ଲାଞ୍ଚ ନେଲା ବେଳେ ASI ଙ୍କୁ ମାଡିବସିଲା ଭିଜିଲାନ୍ସ, ଜମି ବିବାଦ ପାଇଁ…

ପୁରୀ,୧୮।୬: ବୁଧବାର ପୁରୀ ଜିଲା ଚନ୍ଦନପୁର ଥାନାର ସହକାରୀ ଉପ-ନିରୀକ୍ଷକ (ଏଏସଆଇ) ପ୍ରଭାତ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି। ଏକ ଜମି ବିବାଦ ମାମଲାରେ ଅଭିଯୋଗକାରୀ ଓ ତାଙ୍କ ଭାଇଙ୍କୁ ସାହାଯ୍ୟ କରିବା ପାଇଁ ଏଏସଆଇ ପ୍ରଧାନ ୧୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହି ମାମଲାରେ ସେ ନିଜେ ତଦନ୍ତକାରୀ ଅଧିକାରୀ ଥିଲେ।

ଅଭିଯୋଗକାରୀ ଏ ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ, ଭିଜିଲାନ୍ସ ଦଳ ଏକ ଜାଲ ବିଛାଇ ଆଜି ଏଏସଆଇ ପ୍ରଧାନଙ୍କୁ ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡ ଧରିଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ୧୫,୦୦୦ ଟଙ୍କା ଜବତ କରାଯାଇଛି।

ଏହି ଘଟଣା ପରେ ଏଏସଆଇ ପ୍ରଧାନଙ୍କ ଦୁଇଟି ସ୍ଥାନରେ ଏକକାଳୀନ ତଦନ୍ତ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ ୧୨/୨୦୨୫, ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଏଏସଆଇ ପ୍ରଭାତ କୁମାର ପ୍ରଧାନଙ୍କ ବିରୋଧରେ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରମ୍ପରିକ ଖାଦ୍ୟ ପ୍ରତି କମୁଛି ଯୁବପିଢ଼ିଙ୍କ ଆଗ୍ରହ, ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଚାଲିଛି ପ୍ରତିଯୋଗିତା

ଭଞ୍ଜନଗର,୧୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମଳାସପଦର ମା’ ଅମ୍ବିକା ଏସ୍‌ଏଚ୍‌ଜି ରାଜ୍ୟ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ଯାହାକୁ...

ସବୁଠି FM ତାତି: ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ବିଜେଡି

ଭୁବନେଶ୍ୱର,୧୩ା୭: ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଘେରିଛି ଛାତ୍ର ଓ ଯୁବ ବିଜେଡି। ବାଲେଶ୍ବର ଫକୀର ମୋହନ(FM) କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପ୍ରତିବାଦରେ ଏହି...

ସରକାରଙ୍କୁ ପିସିସି ସଭାପତିଙ୍କ କଡ଼ା ଟାର୍ଗେଟ୍‌, କହିଲେ ଛାତ୍ରୀଙ୍କ ଅଭିଯୋଗକୁ ହାଲୁକା ଭାବେ ନିଆଯାଇ…

ଭୁବନେଶ୍ୱର,୧୩ା୭: ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ନେଇ ସରକାରଙ୍କୁ ପିସିସି ସଭାପତି ଭକ୍ତ ଦାସ କଡ଼ା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି,...

ଭୟଙ୍କର ଦୁର୍ଘଟଣା: ୧୦ ଫୁଟ ଉପରକୁ ଉଡ଼ି JCB ଉପରେ ଝୁଲିଲା କାର

ମୟୂରଭଞ୍ଜ: ୧୩।୭: ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଫୁଟ ଉପରକୁ ଉଡିଲା କାର। ଯାଇଁ ସିଧା ଲାଗିଲା ଜେଶିବିରେ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ...

FM College Case: ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୧୩।୭: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀରୁ ଫେରିବା ପରେ ସେ...

ମୁମ୍ବାଇରୁ ଆସି ଟ୍ବିଟ୍‌ କଲେ ନବୀନ, କହିଦେଲେ ଏତେ ବଡ଼କଥା

ଭୁବନେଶ୍ବର,୧୩।୭: ବାଲେଶ୍ବରର ଏଫଏମ କଲେଜ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ଏମ୍ସରେ ଛାତ୍ରୀଜଣକ ଜୀବନମରଣ ନେଇ ଗତି କରୁଥିବାବେଳେ ମନ୍ତ୍ରୀମାନେ ସେଠାରେ...

ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ ସ୍ଲୁଇସ୍‌ ଗେଟ୍‌ ବନ୍ଦ

ସମ୍ବଲପୁର,୧୩ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍‌ ଗେଟ୍‌କୁ ରବିବାର ବନ୍ଦ କରାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ...

ସାଧାରଣ ଖାଉଟିଙ୍କୁ ମାଣ୍ଡିଆ ବଣ୍ଟନରେ ଅନିୟମିତତା: ଓଜନରେ କରୁଥିଲେ ହେରଫେର, ଧରାପଡ଼ି…

ପାରଳାଖେମୁଣ୍ଡି,୧୩।୭(ଗିରିଧାରୀ ପରିଛା): ଗଜପତି ଜିଲା ମୋହନା ବ୍ଳକର ଚାନ୍ଦିପୁଟ ପଞ୍ଚାୟତରେ ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫରୁ ପ୍ରତି ହିତାଧିକାରୀମାନଙ୍କ କାର୍ଡ ପିଛା ୧.୭୫୦ ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri