ପ୍ରତୀକ୍ଷାର ଅବସାନ: ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ

ଭୁବନେଶ୍ୱର,୧୪।୨: ଶେଷ ହେଲା ସସ୍‌ପେନ୍ସ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣିଥରେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଛି ଭାଜପା। ଫଳରେ ୨୦୧୯ ଭଳି ଅଶ୍ୱିନୀଙ୍କୁ ପୁଣିଥରେ ଭାଜପା ପ୍ରାର୍ଥୀ କରିଛି ଓ ବିଜେଡି ତାଙ୍କୁ ସମର୍ଥନ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଅଶ୍ୱିନ୍‌ ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିପାରିବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟରେ ଖାଲି ହେଉଥିବା ୩ଟି ରାଜ୍ୟ ସଭା ଆସନ ପାଇଁ ବିଜେଡି କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ବିଜେଡି ଉପସଭାପତି ପୁରୀର ଶୁଭାଶିଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟ ସଭା ପ୍ରାର୍ଥୀ ଭାବେ ମନୋନୀତ କରିଥିଲା। ଏହି ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସମସ୍ତ ୩ଟି ଯାକ ଆସନ ଜିତିବା ପାଇଁ ବିଜେଡି ପାଖରେ ବିଧାନସଭାରେ ସଂଖ୍ୟାବଳ ଥିଲେ ମଧ୍ୟ ଦଳ ମାତ୍ର ୨ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଥିଲା। ତୃତୀୟ ପ୍ରାର୍ଥୀ କିଏ ହେବ ସେନେଇ ସସ୍‌ପେନ୍ସ ଲାଗି ରହିଥିଲା।
ସୂଚନାଯୋଗ୍ୟ, ବିଜେଡି ଏମ୍‌ପି ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ ସମେତ ଭାଜପା ଏମ୍‌ପି ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା କାର୍ଯ୍ୟକାଳ ଚଳିତବର୍ଷ ଏପ୍ରିଲ ୨ତାରିଖରେ ଶେଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀୟୁଷଙ୍କୁ ନେଇ ରାଣୀ ପଣ୍ଡାଙ୍କ ବିବାଦୀୟ ବୟାନ, ପାଲଟା ଜବାବ ରଖିଲେ ପୀୟୁଷ

ଭୁବନେଶ୍ବର,୨୨ା୧: ଯାତ୍ରା ଦୁନିଆର ଦୁଇ ଲୋକପ୍ରିୟ କଳାକାର ପୀୟୁଷ ତ୍ରିପାଠୀ ଏବଂ ରାଣୀ ପଣ୍ଡା ମୁହାଁମୁହିଁ। ଯାଜପୁର ଜିଲା ବିଞ୍ଝାରପୁରର ବାରୁଣେଶ୍ୱର ମେଳାରେ ଦୁଇଜଣଙ୍କ ମଧ୍ୟରେ ଦେଖାଦେଇଥିବା…

କଂଗ୍ରେସ ସହ ହାତ ମିଳାଇଲା ଭାଜପା, ନିର୍ୱାଚନ ଜିତିବାକୁ ଏହି ରାଜ୍ୟରେ କଲା ମେଣ୍ଟ

ମୁମ୍ୱାଇ,୨୨।୧: ଶୀର୍ଷ ନେତୃତ୍ୱର ଅସନ୍ତୋଷ ସତ୍ତ୍ୱେ, ମହାରାଷ୍ଟ୍ରର ଅମରାବତୀ ଜିଲାର ଅଚଳପୁର ପୌର ପରିଷଦରେ ବିଭିନ୍ନ କମିଟିର ଅଧ୍ୟକ୍ଷଙ୍କ ର୍ନିବିରୋଧୀ ନିର୍ୱାଚନ ସୁନିଶ୍ଚିତ କରିବା ପାଇଁ ଭାଜପା,…

୨୦୩୬ ସୁଦ୍ଧା ଓଡ଼ିଶାର ୯୦% ଚାଷଜମିକୁ ମିଳିବ ଜଳସେଚନ ସୁବିଧା

ଭୁବନେଶ୍ବର,୨୨ା୧: ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ଚାଷ ଜମିକୁ ଜଳସେଚନ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ସ୍ଥାନୀୟ ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ପାଣି ପଞ୍ଚାୟତ…

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଆସିଲେ ନୂଆ ଅତିଥି, ଛୁଟିଲା ଶୁଭେଚ୍ଛାର ସୁଅ

ଭୁବନେଶ୍ବର,୨୨ା୧: ଓଡ଼ିଶାର ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଘରକୁ ଆସିଛି ନୂଆ ଅତିଥି। ବୁଧବାର ଏହି ଷ୍ଟାର୍ ଦମ୍ପତି ଏକ…

ପୁରୁଣା ଷ୍ଟକ୍‌ ବିକ୍ରି କରିପାରିବେ କି ଗୁଟ୍‌ଖା-ସିଗାରେଟ୍‌ ଦୋକାନୀ? ଆସିଲା ବଡ଼ ଖବର

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ପାନ ଦୋକାନକୁ ଯିବାର ସାଧାରଣ ଚିତ୍ର ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦ ଦୋକାନରୁ ଉଭାନ ହୋଇଯିବ,…

ମତ୍ସ୍ୟ-ପ୍ରାଣୀ ସମାବେଶ: ମୁଖ୍ୟ ଆକର୍ଷଣ ସାଜିଛି ୪ କୋଟି ଟଙ୍କାର ବାହୁବଳୀ ମଇଁଷି

ଭୁବନେଶ୍ୱର,୨୨ା୧: ରାଜଧାନୀର ଜନତା ମଇଦାନରେ ଚାଲିଥିବା ତିନିଦିନିଆ ‘ମତ୍ସ୍ୟ-ପ୍ରାଣୀ ସମାବେଶ’ରେ ଏକ ‘ମୁରା’ ପ୍ରଜାତିର ମଇଁଷି(ପୋରୁଅ) ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ହରିୟାଣାର କୁରୁକ୍ଷେତ୍ରରୁ ଆସିଥିବା ଏହି…

ଜାନୁଆରୀ ୨୪ରେ ରାଜ୍ୟବ୍ୟାପୀ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ

ଭୁବନେଶ୍ବର,୨୨ା୧: ଜାନୁଆରୀ ୨୪ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବେ ଘରୋଇ ବସ ମାଲିକ ସଂଘ। ଗୁରୁବାର କଟକଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ…

ବାଂଲାଦେଶ ପରେ ଧମକ ଦେଲା ପାକିସ୍ତାନ, ଟି20 ବିଶ୍ୱକପ୍‌ କରିବ ବୟକଟ୍‌: ରିପୋର୍ଟ

ନୂଆଦିଲ୍ଲୀ,୨୨ା୧: ୨୦୨୬ ଟି20 ବିଶ୍ୱକପ୍‌ ପୂର୍ବରୁ ବିବାଦ ବଢ଼ିବାରେ ଲାଗିଛି। ଭାରତରେ ନ ଖେଳିବା ଜିଦ୍ ରେ ବାଂଲାଦେଶ ବିଶ୍ୱକପରୁ ଓହରିଯିବା ପରେ ପାକିସ୍ତାନ ମଧ୍ୟ ବୟକଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri