Posted inଖେଳ

ଏସିଆ କପ୍‌: ବିଦାୟ ପଥରେ ଭାରତ

ଦୁବାଇ, ୭।୯: ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଖରାପ ପ୍ରଦର୍ଶନ କରି ଭାରତ ଏସିଆ କପ୍‌ କ୍ରିକେଟର ମଙ୍ଗଳବାର ଅନୁଷ୍ଠିତ ସୁପର ଫୋର ମ୍ୟାଚରେ ଶ୍ରୀଲଙ୍କାଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଏଥିସହ ଭାରତ ଟୁର୍ନାମେଣ୍ଟରୁ ବିଦାୟ ହେବା ପଥରେ ରହିଛି। ପୂର୍ବ ମ୍ୟାଚରେ ପାକିସ୍ତାନଠାରୁ ମଧ୍ୟ ଭାରତ ହାରିଥିଲା। ବୁଧବାର ପାକିସ୍ତାନ ଯଦି ଆଫଗାନିସ୍ତାନକୁ ପରାସ୍ତ କରିବ ତେବେ ଭାରତ ଓ ଆଫଗାନିସ୍ତାନ ଏଲିମିନେଟ ହେବେ। ଏଠାରେ ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୭୩ ରନ କରିଥିବାବେଳେ ଶ୍ରୀଲଙ୍କା ୧୯.୫ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରନ ଚେଜ୍‌ ଅବସରରେ ପଥୁମ ନିଶଙ୍କା ଓ କୁଶାଲ ମେଣ୍ଡିସଙ୍କ ୬୭ ବଲ୍‌ରୁ ୯୭ ରନର ଓପନିଂ ଭାଗୀଦାରି ମ୍ୟାଚର ଟର୍ନିଂ ପଏଣ୍ଟ ଥିଲା। ୧୨ତମ ଓଭରରେ ଯାଇ ଭାରତୀୟ ବୋଲରମାନେ ଶ୍ରୀଲଙ୍କାର ଉଇକେଟ ପତନ ଘଟାଇବାକୁ ସକ୍ଷମ ହୋଇଥିଲେ। ୧୩ ରନ ବ୍ୟବଧାନରେ ଶ୍ରୀଲଙ୍କା ୪ଟି ଉଇକେଟ ହରାଇଥିଲେ ହେଁ ଭାନୁକା ରାଜପାକ୍ସା ଓ ଅଧିନାୟକ ଦଶୁନ ସନକା ଅସମାପ୍ତ ୫ମ ଉଇକେଟରେ ୩୪ ବଲ୍‌ରୁ ୬୪ ରନ ଯୋଗକରି ଦଳକୁ ବିଜୟୀ କରାଇଥିଲେ। କୁଶାଲ ସର୍ବାଧିକ ୫୭ ଓ ନିଶଙ୍କା ୫୨ ରନକରି ଆଉଟ ହୋଇଥିବାବେଳେ ସନକା ୩୩ ଓ ରାଜପାକ୍ସା ୨୫ ରନରେ ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ୧୩ ରନରେ ୨ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଲୋକେଶ ରାହୁଲ ୬ ଓ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ରୋହିତ ଓ ସୂର୍ଯ୍ୟକୁମାର ଯାଦବ ତୃତୀୟ ଉଇକେଟରେ ୫୮ ବଲ୍‌ରୁ ୯୭ ରନର ଭାଗୀଦାରି ଗଢ଼ି ଇନିଂସ ସମ୍ଭାଳିଥିଲେ। ରୋହିତ ୪୧ ବଲ୍‌ରୁ ୭୨ (୫ ଚୌକା, ୪ ଛକା) ରନ କରିଥିବାବେଳେ ଚାମିକା କରୁଣାରନେତ୍ଙ୍କ ସ୍ଲୋୟର ଶର୍ଟ ବଲ୍‌କୁ ଅପର କଟ୍‌ ଖେଳି ଆଉଟ ହୋଇଥିଲେ। ଶଟ୍‌ରେ ପର୍ଯ୍ୟପ୍ତ ପାଓ୍ବାର ନ ଥିବାରୁ ଡିପ୍‌ ପଏଣ୍ଟ ଅଞ୍ଚଳରେ ପଥୁମ ନିଶଙ୍କା କ୍ୟାଚ ଧରି ନେଇଥିଲେ। ମିଡିଲ ଅର୍ଡରରେ ସେଟ୍‌ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୩୪, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ରିଷଭ ପନ୍ତ ୧୭ ଓ ଦୀପକ ହୁଦା ମାତ୍ର ୩ ରନ କରି ଆଉଟ ହୋଇଥିଲେ। ଶେଷ ଭାଗରେ ରବିଚନ୍ଦ୍ରନ ଅଶ୍ୱିନ ୭ ବଲ୍‌ରୁ ୧୫ ରନକରି ଅପରାଜିତ ରହିବାରୁ ଭାରତ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ଥିଲା। ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶନକା ୩ଟି, ଚାମିକା କରୁଣାରନେତ୍ ଓ ଦସୁନ ସନକା ୨ଟି ଲେଖାଏ ଏବଂ ମହେଶ ଥିକଶାନା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୭୩/୮ (ରୋହିତ ଶର୍ମା-୭୨, ସୂର୍ଯ୍ୟକୁମାର ଯାଦବ-୩୪, ଦିଲସାନ ମଦୁଶନକା-୩/୨୪, ଚାମିକା କରୁଣାରନେତ୍-୨/୨୭, ଦସୁନ ସନକା-୨/୨୬, ମହେଶ ଥିକଶାନା-୧/୨୯)। ଶ୍ରୀଲଙ୍କା ୧୯.୫ ଓଭରରେ ୧୭୪/୪ (କୁଶାଲ ମେଣ୍ଡିସ-୫୭, ପଥୁମ ନିଶଙ୍କା-୫୨, ଦଶୁନ ସନକା-୩୩*, ଭାନୁକା ରାଜପାକ୍ସା-୨୫*, ୟୁଜବେନ୍ଦ୍ର ଚହଲ-୩/୩୪, ରବିଚନ୍ଦ୍ରନ ଅଶ୍ୱିନ-୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri