ମୁସଲମାନ ବୋଲି ମନ୍ତ୍ରୀ ପଦ ଯାଇଛି

ଲଣ୍ଡନ, ୨୪ା୧: ପାକିସ୍ତାନ ବଂଶୋଦ୍ଭବ ବ୍ରିଟେନର ପୂର୍ବତନ ମନ୍ତ୍ରୀ ନୁସରତ ଗନି ରବିବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏବଂ ତାଙ୍କ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ସହଯୋଗୀଙ୍କର ସମସ୍ୟା ହୋଇଥିଲା। ତାଙ୍କ ‘ମୁସଲମାନ ମହିଳା ମନ୍ତ୍ରୀ’ ଷ୍ଟାଟସ୍‌କୁ ସେମାନେ ଗ୍ରହଣ କରିପାରୁ ନ ଥିଲେ। ଏଥିଯୋଗୁ ୨୦୨୦ ଫେବୃୟାରରେ ତାଙ୍କୁ କଞ୍ଜରଭେଟିଭ୍‌ ପାର୍ଟି ସରକାରରେ ମନ୍ତ୍ରୀ ପଦରୁ ହଟାଯାଇଥିଲା ବୋଲି ୪୯ ବର୍ଷୀୟା ନୁସରତ କହିଛନ୍ତି। ଥେରେସା ମେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୧୮ରେ ନୁସରତଙ୍କୁ ଜୁନିୟର ପରିବହନ ମନ୍ତ୍ରୀ କରାଯାଇଥିଲା। କିନ୍ତୁ ୨୦୨୦ରେ ବୋରିସ୍‌ ଜନସନ ସରକାର ଗଢ଼ିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା ବୋଲି ଏକ ସାକ୍ଷାତକାରରେ ନୁସରତ ପ୍ରକାଶ କରିଛନ୍ତି।
ଏହି ଅଭିଯୋଗକୁ ଦଳର ମୁଖ୍ୟ ସଚେତକ ମାର୍କ ସ୍ପେନ୍ସର ଖଣ୍ଡନ କରିଛନ୍ତି। ତାଙ୍କ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଅପମାନଜନକ ବୋଲି ସ୍ପେନ୍ସର କହିଛନ୍ତି। ବ୍ୟକ୍ତିଗତ ଭାବେ ସେ ମଧ୍ୟ କେବେ ନୁସରତଙ୍କୁ ଏପରି ଦୃଷ୍ଟିରେ ଦେଖି ନ ଥିବା କିମ୍ବା ତାଙ୍କ ଧର୍ମ ଉପରେ କୌଣସି ଟିପ୍ପଣୀ ଦେଇ ନ ଥିବା ସ୍ପେନ୍ସର ପ୍ରତିକ୍ରିୟା ରଖିଛନ୍ତି। କଞ୍ଜରଭେଟିଭ ପାର୍ଟି ବିରୋଧରେ ପୂର୍ବରୁ ମଧ୍ୟ ଇସ୍‌ଲାମଫୋବିଆ ଅଭିଯୋଗ ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ବିଲ୍

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ଆଣ୍ଟି ପେପର ଲିକ୍ ବିଲ୍ ପାରିତ ହୋଇଛି । ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ୍ ପାରିତ ହୋଇଛି । ବାଚନିକ ଭୋଟ୍‌ରେ…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨୯ା୭: ବନ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜିଲାପାଳମାନଙ୍କୁ ସ୍କୁଲ ଛୁଟି ଘୋଷଣା ସମ୍ପର୍କିତ…

ଲଗାଣ ବର୍ଷାରେ ପଦ୍ମପୁର ସହର ବେହାଲ: ୱାର୍ଡ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟିକା

ପଦ୍ମପୁର,୨୯।୭(ପ୍ରଦୀପ୍ତ ଦାଶ): ଲଗାଣ ବର୍ଷାରେ ପଦ୍ମପୁର ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଦ୍ମପୁରରେ ୧୪୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ବର୍ତ୍ତମାନ…

୬୬ ଜଣଙ୍କୁ ଚୋରି ମୋବାଇଲ ଫେରାଇଲା ଛତ୍ରପୁର ଉପଖଣ୍ଡ ପୋଲିସ

ଛତ୍ରପୁର,୨୯।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଦାରା ଛତ୍ରପୁର ଉପଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜାମ ଜିଲା ଆରକ୍ଷୀ ଅଧିକ୍ଷକ ହରିଶ ବି.…

ରାଜ୍ୟ ସରକାରୀ କର୍ମଚାରୀଙ୍କ ବଲ୍ଲେ ବଲ୍ଲେ! କେନ୍ଦ୍ର କର୍ମଚାରୀଙ୍କ ଭଳି ବଢିବ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୨୯ା୭: ପଶ୍ଚିମବଙ୍ଗର ହଜାର ହଜାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁବ୍‌ ଭଲ ଖବର ସାମ୍ନାକୁ ଆସିଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମହଙ୍ଗା ଭତ୍ତା (DA) କୁ ନେଇ…

ଜୁଲାଇ ୩୧ରୁ ମିଳିବନି ଚିକେନ୍! ବିକ୍ରି ବନ୍ଦ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୯ା୭: ଭାରତ ଏକ ବିବିଧତାରେ ପରିପୂର୍ଣ୍ଣ ଦେଶ, ଯେଉଁଠାରେ ଭିନ୍ନ ଭିନ୍ନ ଧର୍ମ, ବିଶ୍ୱାସ ଏବଂ ଚିନ୍ତାଧାରାର ଲୋକମାନେ ବାସ କରନ୍ତି। ଆମିଷ (ନନ୍-ଭେଜ୍) ଖାଉଥିବା ଲୋକଙ୍କ…

ଲୋକ ସଭାରେ ରାହୁଲ ଖୋଲାଖୋଲି କହିଦେଲେ ଏକ ବଡ଼ କଥା, ରାଗିଗଲେ କିରେନ ରିଜିଜୁ, କହିଲେ କ୍ଷମା ନ ମାଗିଲେ…

ନୂଆଦିଲ୍ଲୀ,୨୯ା୭: ଲୋକ ସଭାରେ ପେପର ଲିକ୍‌ ବିରୋଧୀ ବିଲ୍‌ ସମୟରେ ରାହୁଲ ଗାନ୍ଧୀ ତାଙ୍କର ଭାଷଣ ରଖିଥିଲେ। ଏହି ସମୟରେ ରାହୁଲ ଜୋର୍‌ ଦେଇ କହିଥିଲେ ଯେ,…

ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର,୨୯ା୭: ବନ୍ୟାରେ ୬ ଜିଲାର ୪୪ ବ୍ଲକ ପ୍ରଭାବିତ ହୋଇଛି। ଏନେଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବାଲେଶ୍ୱରର ୧୨, ଭଦ୍ରକର ୫, ଢେଙ୍କାନାଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri