ଅଶୋକ ପଣ୍ଡାଙ୍କ ବିସ୍ଫୋରକ ବୟାନ: ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କାହାର ବ୍ୟକ୍ତିଗତ…

ଭୁବନେଶ୍ୱର,୨୮ା୮: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି। ବଦ୍ରି ପାତ୍ରଙ୍କ ପରେ ଆଜି ଅର୍ଥାତ୍‌ ଗୁରୁବାର ବରିଷ୍ଠ ନେତା ଅଶୋକ ପଣ୍ଡା ତେର୍ଚ୍ଛା ବାଣ ମାରିଛନ୍ତି। ଆଇ ଆମ୍‌ ଡାଉନ ବଟ୍‌ ନଟ ଆଉଟ୍‌ ଏହି କଥାକୁ ନେଇ ଚାଲିଥିବା ଚର୍ଚ୍ଚାରେ ସେ କହିଛନ୍ତି, ମୁଁ ଛି କହିପାରିବିନି; ଯିଏ କହିଛନ୍ତି, ଯାହାଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସେ ହିଁ କହିପାରିବେ। ନବୀନ ବାବୁ ଶିଖାଇ ନାହାନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ।
୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ ହେବାର ପ୍ରଶ୍ନ ଉଠୁ ନାହିଁ। ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି। ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ଭାଇ ଲକ୍ଷ୍ମଣ। ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅଶୋକ ପଣ୍ଡା। ସେ କହିଛନ୍ତି ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ।

ଅନ୍ୟପକ୍ଷରେ  ନିକଟରେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ କେତେଜଣ ବରିଷ୍ଠ ନେତା ଅସୁସ୍ଥ ନବୀନବାବୁଙ୍କୁ ହସ୍ପିଟାଲ୍‌ରେ ସାକ୍ଷାତ୍‌ କରିବାକୁ ଯାଇଥିବାବେଳେ ସେମାନଙ୍କୁ ସୁଯୋଗ ମିଳି ନ ଥିଲା। ଏହାକୁ ଦଳର ନେତା ଓ କର୍ମୀମାନେ ହଜମ କରିପାରୁନାହାନ୍ତି। ରାଜନୀତିରୁ ସନ୍ନ୍ୟାସ ନେଇଥିବା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କୁ ଦଳର ସଭାପତି ଗୁରୁତ୍ୱ ଦେଉଥିବାରୁ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଏପରି କି ଦଳ ବିଭାଜନ ଆଡ଼କୁ ମୁହାଁଉଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।
ଏହି ପ୍ରସଙ୍ଗରେ ପୂର୍ବରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ପ୍ରଶ୍ନ ଉଠାଇଥିବାବେଳେ ବୁଧବାର ଗଣେଶ ଚତୁର୍ଥୀରେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ବଦ୍ରି ନାରାୟଣ ପାତ୍ର ନବୀନଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି। ସେ କହିଛନ୍ତି, ସାଧାରଣ ନିର୍ବାଚନରେ ନବୀନ ଲୋକ ତଥା ଭୋଟରଙ୍କୁ ଗୁରୁତ୍ୱ ଦେଲେନାହିଁ ବୋଲି ଦଳର ପରାଜୟ ହେଲା। ଗଣତନ୍ତ୍ରରେ ଲୋକମାନେ ହେଲେ ସର୍ବେସର୍ବା। ସେମାନଙ୍କୁ ନେଇ ଦଳ ଆଗକୁ ବଢ଼ିବା କଥା। ମାତ୍ର ନବୀନ ବାବୁ ଗଣଙ୍କୁ ନୁହେଁ, ଜଣଙ୍କୁ ଗୁରୁତ୍ୱ ଦେଉଛନ୍ତି, ଯେଉଁଥିପାଇଁ ଖାଲି ବରିଷ୍ଠ ନେତା ନୁହନ୍ତି, ତୃଣମୂଳସ୍ତରର ଲୋକେ ମଧ୍ୟ ଅସନ୍ତୁଷ୍ଟ ହେଉଛନ୍ତି। ସାଧାରଣ ନିର୍ବାଚନ ବେଳେ କିଛି ଲୋକଙ୍କ ମତ ଅନୁକୂଳ ହେଲାନି। ଲୋକେ ଯେମିତି ଚାହୁଁଥିଲେ ସେମିତି ହେଲାନି, ଯାହା ଫଳରେ ଲୋକେ ଓଲଟାଇଦେଲେ। ଲୋକ ହେଉଛନ୍ତି ଅଲ୍‌ଟିମେଟ୍‌ ଜଜ୍‌। ଭୋଟରମାନେ କ’ଣ କହୁଛନ୍ତି, ସେକଥା ଦଳର ସଭାପତି ଓ ନେତୃବୃନ୍ଦ ଜାଣିବା ଆବଶ୍ୟକ। ସେହି ଅନୁସାରେ ନିଜକୁ ପରିବର୍ତ୍ତନ କଲେ ଯାଇ ଦଳ ଆଗେଇପାରିବ। ଲୋକଙ୍କ ଇଚ୍ଛା ବିରୋଧରେ ଯାଇ କେଉଁ ଦଳ ଆଗେଇପାରିନାହିଁ। ଶୀର୍ଷନେତୃତ୍ୱ ଆସ୍ଥା ସୃଷ୍ଟି କରିପାରୁ ନ ଥିବାରୁ ତଳସ୍ତରରେ କର୍ମୀ ଦଳ ଛାଡ଼ିବା ଆରମ୍ଭ କଲେଣି। ସମସ୍ତଙ୍କୁ ସବୁବେଳେ ସାଙ୍ଗରେ ନେଇ ଚାଲିବାର ରହିଛି, ତାହା ହିଁ ବୁଦ୍ଧିମାନ୍‌ର କାମ ହେବ।
ସେ ପୁଣି କହିଛନ୍ତି, ବିଜେଡି ଏକ ଶୃଙ୍ଖଳିତ ଦଳ, ଯାହାକୁ ନେଇ ସାରାଦେଶରେ ବେଶ୍‌ ଖ୍ୟାତି ରହିଛି। ଲୋକଙ୍କ ମତାମତକୁ ସବୁବେଳେ ସମ୍ମାନ ଦେଇ ନିଷ୍ପତ୍ତି ନିଆଯିବା କଥା। ହେଲେ ବାସ୍ତବ କ୍ଷେତ୍ରରେ ତାହା ହେଉନାହିଁ। ଏହି ଅବସରରେ ସେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ‘ଆଇ ଆମ୍‌ ଡାଉନ୍‌ ବଟ୍‌ ନଟ୍‌ ଆଉଟ୍‌’ ଅର୍ଥ କ’ଣ ତାହା ମୁଁ ଜାଣେନାହିଁ। ତା’ର ଅର୍ଥ କ’ଣ ଯିଏ କହିଛନ୍ତି ସେ ବୁଝିଥିବେ ଏବଂ ଯାହାକୁ କୁହାଯାଇଛି ସେ ହିଁ ବୁଝିଥିବେ’। ସେ ପ୍ରସଙ୍ଗରେ ମୁଁ ପଶିବାକୁ ଚାହୁଁନାହିଁ।
ସେହିପରି ସୁଜାତା କାର୍ତ୍ତିକେୟନ ଦଳରେ ଏଣ୍ଟ୍ରି ହୋଇପାରନ୍ତି ପ୍ରଶ୍ନର ଉତ୍ତରରେ ବଦ୍ରି କହିଛନ୍ତି, ତାଙ୍କୁ ଦଳ ସ୍ବାଗତ କରିବ। ବିଜେଡି ଏକ ସମୁଦ୍ର, ଅଧିକ ଲୋକ ଗ୍ରହଣ କରିବାକୁ କ’ଣ ଦଳରେ ଜାଗା ନାହିଁ କି? କିନ୍ତୁ କିଏ କିଭଳି ରହୁଛି, କିଏ କ’ଣ କରିବା କଥା, କି ଦାୟିତ୍ୱ ନେବା କଥା ତାହା ସଭାପତି ଗୁରୁତ୍ୱ ଦେବାର ରହିଛି। ଦଳ ବଢ଼ିଲେ ବିବାଦ ବଢ଼ିବ, ଏହା କିଛି ନୂଆକଥା ନୁହେଁ। କିନ୍ତୁ କଥା ହେଉଛି ସମସ୍ତେ ନିଜ ସୀମା ଜାଣିବା ଦରକାର। ମୋର ଦାୟିତ୍ୱ କ’ଣ ତାହା ବୁଝିଲେ ହିଁ ସବୁ ଠିକ୍‌ ହେବ ଏବଂ ଦଳ ଶୃଙ୍ଖଳିତ ଭାବେ ଚାଲିବ। ଆଉ ଯଦି ସୀମା ଟପିବା, ତାହାଲେ ଦ୍ୱନ୍ଦ୍ୱ ବଢ଼ିବ। ବର୍ତ୍ତମାନ ଯେଉଁ ଦ୍ୱନ୍ଦ୍ୱ ଉପୁଜିଛି, ସେଥିପାଇଁ ଦଳରେ ଯେଉଁମାନେ ବର୍ତ୍ତମାନ ଦାୟିତ୍ୱ ନେଉଛନ୍ତି ସେମାନେ ବୁଝିବା ଦରକାର। ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହା ତଳସ୍ତରରେ କେତେ ଗ୍ରହଣୀୟ ହେଉଛି, ତାହାର ସମୀକ୍ଷା କରିବା ଆବଶ୍ୟକ। ସବୁକଥାର ପରୀକ୍ଷା ଗ୍ରାଉଣ୍ଡ୍‌ଲେଭଲରେ ହେବା ଆବଶ୍ୟକ ବୋଲି ବଦ୍ରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?