Posted inଜାତୀୟ

ନିଜ ବୁଥ୍‌କୁ ବି ବଞ୍ଚାଇପାରିଲେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଗେହଲଟ; ଯେଉଁଠି ଦେଇଥିଲେ ଭୋଟ ସେଠାରେ ବି ବାଜି ମାରିଲା ଭାଜପା

ଜୋଧପୁର,୬।୧୨: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି। ବିଶେଷକରି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗଡ଼ରେ ଭାଜପାର ବିପୁଳ ବିଜୟ ଚର୍ଚ୍ଚାର କାରଣ ପାଲଟିଛି। ସରଦାରପୁରା ଆସନର ଯେଉଁ ବୁଥ୍‌ରେ ଗେହଲଟ ମତଦାନ ଦେଇଥିଲେ ସେଠାରେ ମଧ୍ୟ କଂଗ୍ରେସ ଉପରେ ଭାଜପା ଭାରି ପଡ଼ିଛି।

ମୁଖ୍ୟମନ୍ତ୍ରୀ ଥିବା ସମୟରେ ଗେହଲଟ ରାଜସ୍ଥାନବାସୀଙ୍କୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ବିଗତ ୩୫ ବର୍ଷ ଧରି ରାଜ୍ୟରେ ଚାଲି ଆସୁଥିବା ପରମ୍ପରା ନିଶ୍ଚୟ ଭାଙ୍ଗିବ ବୋଲି ଦାବି ମଧ୍ୟ କରିଥିଲେ। ହେଲେ ୫ ବର୍ଷ କଂଗ୍ରେସ, ୫ ବର୍ଷ ଭାଜପାର ପରମ୍ପରା ପୂର୍ବଭଳି ରହିଥିଲା। ଏପରିକି ଗେହଲଟ ଗଡ଼ରେ ଭାଜପା ଦବ୍‌ଦବା ଜାହିର କରିଥିଲା। ଫଳରେ ସେ ନିଜର ଜିଲା ଜୋଧପୁରରେ ବିଜୟ ହାସଲ କରିବାରେ ବିଫଳ ହୋଇଥିଲେ। ଭାଜପା ଜୋଧପୁରର ୧୦ ଆସନରୁ ୮ରେ ବିଜେତା ହୋଇଥିଲା। ମାତ୍ର ୨ଟି ଆସନ କଂଗ୍ରେସ ହାତକୁ ଆସିଥିଲା।

ଗେହଲଟ ସରଦାରପୁରା ଆସନର ବୁଥ ସଂଖ୍ୟା ୧୧୧ରେ ମତଦାନ ଦେଇଥିଲେ। ସେଠାରେ ମଧ୍ୟ କଂଗ୍ରେସ ପଛୁଆ ରହିଥିଲା। ଏହି ବୁଥରେ ଭାଜପାକୁ ୪୬୨ ଭୋଟ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଆସିଥିଲା ୪୧୯ ଭୋଟ। ୧୦ ବର୍ଷ ପୂର୍ବେ ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳରେ ମଧ୍ୟ ଗେହଲଟ ଗଡ଼ ଜୋଧପୁରରେ କଂଗ୍ରେସ ପରାଜିତ ହୋଇଥିଲା। ସେତେବେଳେ କିନ୍ତୁ ସରଦାରପୁରାରେ କଂଗ୍ରେସ ବିଜେତା ହୋଇଥିଲା, ଯେଉଁଠାରେ ନିଜେ ନିର୍ବାଚନ ଲଢ଼ୁଥିଲେ ଗେହଲଟ। ସ୍ପଷ୍ଟ ଭାବେ କହିଲେ ରାଜସ୍ଥାନରେ ଗେହଲଟଙ୍କ ଯାଦୁ ବିଫଳ ହୋଇଛି। ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?