ଆଶିଷଙ୍କ ଦ୍ୱିତୀୟ ବିବାହ ପରେ ପ୍ରଥମ ପତ୍ନୀ ରାଜୋଶୀ କହିଲେ ଏପରି କଥା, ୨୨ବର୍ଷର ସମ୍ପର୍କ ଥିଲା ଏପରି…

ମୁମ୍ବାଇ:ଆଶିଷ ବିଦାର୍ଥୀଙ୍କ ଦ୍ୱିତୀୟ ବିବାହ ନେଇ ସୋସିଆଲ ମିଡଆରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଲୋକମାନେ ତାଙ୍କର ପ୍ରଥମ ପତ୍ନୀ ରାଜୋଶୀ ବିଦ୍ୟାର୍ଥୀ ଏବଂ ସେମାନଙ୍କ ସମ୍ପର୍କ ବିଷୟରେ ବିଭିନ୍ନ ପ୍ରକାର କଥା ହେଉଛନ୍ତି। ତେବେ ଏନେଇ ଆଶିଷ ଏକ ଭିଡିଓ ମାଧ୍ୟମରେ ତାଙ୍କର ଦ୍ୱିତୀୟ ବିବାହ ବିଷୟରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜୋଶୀଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଉଭୟେ ପରସ୍ପରର ସହମତିରେ ଅଲଗା ହୋଇଥିଲେ ଏବଂ ଆଶିଷଙ୍କ ସହ ୨୨ବର୍ଷର ସମ୍ପର୍କ ଏକ ସୁନ୍ଦର ଅନୁଭୂତି ଥିଲା ବୋଲି ସେ କହିଛନ୍ତି।

ହିନ୍ଦୁସ୍ତାନ ଟାଇମ୍ସ ସହ ସାକ୍ଷାତକାର ଦେଇ ରାଜୋଶୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଥିଲେ। ରାଜୋଶୀ ଏବଂ ଆଶିଷ ୨୦୨୧ରୁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ବର୍ତ୍ତମାନ ଉଭୟ ନିଜ ନିଜ ଜୀବନରେ ଖୁସିରେ ଅଛନ୍ତି। ଗତ ବର୍ଷ ଅକ୍ଟୋବରରେ ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ବର୍ତ୍ତମାନ ଦୁହେଁ ଭଲ ବନ୍ଧୁ ଅଟନ୍ତି।
ଛାଡପତ୍ର ବିଷୟରେ ସେ ଗଣମାଧ୍ୟମକୁ ଜଣାଇ ନ ଥିଲେ। ଜୀବନ ସାରା ସେମାନେ ଭଲ ବନ୍ଧୁ ହୋଇ ରହିବେ। ବୋଲି ରାଜୋଶୀ କହିଛନ୍ତି।

ତାଙ୍କ ପୁଅଙ୍କ ବିଷୟରେ ମଧ୍ୟ ରାଜୋଶୀ କହିଛନ୍ତି। ଆଶିଷ ପୁଅକୁ ଛୋଟରୁ ବଡ କରିବାରେ ବହୁତ ସହଯୋଗ କରିଛନ୍ତି। ସେ ତାଙ୍କର ବନ୍ଧୁ ଏବଂ ମାର୍ଗଦର୍ଶକ। ଲୋକମାନେ କୁହନ୍ତି ଯେ, ମା ପିଲା ପାଇଁ ସବୁକିଛି କରଥାଏ। କିନ୍ତୁ ମୋ ପୁଅ କ୍ଷେତ୍ରରେ ତା’ ବାପାଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଅନ୍ୟପଟେ ଆଶିଷ ଏକ ଭିଡିଓ ମାଧ୍ୟମରେ ପ୍ରଥମ ପତ୍ନୀ ଏବଂ ଦ୍ୱିତୀୟ ବିବାହ ବିଷୟରେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁହେଁ ଏକାଠି ୨୨ ବର୍ଷ ବିତାଇଥିଲୁ, ଯାହା ଆମ ପାଇ ସ୍ବତନ୍ତ୍ର। ଅତୀତ କେବେ ଭବିଷ୍ୟତର ସ୍ଥାନ ନେଇ ପାରିବ ନାହିଁ। ଏହା ସବୁବେଳେ ପରିବର୍ତ୍ତନଶୀଳ। ଆମକୁ ଭବିଷ୍ୟକୁ ନେଇ ବଞ୍ଚିବାକୁ ପଡିବ। ତେଣୁ ଉଭୟେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri