ଯେମିତି ବିଚାର, ସେମିତି ପରିଣାମ

ନଗେନ୍ଦ୍ର ନାଥ ପଟ୍ଟନାୟକ

 

ବିଶ୍ୱବ୍ରହ୍ମାଣ୍ଡ ଏକ ଚିରନ୍ତନ, ଶାଶ୍ୱତ ତଥା ଅପରିବର୍ତ୍ତନୀୟ ନିୟମ ଦ୍ୱାରା ପରିଚାଳିତ। ଏହାର ସ୍ବରୂପ ଅନେକ, କିନ୍ତୁ ସବୁର ପରମ ଏବଂ ଚରମ ଲକ୍ଷ୍ୟ ଏକ ଓ ଅଭିନ୍ନ। ଆମେ କେତେକ ସ୍ବରୂପ ସହ ପରିଚିତ, ମାତ୍ର ବାକି ସବୁ ସମ୍ପର୍କରେ ଆମେ ଏକବାରେ ଅଜ୍ଞ ଓ ଅନଭିଜ୍ଞ। ବିଜ୍ଞାନ ତମାମ ନିୟମ ଊର୍ଦ୍ଧ୍ୱରେ ତ ଆମେ ଜ୍ଞାନ ବିତରଣ କରିଚାଲୁ, କିନ୍ତୁ ବିଚାରସମୂହ ଦୁନିଆର ସେତିକି ଅଦ୍ଭୁତ ଆକର୍ଷଣ ଥିବା ନିୟମକୁ ନଜର ଅନ୍ଦାଜ କରିଥାଉ। ଫଳରେ ଆମର ଜୀବନ ଗଢ଼ି ହୋଇଯାଏ କିମ୍ବା ପଥହୁଡ଼ା ହୋଇ ବିଗିଡ଼ିଯାଏ। ଆମେ ଯେବେ ମନରେ କ’ଣ କିଛି ଭାବି ବିଚାରୁ ଏକ କମ୍ପନ, ସ୍ଫୁରଣ ଆମ ଭିତରେ ଉପତ୍ନ୍ନ ହୁଏ ଯାହାକି ସ୍ବତଃପ୍ରବୃତ୍ତ ଓ ସ୍ବାଭାବିକ। ଠିକ୍‌ ଯେପରି ଆଲୋକ, ଉତାପ ବିଦ୍ୟୁତ୍‌ ଅଥବା ଚୁମ୍ବକର କମ୍ପନ ଭଳି। ଆମ ଇନ୍ଦ୍ରିୟଗୁଡ଼ିକ ଏହାକୁ ଅନୁଭବ କରିପାରେନା। ତେବେ ଏହାର ଅର୍ଥ ଏଇଆ ନୁହେଁ ଯେ ଏମାନଙ୍କର ଅସ୍ତିତ୍ୱ ନାହିଁ। ଆଲୋକ ବା ଉତ୍ତାପର କମ୍ପନ ତ ବିଚାରଧାରା ସମ୍ମୁଖରେ ଦୁର୍ବଳ ଓ ଅଶକ୍ତ। କେବଳ ଆମ ଆଭ୍ୟନ୍ତରଣରେ ସେମାନଙ୍କ ବେଗ ବା ଗତି ଥାଏ। ଆମେ ଯେବେ ଏସବୁ ତରଙ୍ଗର ଉପତ୍ତ୍ତି ଓ କାର୍ଯ୍ୟଶୈଳୀର ନିୟମ ସମ୍ପର୍କରେ ଜାଣିପାରିବା ଏମାନଙ୍କୁ ବି ସେମିତି ବ୍ୟବହାର କରିପାରିବା ଆମର ଦୈନନ୍ଦିନ ଜୀବନଚର୍ଯ୍ୟାରେ, ଠିକ୍‌ ଯେପରି ଆମେ ଊର୍ଜା ବା ଶକ୍ତିର ଅବଶିଷ୍ଟ ସ୍ବରୂପଗୁଡ଼ିକୁ କରିଥାଉ।
ପ୍ରତିଟି ତରଙ୍ଗକୁ ମାପିବା ସକାଶେ ଏହାର ଅନୁରୂପ ଉପକରଣର ଆବଶ୍ୟକତା ନିହାତି ଜରୁରୀ। ବିଚାର-ତରଙ୍ଗକୁ ବୁଝିବା ଲାଗି ମସ୍ତିଷ୍କ ହିଁ ଏକମାତ୍ର ଉପକରଣ। ପ୍ରତି ସମୟ ଆମକୁ ଭିନ୍ନ ଭିନ୍ନ ତୀବ୍ରତାବିଶିଷ୍ଟ ବିଚାରଧାରାର ଆଦାନପ୍ରଦାନ କରିଥାଏ ଏବଂ ସେମିତିକା ପରିଣାମ ମଧ୍ୟ ଆମକୁ ପ୍ରାପ୍ତ ହୁଏ। ବିଚାର-ତରଙ୍ଗ କେବଳ ଯେ ଆମକୁ ପ୍ରଭାବିତ କରେ ତାହା ନୁହେଁ, ସେମାନଙ୍କ ଭିତରେ ଏପରି ଏକ ଶକ୍ତି ପ୍ରଚ୍ଛନ୍ନଭାବେ ନିହିତ, ଯାହା ଅନ୍ୟ ବିଚାର ପ୍ରବାହ, ପରିସ୍ଥିତି, ମାନବଜାତି, ବସ୍ତୁ ଓ ସର୍ବୋପରି ଆମର ନିୟତି ଅର୍ଥାତ୍‌ ଆମର ଆଗାମୀ କାଲିର ଅଙ୍ଗୀକୃତ କରିଥାଏ। ଆମର ଭବିଷ୍ୟ ଆମର ବିଚାରପ୍ରବାହରୁ ସୃଷ୍ଟି ହୁଏ।
ବିଚାରସମୂହ ଇଲାକାରେ ସମରୂପୀ ବିଚାର ପରସ୍ପରକୁ ଆକର୍ଷିତ କରିଥାଏ। ଅର୍ଥାତ୍‌ ଯେମିତି ରୋପିବ ସେମିତି କାଟିବ। ସେମିତି ବିଚାର ରାଇଜରେ ମଧ୍ୟ। ତାତ୍ପର୍ଯ୍ୟ-ଯେତିକି କରିବ, ସେତିକି ଭରିବ। ଯଦି କେହି ଜଣେ ବ୍ୟକ୍ତି ପ୍ରେମାପ୍ଳୁତ ହୋଇଯାଏ ତେବେ ଆଖପାଖରେ କେବଳ ତାକୁ ପ୍ରେମ ପ୍ରୀତି ଜଳଜଳ ହୋଇ ଦୃଶ୍ୟମାନ ହୁଏ। ସେହିପରି ଘୃଣା, ଅସୂୟା ତଥା ବିଦ୍ୱେଷ ଭାବାପନ୍ନ ବ୍ୟକ୍ତି ଭାଗ୍ୟରେ କେବଳ ନିନ୍ଦା ଓ ଘୃଣା ମିଳିଥାଏ। ଯଦି କେହି ବ୍ୟକ୍ତି କଳିଝଗଡ଼ା ବାବଦରେ ବିଚାର କରେ ତେବେ ତା’ର କାହାରି ସହ କଳିତକରାଳ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଅତଏବ ବ୍ୟକ୍ତିର ତାହା ହିଁ ପ୍ରାପ୍ତି ଥାଏ ଯାହାକୁ ସେ କାମନା କରିଥାଏ। ବିଚାରପ୍ରବାହର ଆକର୍ଷଣ ଏଭଳି ଗୋଟେ ବିଷୟ, ଯାହାକୁ ନେଇ ଆମେ ଗମ୍ଭୀରତାର ସହ ଚିନ୍ତନ କରିବା ବିଧେୟ। ଯେତେବେଳେ ଆମେ ନିଜସ୍ବ ବିଚାରଧାରା ଉପରେ ନିଘା ରଖୁନେ ଆମେ ଅନ୍ୟମାନଙ୍କ ମୁଣ୍ଡରେ ଦୋଷ ଲଦିବା କାହିଁକି? ତେଣୁ ଏ କଥାକୁ ହୃଦୟଙ୍ଗମ କରିବାକୁ ପଡିବ ଯେ ମନୁଷ୍ୟ ଯେଉଁ ପରିସ୍ଥିତି ପାଇଁ ଅନ୍ୟମାନଙ୍କୁ ଦୋଷାରୋପ କରେ ବାସ୍ତବରେ ସେ ଖୋଦ୍‌ ଦାୟୀ ସେଥିପାଇଁ।
ବିଚାରଧାରାରେ ଏତେମାତ୍ରାରେ ଶକ୍ତି ଥାଏ ଯେ ଆମର ସାରା ଜୀବନକୁ ବଦଳେଇଦେବାର ସାମର୍ଥ୍ୟ ରଖେ। ଯେଉଁ ବ୍ୟକ୍ତି ବିଚାରଶକ୍ତିର ସମୁଚିତ ବିନିଯୋଗ କରିବା ଜାଣିଥାଏ ସେ ନିଜକୁ ଯେମିତି ଇଚ୍ଛା ସେମିତି ଗଢ଼ି ତୋଳିପାରିବ। କାହାର ଶରୀର କେବଳ ଯେ ତା’ ମନକୁ ନିୟନ୍ତ୍ରଣରେ ରଖିପାରେନି ତାହା ନୁହେଁ, ଏହା ମଧ୍ୟ ନକାରାତ୍ମକ ବିଚାର ସ୍ଥାନରେ ସକାରାତ୍ମକ ବିଚାରରୁ ସ୍ଥିତି, ଭାଗ୍ୟ ଅଥବା ଆପଣା ପରିସ୍ଥିତିକୁ ବି ପରିବର୍ତ୍ତିତ କରିପାରିବ। ତେଣୁ ବିଚାରସମୂହର ନିୟମକୁ ପ୍ରାଞ୍ଜଳ ଭାବେ ହୃଦ୍‌ବୋଧ କରି ତାକୁ ନିଜର ପ୍ରାତ୍ୟହିକ ଜୀବନରେ ସ୍ଥାନ ଦେବା ବାଞ୍ଛନୀୟ। ଜୀବନରେ ସୁଖ-ଅସୁଖ, ବ୍ୟାଧି, ଗରିବୀ ଇତ୍ୟାଦି ଯାହାସବୁ ଆସେ ତାହା ଆମ ବିଚାରର ହିଁ ପରିଣାମ। ସୁତରାଂ ଯେମିତିକା ବିଚାର ଆମେ ମନ ମସ୍ତିଷ୍କରେ ଆସ୍ଥାନ ଜମେଇବାକୁ ଦେଉ ଆମ ସମ୍ମୁଖରେ ସେମିତି ପରିସ୍ଥିତି ସୃଷ୍ଟି ହୋଇଯାଏ।
ପ୍ରାକ୍ତନ ଅତିରିକ୍ତ ସଚିବ, ଓଡ଼ିଶା ସରକାର
ଲକ୍ଷ୍ମୀସାଗର କେନାଲ ରୋଡ୍‌, ଭୁବନେଶ୍ୱର
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri