ଚୋରି ବଢ଼ୁଥିବାରୁ ପଶିଲା ଚେତା

ଅନୁଗୋଳ ଅଫିସ, ୨୦ା୭ – ଚାରିଆଡ଼େ ସିସିଟିଭି ଲଗାଯାଇଛି। ଘରୋଇ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଘନ ଘନ ଚୋରି ଚାଲିଛି। କେତେଜଣ ଠିକା ସଫେଇ କର୍ମଚାରୀ କେତେବେଳେ କେଉଁ ସାମଗ୍ରୀ ଚୋରାଇ ନେଉଛନ୍ତି, ତାହାର ଠିକ୍‌ ଠିକଣା ପାଉନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ। ଘଟଣା ପଦାକୁ ଆସିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ତେବେ ବାରମ୍ବାର ଚୋରି ପରେ ଏବେ ପ୍ରଶାସନର ଚେତା ଉଦୟ ହୋଇଛି। କାର୍ଯ୍ୟରତ ଠିକା ସଫେଇ କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ ଚରିତ୍ର ପ୍ରମାଣପତ୍ର ସହ ପୋଲିସ ଭେରିଫିକେଶନ ସାର୍ଟିଫିକେଟ୍‌ ଦେବାକୁ ମେଡିକାଲ ପ୍ରଶାସନ ପକ୍ଷରୁ ଠିକା ସଂସ୍ଥାକୁ ଚିଠି କରାଯାଇଛି। କିଛିଦିନ ତଳେ ମେଡିକାଲର କରୋନା ଆଇସୋଲେଶନ୍‌ ୱାର୍ଡରୁ ଅକ୍ସିଜେନ୍‌ ସିଲିଣ୍ଡର ଚୋରି ହୋଇଥିଲା। ଏଥିରେ ଜଣେ ଠିକା ସଫେଇ କର୍ମଚାରୀଙ୍କ ହାତ ଥିବା ଜଣାପଡ଼ିଥିଲା। ସେହିପରି ଅନେକ ସମୟରେ ଟେବୁଲ ଚେୟାର ଠାରୁ ଆରମ୍ଭ କରି ଅନ୍ୟ ସାମଗ୍ରୀମାନ ଚୋରି ହେଉଛି। ସିସିଟିଭି ଫୁଟେଜ୍‌ରେ ଏସବୁ ଚୋରିର ଦୃଶ୍ୟ ରହିଛି। କିନ୍ତୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଏପରି ଚୋରି ଘଟଣା ବଢ଼ିବାରେ ଲାଗିଛି। ଧରାପଡ଼ିଥିବା ଜଣେ ଠିକା କର୍ମଚାରୀଙ୍କୁ କାର୍ଯ୍ୟରୁ ବିଦା କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଠିକା ସଂସ୍ଥା ପକ୍ଷରୁ ତାହା ପାଳନ କରାଯାଉନାହିଁ। ଏହାକୁ ନେଇ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିଭଳି ମେଡିକାଲରେ କାର୍ଯ୍ୟ କରୁଥିବା ସୁରକ୍ଷା କର୍ମୀମାନେ ମଧ୍ୟ ଏପରି ଢିଲା ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ବିଭିନ୍ନ ସାମଗ୍ରୀ ବାହାରକୁ ନିଆଯାଉଥିବା ବେଳେ ତାହା କିପରି ସେମାନଙ୍କ ଦୃଷ୍ଟିକୁ ଆସୁନାହିଁ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଳମ୍ବରେ ହେଲେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଚୋରି ଘଟଣାକୁ ନେଇ ଚିନ୍ତିତ ହୋଇଛନ୍ତି। ସଫେଇ ଓ ସୁରକ୍ଷା କର୍ମୀ ନିୟୋଜିତ କରିଥିବା ଠିକା ସଂସ୍ଥାକୁ ସମସ୍ତଙ୍କ ଚରିତ୍ର ପ୍ରମାଣପତ୍ର ଦେବାକୁ ଚିଠି ଲେଖିଛନ୍ତି। ସେହିପରି ପୋଲିସ ଭେରିଫିକେସନ୍‌ ସାର୍ଟିଫିିକେଟ୍‌ ମଧ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଚୋରି ହେଲେ ଠିକା ସଂସ୍ଥା ଦାୟୀ ରହିବ
ମେଡିକାଲରୁ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। କେତେଜଣ ସଫେଇ କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଥିବା ଜଣାପଡ଼ୁଛି। ତେଣୁ ସେମାନଙ୍କ ଚରିତ୍ର ସାର୍ଟିଫିକେଟ୍‌ ସହ ପୋଲିସ ଭେରିଫିକେଶନ୍‌ ଦେବାକୁ କୁହାଯାଇଛି। ସେହିପରି ସୁରକ୍ଷାକର୍ମୀ ନିୟୋଜିତ କରିଥିବା ଠିକା ସଂସ୍ଥାକୁ ମଧ୍ୟ ଚିଠି କରାଯାଇଛି। ସେମାନଙ୍କୁ ୧୫ ଦିନ ସମୟ ଦିଆଯାଇଛି। ସାର୍ଟିଫିକେଟ୍‌ ନ ଦେଲେ ଆଗାମୀ ଦିନରେ ମେଡିକାଲରେ ଚୋରି ହେଲେ ଉକ୍ତ ସଂସ୍ଥା ଦାୟୀ ରହିବେ।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)
ସାର୍ଟିଫିକେଟ୍‌ ପ୍ରଦାନ କରାଯିବ
ଟେଣ୍ଡର ସମୟରେ ଏହି ଚରିତ୍ର ପ୍ରମାଣପତ୍ର ମଗାଯାଇ ନ ଥିଲା। ଏବେ ମେଡିକାଲ କର୍ତ୍ତୃପକ୍ଷ ଏସବୁ ସାର୍ଟିଫିକେଟ୍‌ ମାଗିଛନ୍ତି। ଏହାକୁ ୧୫ ଦିନ ମଧ୍ୟରେ ପ୍ରଦାନ କରାଯିବ। ଏପରି କି ସଫେଇ କର୍ମଚାରୀଙ୍କୁ ଅସାଧୁ କାର୍ଯ୍ୟରେ ସମ୍ପୃକ୍ତ ନ ରହିବା ପାଇଁ କୁହାଯାଇଛି। ସାର୍ଟିଫିକେଟ୍‌ ପ୍ରଦାନ ସହ କିଭଳି ମେଡିକାଲରେ ସୁରୁଖୁରୁରେ କାର୍ଯ୍ୟ ହେବ, ସେ ନେଇ ଦୃଷ୍ଟି ଦିଆଯିବ।
-ଶାନ୍ତନୁ ସ୍ବାଇଁ, ଠିକା ସଂସ୍ଥା ସୁପରଭାଇଜର
ପୂର୍ବରୁ ଏଭଳି ହୋଇଆସୁଛି
ଏହି ଘଟଣା ନୂଆ ନୁହେଁ। ବହୁ ପୂର୍ବରୁ ମେଡିକାଲରୁ ଚୋରି ହୋଇଆସୁଛି। ବାରମ୍ବାର ଘଟଣା ଘଟୁଥିଲେ ମଧ୍ୟ ମେଡିକାଲ ପ୍ରଶାସନ କାହିଁକି କଠୋର ହେଉନାହାନ୍ତି, ତାହା ସମସ୍ତଙ୍କୁ ଚକିତ କରୁଛି। ଏଥିପ୍ରତି ଅଧିକ ସତର୍କ ହେବା ସହ ଯେଉଁମାନେ ଏଭଳି କାର୍ଯ୍ୟରେ ସମ୍ପୃକ୍ତ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
-ସରିତା ମିଶ୍ର, ଅନୁଗୋଳ ବାସିନ୍ଦା
ମୁଖ୍ୟ ଚିକିତ୍ସାଳୟର ସୁନାମ କମିବ
ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଅନୁଗୋଳ ସହ ପଡ଼ୋଶୀ ଜିଲାର ଲୋକମାନେ ନିର୍ଭର କରୁଛନ୍ତି। ସେମାନେ ମେଡିକାଲକୁ ଆସି ଠକାମିର ଶିକାର ହେଉଥିବା ଅନେକ ସମୟରେ ଅଭିଯୋଗ ଆସୁଛି। ଏହାକୁ ପ୍ରଶ୍ରୟ ଦିଆଯିବ ନାହିଁ। ଏଠାରେ ଥିବା କେତେଜଣ ଅସାଧୁ କର୍ମଚାରୀଙ୍କୁ ତୁରନ୍ତ ବିଦା କରାଯିବା ଦରକାର। ମେଡିକାଲ ପ୍ରଶାସନ ଯଦି କଠୋର ହେଉନାହିଁ, ଜିଲା ପ୍ରଶାସନ ହସ୍ତକ୍ଷେପ କରିବା ଆବଶ୍ୟକ।
-ଅଭୟ ରାୟ, ବୁଦ୍ଧିଜୀବୀ


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ

ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛ ଓ ସୁନ୍ଦର…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri