ସହକାରୀ ନିବନ୍ଧକଙ୍କୁ ଆକ୍ରମଣ: ସମିତି ସଭାପତି, ସମ୍ପାଦକ ଗିରଫ

ଆଠଗଡ, ୨୭ା୧୦(ସ୍ବ.ପ୍ର): ଆଠଗଡସ୍ଥିତ ସହକାରୀ ନିବନ୍ଧକ, ସମବାୟ ସମିତି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହେବା ସହିତ ସହକାରୀ ନିବନ୍ଧକ ଅଶୋକ କୁମାର ପାଣିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବଡ଼ମ୍ବା ବ୍ଲକ ଗୋପପୁର ସେବା ସମବାୟ ସମିତି ସମ୍ପାଦକ ସୂର୍ଯ୍ୟମଣି ସାମନ୍ତରାୟ ଓରଫ ଟୁଟୁ ପଣ୍ଡା, ସଭାପତି କାର୍ତ୍ତିକେଶ୍ୱର ପରିଡ଼ା ଓ ତାଙ୍କର ଜଣେ ସହଯୋଗୀ ଏହି ଘଟଣା ଘଟାଇଛନ୍ତି। ପୋଲିସ ସଭାପତି ପରିଡ଼ା ଓ ସମ୍ପାଦକ ସାମନ୍ତରାୟଙ୍କୁ ଗିରଫ କରିଛି।

ପ୍ରକାଶ ଯେ, କଟକ ଜିଲାପାଳଙ୍କ ଚିଠି ନଂ ୧୨୦୦/୧୩ା୨ା୨୦୧୫ରୁ ବଡ଼ମ୍ବା ବ୍ଲକ ଝାଜିଆ ପଞ୍ଚାୟତର ୧୫୦ରୁ ଊଦ୍ଧର୍‌ବ ଚାଷୀ ନିକଟସ୍ଥ ସୁନାପାଳ ସେବା ସମବାୟ ସମିତି ଜରିଆରେ ଧାନ ବିକ୍ରି କରିଆସୁଥିଲେ। ଝାଜିଆ ପଞ୍ଚାୟତ ସଂଲଗ୍ନ ଗ୍ରାମଗୁଡିକ ଗୋପପୁର ସେବା ସମବାୟ ସମିତି ଅଧୀନରେ ଆସୁଥିବାରୁ ଚଳିତ ବର୍ଷ ଏହି ଗ୍ରାମର ଚାଷୀମାନଙ୍କଠାରୁ ଗୋପପୁର ସମିତି ଧାନ କିଣିବା ପାଇଁ ସଭାପତି ପରିଡ଼ା ଓ ସମ୍ପାଦକ ସାମନ୍ତରାୟ କଟକ ଜିଲାପାଳ, ସାଧାରଣ ଯୋଗାଣ ଅଧିକାରୀ ଓ ଉପନିବନ୍ଧକଙ୍କୁ ଦରଖାସ୍ତ କରିଥିଲେ। ଏହି ସମୟରେ ଝାଜିଆ ପଞ୍ଚାୟତର ସରପଞ୍ଚ ଏମ୍‌. ନାୟକ, ସମିତି ସଭ୍ୟ ମନୋଜ କୁମାର ବେହେରା ଓ ନାଏବ ସରପଞ୍ଚ ରେମି ସ୍ବାଇଁ ପ୍ରମୁଖ ଗ୍ରାମରୁ ଦୂରତା କମ ଦୃଷ୍ଟିରୁ ପୂର୍ବପରି ସୁନାପାଳ ସେବା ସମିତିରେ ଧାନ ବିକ୍ରି ପାଇଁ ଲିଖିତ ଭାବରେ ଅଧିକାରୀମାନଙ୍କୁ ଜଣାଇଥିଲେ। ତେଣୁ ଉଭୟ ପକ୍ଷର ଦରଖାସ୍ତକୁ ଭିତ୍ତିକରି ଅଧିକାରୀମାନେ ସହକାରୀ ସମବାୟ ନିବନ୍ଧକଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ଆଠଗଡ ସମବାୟ ସହକାରୀ ନିବନ୍ଧକ ଅଶୋକ କୁମାର ପାଣି ବୁଧବାର ଜାଝିଆ ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ସୁନାପାଳ ସମବାୟ ସମିତି ସଭାପତି ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ପଦ୍ମନାଭ ଘଡ଼େଇ, ଗୋପପୁର ସମିତି ସଭାପତି, ସମ୍ପାଦକଙ୍କୁ ତଦନ୍ତରେ ସହଯୋଗ କରିବା ପାଇଁ ଦିନ ୧୧ଟାରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନୋଟିସ ଜାରି କରିଥିଲେ। ମାତ୍ର ଧାର୍ଯ୍ୟ ସମୟ ମଧ୍ୟରେ ଗୋପପୁର ସେବା ସମବାୟ ସମିତି ସଭାପତି ଓ ସମ୍ପାଦକ ଯୋଗଦେଇ ନ ଥିଲେ। ତେଣୁ ନୋଟିସ ଜାରି ହୋଇଥିବା ଅନ୍ୟମାନେ ଲିଖିତ ମତ ପ୍ରଦାନକରି ଚାଲିଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଗୋପପୁର ସେବା ସମବାୟ ସମିତି ସଭାପତି କାର୍ତ୍ତିକେଶ୍ୱର, ସମ୍ପାଦକ ସୂର୍ଯ୍ୟମଣି ଓ ତାଙ୍କର ଜଣେ ସହଯୋଗୀ କାର୍ଯ୍ୟାଳୟକୁ ଆସି ସହକାରୀ ନିବନ୍ଧକ ଅଶୋକ କୁମାର ପାଣିଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହିତ କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି। ଏ ସଂକ୍ରାନ୍ତରେ ଆଠଗଡ ଥାନାରେ ସହକାରୀ ନିବନ୍ଧକ ପାଣି ଏତଲା ଦେବା ପରେ ପୋଲିସ ୨୬୩/୨୨ରେ ମାମଲା ରୁଜୁ କରିବା ସହିତ ସୂର୍ଯ୍ୟମଣି ଓ କାର୍ତ୍ତିକେଶ୍ୱରଙ୍କୁ ଗିରଫ କରାଯାଇଛି ଓ ସହଯୋଗୀ ଫେରାର ଥିବା ଥାନା ଅଧିକାରୀ ବାମଦେବ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri