ଅନୁଷ୍ଠିତ ଲଢ଼େଇରେ ବିଜୟ ହାସଲ କରିଥିବା ଭାରତୀୟମାନେ ହେଲେ ଗତଥରର ଚାମ୍ପିୟନ ତଥା ଅଲିମ୍ପିକ୍ସ ଯୋଗ୍ୟତା ହାସଲକାରୀ ଅମିତ ପଙ୍ଘାଲ (୫୨ କେଜି), ସଞ୍ଜିତ (୯୧ କେଜି), ସାକ୍ଷୀ (୫୪ କେଜି), ଜସ୍ମିନ (୫୭ କେଜି) ଓ ଅଲିମ୍ପିକ ଯୋଗ୍ୟତା ହାସଲକାରୀ ସିମରନଜିତ କୌର(୬୦ କେଜି)। ମଙ୍ଗଳବାର ଶିବା ଥାପ୍ପା (୬୪ କେଜି) ମଧ୍ୟ କ୍ୱାର୍ଟର ଫାଇନାଲ ଜିତି ସେମିଫାଇନାଲରେ ପହଞ୍ଚତ୍ଥିଲେ।
ମଙ୍ଗୋଲିଆର ଖାର୍ଖୁ ଏଙ୍ଖମାନ୍ଦାଖଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିଲେ ହେଁ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ତଥା ଗତଥରର ଚାମ୍ପିୟନ ପଙ୍ଘାଲ ଶେଷରେ ୩-୨ରେ ବିଜୟୀ ହେବାରେ ସକ୍ଷମ ହୋଇଥିଲେ। ଜୋର୍ଡାନର ଅମନଠାରେ ଅନୁଷ୍ଠିତ ୨୦୨୦ ଏସିଆନ ଅଲିମ୍ପିକ୍‌ କ୍ୱାଲିଫାୟରରେ ମଧ୍ୟ ପଙ୍ଘାଲ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ବିଜୟ ହାସଲ କରିଥିଲେ। ଇଣ୍ଡିଆ ଓପନ ସ୍ବର୍ଣ୍ଣ ପଦକ ବିଜେତା ସଞ୍ଜିତ ତାଜିକସ୍ତାନର ଜାସୁର କୁର୍ବୋନୋଭଙ୍କୁ ୫-୦ରେ ହରାଇ ଏସିଆନ ଚାମ୍ପିୟନଶିପ୍‌ର ସେମିଫାଇନାଲରେ ପ୍ରବେଶ କରିଥିଲେ। ତାଙ୍କ ପରବର୍ତ୍ତୀ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଗତଥରର ରୌପ୍ୟ ପଦକ ବିଜେତା ଉଜବେକିସ୍ତାନର ସାଞ୍ଜାର ତୁର୍ସୁନୋଭ। ଚଳିତ ବର୍ଷ ସେ ତୃତୀୟ ସିଡ୍‌ର ମାନ୍ୟତା ପାଇଛନ୍ତି। ମହିଳା ବିଭାଗ ଲଢ଼େଇରେ ତାଜିକସ୍ତାନର ରୁହାଫ୍‌ଜୋ ହକ୍‌ଜାରୋଭାଙ୍କୁ ସାକ୍ଷୀ ୫-୦ରେ ହରାଇ ନିଜ ଦକ୍ଷତା ଦେଖାଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେ କାଜାଖସ୍ତାନର ଦିନା ଝୋଲାମାନଙ୍କୁ ଭେଟିବା ପଥ ପରିଷ୍କାର କରିଛନ୍ତି। ମଙ୍ଗୋଲିଆର ଓନ୍‌ସେସେଗ୍‌ ୟେସୁଗେନଙ୍କୁ ୪-୧ରେ ହରାଇଥିବା ଜସ୍ମିନ ସେମିଫାଇନାଲରେ କାଜାଖସ୍ତାନର ଭ୍ଲାଡିସ୍ଲାଭ କୁଖତାଙ୍କୁ ଭେଟିବେ। ସେହିପରି ନିକଟରେ କୋଭିଡ୍‌-୧୯ରୁ ଆରୋଗ୍ୟଲାଭ କରିଥିବା ସିମରନଜିତ ଉଜ୍‌ବେକିସ୍ତାନର ରିଖୋନା କୋଡିରୋଭାଙ୍କୁ ୪-୧ରେ ପରାସ୍ତ କରିଛନ୍ତି। ସେମିଫାଇନାଲରେ ସେ କାଜାଖସ୍ତାନର ରିମା ଭୋଲୋସେଙ୍କୋଙ୍କ ସହ ମୁକାବିଲା କରିବେ।
ପୂର୍ବରୁ ବିକାଶ କ୍ରିଷ୍ଣନ (୬୯ କେଜି) ଓ ଆଶିଷ କୁମାର (୭୫ କେଜି) ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏସିଆନ ଚାମ୍ପିୟନ ବିକାଶ କ୍ରିଷ୍ଣନ ଇରାନର ମୋସଲେମ ମାଲାମିର, ଗତ ସଂସ୍କରଣର ରୌପ୍ୟ ପଦକ ବିଜେତା ଆଶିଷ ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ଏସିଆନ ଗେମ୍ସ ସିଲଭର ମେଡାଲିଷ୍ଟ କାଜାଖସ୍ତାନର ଅବିଖାନ ଅମନକୁଲଙ୍କ ସହିତ ଲଢ଼େଇରେ ଅବତୀର୍ଣ୍ଣ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri