Posted inଖେଳ

ଆଇସିସି ‘ପ୍ଲେୟର ଅଫ୍‌ ଦି ମନ୍ଥ’ ପୁରସ୍କାର ଦୌଡ଼ରେ ଅଶ୍ୱିନ, ରୁଟ୍‌, ମେୟର୍ସ

ଦୁବାଇ,  ୩ା୩ (ପି.ଟି.)-ଫେବୃୟାରୀରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରୁଷ ବିଭାଗରେ ‘ଆଇସିସି ପ୍ଲେୟର ଅଫ୍‌୍‌ ଦି ଇୟର’ ଦୌଡ଼ରେ ଭାରତର ପୁରୁଖା ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ, ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଓ ଓ୍ବେଷ୍ଟଇଣ୍ଡିଜର ନୂଆ ବ୍ୟାଟିଂ ସେନ୍‌ସେସନ କାଇଲ ମେୟର୍ସ ପ୍ରମୁଖ ରହିଛନ୍ତି। ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ତିନୋଟି ଟେଷ୍ଟ ଖେଳିଛନ୍ତି। ଚେନ୍ନାଇଠାରେ ଭାରତର ଦ୍ୱିତୀୟ ଟେଷ୍ଟ ବିଜୟରେ ସେ ୧୦୬ ରନ ସଂଗ୍ରହ କରିଛନ୍ତି। ଅହମଦାବାଦରେ ତୃତୀୟ ଟେଷ୍ଟ ବିଜୟରେ ସେ ତାଙ୍କ ୪୦୦ ଉଇକେଟ ପୂରଣ କରିଛନ୍ତି। ତିନୋଟି ଟେଷ୍ଟରେ ସେ ମୋଟ ୧୭୬ ରନ ସଂଗ୍ରହ କରିବା ସହ ୨୪ ଉଇକେଟ ଅକ୍ତିଆର କରିଛନ୍ତି। ଏହି ପ୍ରଦର୍ଶନ ପାଇଁ ପୁରୁଷ କାଟେଗୋରିରେ ପ୍ରାର୍ଥୀ ହେବା ପାଇଁ ସେ ଯୋଗ୍ୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କହିଛି। ଉଭୟ ବ୍ୟାଟ ଓ ବଲ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ଙ୍କ ନାମ ମଧ୍ୟ ପୁଣି ସୁପାରିସ ହୋଇଛି। ଭାରତ ବିପକ୍ଷ ତିନୋଟି ଟେଷ୍ଟରେ ସେ ମୋଟ ୩୩୩ ରନ ସଂଗ୍ରହ କରିବା ସହ ୬ ଉଇକେଟ ଦଖଲ କରିଛନ୍ତି। ରୁଟ୍‌ ସିରିଜ ଆରମ୍ଭରେ ଓପନିଂ ଟେଷ୍ଟରେ ଆକର୍ଷଣୀୟ ୨୧୮ ରନ ସଂଗ୍ରହ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ନବାଗତ ଟେଷ୍ଟ ଖେଳାଳି ମେୟର୍ସ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିଛନ୍ତି। ମେୟର୍ସଙ୍କ ମ୍ୟାଚ ବିଜୟୀ ୨୧୦ ରନ ଯୋଗୁ ତାଙ୍କ ଦଳ ଚିଟାଗଙ୍ଗରେ ୩୯୫ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା। ଅନ୍ୟପକ୍ଷରେ ମହିଳା ବିଭାଗରେ ଉକ୍ତ ପୁରସ୍କାର ଦୌଡ଼ରେ ଇଂଲଣ୍ଡର ଟାମି ବିମଣ୍ଟ ଓ ନାଟ୍‌ ସ୍କିଭର ଏବଂ ନ୍ୟୁଜିଲାଣ୍ଡର ବ୍ରୁକି ହାଲିଡେ ପ୍ରମୁଖ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri