Posted inଖେଳ

ବଲ ଟ୍ୟାମ୍ପରିଂ ଅଭିଯୋଗରୁ ଅଶ୍ୱିନ ମୁକ୍ତ

ଚେନ୍ନାଇ,୧୬ା୬: ଭାରତର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଓ ତାଙ୍କ ନେତୃତ୍ୱାଧୀନ ଦଳ ଡିନଡିଗୁଲ ଡ୍ରାଗନ୍ସକୁ ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ ବଲ ଟ୍ୟାମ୍ପରିଂ ଅଭିଯୋଗରୁ ମୁକ୍ତ କରାଯାଇଛି। ପ୍ରତିପକ୍ଷ ସେଇଚମ ମଦୁରାଇ ପାନ୍ଥର୍ସ ପକ୍ଷରୁ କେମିକାଲ ମିଶା ଟାଓ୍ବେଲ ମାଧ୍ୟମରେ ବଲ ଟ୍ୟାମ୍ପରିଂ କରାଯାଇଥିବା ଅଭିଯୋଗ ଅଣାଯାଇଥିଲା। ହେଲେ ଉକ୍ତ ମ୍ୟାଚ୍‌ରେ ବଲ ଟ୍ୟାମ୍ପରିଂ କରାଯାଇଥିବାର କୌଣସି ପ୍ରମାଣ ମିଳିନଥିବା ତାମିଲନାଡୁ କ୍ରିକେଟ୍‌ ଆସୋସିଏଶନ (ଟିଏନ୍‌ସିଏ) ପକ୍ଷରୁ କୁହାଯାଇଛି।

ପ୍ରଶ୍ନ ଉଠାଯାଉଥିବା ଟାଓ୍ବେଲକୁ ଟିଏନ୍‌ସିଏ ଦ୍ୱାରା ଉଭୟ ଦଳକୁ ଦିଆଯାଇଛି। ମ୍ୟାଚ୍‌ ରେଫରି ଓ ଅମ୍ପାୟରଙ୍କ ସମେତ ଖେଳକୁ ନିୟନ୍ତ୍ରଣ କରୁଥିବା ଦଳର ତତ୍ତ୍ୱାବଧାନରେ ପୂରା ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ ବେଳେ କୌଣସି ଚିନ୍ତା ପ୍ରକଟ କରାଯାଇ ନ ଥିଲା ଏବଂ କୌଣସି ପ୍ରମାଣ ମଧ୍ୟ ପ୍ରଦାନ କରାଯାଇ ନ ଥିଲା। ଏଣୁ ଅଭିଯୋଗ କାଳ୍ପନିକ ଏବଂ ପରାଜୟ ପରେ କରାଯାଇଥିବା ଜଣାପଡ଼ୁଛି ବୋଲି ଟିଏନ୍‌ପିଏଲ୍‌ ସିଇଓ ପ୍ରଶନ୍ନ କାନନ କହିଛନ୍ତି। ଟିଏନ୍‌ସିଏ ପକ୍ଷରୁ ପ୍ରତ୍ୟେକ ଦଳକୁ ବଲକୁ ସୁଖାଇବା ପାଇଁ ଟାଓ୍ବେଲ ଦିଆଯାଇଛି। ଅମ୍ପାୟରଙ୍କ ଉପସ୍ଥିତିରେ ବଲକୁ ପୋଛା ଯାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାହୁଲଙ୍କ ଶତକ: ଭାରତ ୩୮୭ରେ ଅଲଆଉଟ୍‌

ଲଡର୍‌ସ,୧୨ା୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ବରାବର ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଇଂଲଣ୍ଡ ୩୮୭...

ଗିଲଙ୍କ ଫର୍ମ ଦେଖି ଛାନିଆ: ବୋଲର କହିଲେ ‘ମୁଁ କରିବି ନାହିଁ  ବୋଲିଂ…

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡରେ ଗିଲ ଚମତ୍କାର ଫର୍ମରେ ଅଛନ୍ତି। ସେ ମାତ୍ର ୪ ଇନିଂସରେ ୫୮୫ ରନ କରିଛନ୍ତି। ଏହାକୁ ନେଇ ବୋଲରମାନେ ତାଙ୍କୁ ବୋଲିଂ କରିବାକୁ...

କ୍ରିକେଟ ବିଶ୍ୱକପ୍‌ରେ ସ୍ଥାନ ପକ୍କା କଲା ଇଟାଲୀ

ନୂଆଦିଲ୍ଲୀ,୧୨ା୭: ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଇଟାଲୀ ଯୋଗ୍ୟତା ହାସଲ କରିଛି। ଶୁକ୍ରବାର ହେଗ୍‌ଠାରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଲାଗି...

ଉଇକେଟ ନେଇ ଫୁଟ୍‌ବଲର ଜୋଟାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସିରାଜ

ଲଣ୍ଡନ,୧୨ା୭: ନିକଟରେ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପର୍ତ୍ତୁଗୀଜ ଫୁଟ୍‌ବଲର ଡିଏଗୋ ଜୋଟାଙ୍କ ପ୍ରତି ଭାରତୀୟ ପେସର ମହମ୍ମଦ ସିରାଜ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଇଂଲଣ୍ଡ...

ଟିମ୍ ଇଣ୍ଡିଆର ଖେଳାଳିମାନେ ଧନୀ, ଫରକ ପଡ଼ିବ ନାହିଁ; ପ୍ରଶ୍ନ ଉଠାଇ ବଡ଼  କଥା କହିଦେଲେ… 

ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ, ଉଭୟ ଦଳ ଦୁଇ ଦିନରେ ୨୩ ଓଭର କମ ବୋଲିଂ କରିଥିଲେ। ଏପରି କ୍ରିକେଟକୁ ନେଇ ପୂର୍ବତନ ଇଂଲଣ୍ଡ ଅଧିନାୟକ ପ୍ରଶ୍ନ...

ନୂଆ ଅଧିନାୟକ ଘୋଷଣା କଲା ଅଷ୍ଟ୍ରେଲିଆ, ବାଦ୍‌ ପଡ଼ିଲେ RCB ଷ୍ଟାର ବୋଲର 

ନୂଆଦିଲ୍ଲୀ,୧୨।୭: ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ କିଙ୍ଗଷ୍ଟନରେ ଖେଳାଯିବ। ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍‌ ଜିତି...

୫ ଉଇକେଟ୍‌ ନେବାପରେ ବି ସେଲିବ୍ରେଶନ୍‌ କଲେ ନାହିଁ ବୁମ୍‌ରା: ଜାଣନ୍ତୁ କାହିଁକି

ଲର୍ଡସ,୧୨।୭: ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ଜସପ୍ରିତ ବୁମରା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଚମତ୍କାର ବୋଲିଂ କରିଥିଲେ ଏବଂ ୫...

ବୁମରାଙ୍କ ସୁନାମିରେ ଉଡ଼ିଗଲା ଇଂଲଣ୍ଡ, ଭାଙ୍ଗିଗଲା କପିଲ ଦେବଙ୍କ ରେକର୍ଡ

ଲର୍ଡସ,୧୨।୭: ଲର୍ଡସ ଟେଷ୍ଟରେ ଜସପ୍ରିତ ବୁମରା ଭାରତୀୟ ଦ୍ରୁତ ବୋଲରମାନଙ୍କ ପାଇଁ ଏପର୍ଯ୍ୟନ୍ତ ସ୍ବପ୍ନ ଭଳି କାମ କରିଥିଲେ। କାର୍ଯ୍ୟଭାର ପରିଚାଳନା ଯୋଗୁ ଦ୍ୱିତୀୟ ଟେଷ୍ଟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri