Posted inଖେଳ

ଏସିଆ କପ୍‌: ବିଦାୟ ପଥରେ ଭାରତ

ଦୁବାଇ, ୭।୯: ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଖରାପ ପ୍ରଦର୍ଶନ କରି ଭାରତ ଏସିଆ କପ୍‌ କ୍ରିକେଟର ମଙ୍ଗଳବାର ଅନୁଷ୍ଠିତ ସୁପର ଫୋର ମ୍ୟାଚରେ ଶ୍ରୀଲଙ୍କାଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ଏଥିସହ ଭାରତ ଟୁର୍ନାମେଣ୍ଟରୁ ବିଦାୟ ହେବା ପଥରେ ରହିଛି। ପୂର୍ବ ମ୍ୟାଚରେ ପାକିସ୍ତାନଠାରୁ ମଧ୍ୟ ଭାରତ ହାରିଥିଲା। ବୁଧବାର ପାକିସ୍ତାନ ଯଦି ଆଫଗାନିସ୍ତାନକୁ ପରାସ୍ତ କରିବ ତେବେ ଭାରତ ଓ ଆଫଗାନିସ୍ତାନ ଏଲିମିନେଟ ହେବେ। ଏଠାରେ ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୭୩ ରନ କରିଥିବାବେଳେ ଶ୍ରୀଲଙ୍କା ୧୯.୫ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରନ ଚେଜ୍‌ ଅବସରରେ ପଥୁମ ନିଶଙ୍କା ଓ କୁଶାଲ ମେଣ୍ଡିସଙ୍କ ୬୭ ବଲ୍‌ରୁ ୯୭ ରନର ଓପନିଂ ଭାଗୀଦାରି ମ୍ୟାଚର ଟର୍ନିଂ ପଏଣ୍ଟ ଥିଲା। ୧୨ତମ ଓଭରରେ ଯାଇ ଭାରତୀୟ ବୋଲରମାନେ ଶ୍ରୀଲଙ୍କାର ଉଇକେଟ ପତନ ଘଟାଇବାକୁ ସକ୍ଷମ ହୋଇଥିଲେ। ୧୩ ରନ ବ୍ୟବଧାନରେ ଶ୍ରୀଲଙ୍କା ୪ଟି ଉଇକେଟ ହରାଇଥିଲେ ହେଁ ଭାନୁକା ରାଜପାକ୍ସା ଓ ଅଧିନାୟକ ଦଶୁନ ସନକା ଅସମାପ୍ତ ୫ମ ଉଇକେଟରେ ୩୪ ବଲ୍‌ରୁ ୬୪ ରନ ଯୋଗକରି ଦଳକୁ ବିଜୟୀ କରାଇଥିଲେ। କୁଶାଲ ସର୍ବାଧିକ ୫୭ ଓ ନିଶଙ୍କା ୫୨ ରନକରି ଆଉଟ ହୋଇଥିବାବେଳେ ସନକା ୩୩ ଓ ରାଜପାକ୍ସା ୨୫ ରନରେ ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩ଟି ଉଇକେଟ ନେଇଥିଲେ। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ୧୩ ରନରେ ୨ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଲୋକେଶ ରାହୁଲ ୬ ଓ ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ରୋହିତ ଓ ସୂର୍ଯ୍ୟକୁମାର ଯାଦବ ତୃତୀୟ ଉଇକେଟରେ ୫୮ ବଲ୍‌ରୁ ୯୭ ରନର ଭାଗୀଦାରି ଗଢ଼ି ଇନିଂସ ସମ୍ଭାଳିଥିଲେ। ରୋହିତ ୪୧ ବଲ୍‌ରୁ ୭୨ (୫ ଚୌକା, ୪ ଛକା) ରନ କରିଥିବାବେଳେ ଚାମିକା କରୁଣାରନେତ୍ଙ୍କ ସ୍ଲୋୟର ଶର୍ଟ ବଲ୍‌କୁ ଅପର କଟ୍‌ ଖେଳି ଆଉଟ ହୋଇଥିଲେ। ଶଟ୍‌ରେ ପର୍ଯ୍ୟପ୍ତ ପାଓ୍ବାର ନ ଥିବାରୁ ଡିପ୍‌ ପଏଣ୍ଟ ଅଞ୍ଚଳରେ ପଥୁମ ନିଶଙ୍କା କ୍ୟାଚ ଧରି ନେଇଥିଲେ। ମିଡିଲ ଅର୍ଡରରେ ସେଟ୍‌ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ୩୪, ହାର୍ଦ୍ଦିକ ପାଣ୍ଡ୍ୟା ୧୭, ରିଷଭ ପନ୍ତ ୧୭ ଓ ଦୀପକ ହୁଦା ମାତ୍ର ୩ ରନ କରି ଆଉଟ ହୋଇଥିଲେ। ଶେଷ ଭାଗରେ ରବିଚନ୍ଦ୍ରନ ଅଶ୍ୱିନ ୭ ବଲ୍‌ରୁ ୧୫ ରନକରି ଅପରାଜିତ ରହିବାରୁ ଭାରତ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ଥିଲା। ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଦୁଶନକା ୩ଟି, ଚାମିକା କରୁଣାରନେତ୍ ଓ ଦସୁନ ସନକା ୨ଟି ଲେଖାଏ ଏବଂ ମହେଶ ଥିକଶାନା ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୭୩/୮ (ରୋହିତ ଶର୍ମା-୭୨, ସୂର୍ଯ୍ୟକୁମାର ଯାଦବ-୩୪, ଦିଲସାନ ମଦୁଶନକା-୩/୨୪, ଚାମିକା କରୁଣାରନେତ୍-୨/୨୭, ଦସୁନ ସନକା-୨/୨୬, ମହେଶ ଥିକଶାନା-୧/୨୯)। ଶ୍ରୀଲଙ୍କା ୧୯.୫ ଓଭରରେ ୧୭୪/୪ (କୁଶାଲ ମେଣ୍ଡିସ-୫୭, ପଥୁମ ନିଶଙ୍କା-୫୨, ଦଶୁନ ସନକା-୩୩*, ଭାନୁକା ରାଜପାକ୍ସା-୨୫*, ୟୁଜବେନ୍ଦ୍ର ଚହଲ-୩/୩୪, ରବିଚନ୍ଦ୍ରନ ଅଶ୍ୱିନ-୧/୩୨)।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?