Posted inଜାତୀୟ

କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ, ଭାରତୀୟ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ,୨୧।୩: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଭାରତୀୟ ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଘଟିଛି, ଯେଉଁଠି ଜଣେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଦିଲ୍ଲୀ ହାଇକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଛି।

ଇଡି ଦ୍ୱାରା ତାଙ୍କୁ ଦିଆଯାଇଥିବା ସମନକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ ବାରମ୍ବାର ସମନ ପରେ ମଧ୍ୟ ହାଜର ନ ହେବାରୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗୁରୁବାର ତାଙ୍କ ବାସଭବନରେ ପହଞ୍ଚିଥିଲା। ମନି ଲଣ୍ଡରିଂ ଆକ୍ଟ (PMLA) ର ଧାରା ୫୦ ଅନୁଯାୟୀ ତଦନ୍ତକାରୀ ଦଳ ବର୍ତ୍ତମାନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ରେକର୍ଡ କରିଥିଲେ। ଏହାପରେ ତାଙ୍କୁ ଇଡି ଗିରଫ କରିଛି।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ ଲିଗାଲ ଟିମ୍ ତୁରନ୍ତ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ଏହି ମାମଲାର ତ୍ୱରିତ ଶୁଣାଣି କରିବାକୁ ଅପିଲ କରିଛନ୍ତି। ଗୁରୁବାର ରାତିରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

‘ପୁରୁଷଙ୍କ କୋଠରୀରୁ ଆରମ୍ଭ ହୁଏ ମହିଳାଙ୍କ ରାଜନୀତି’ ପପୁ ଯାଦବଙ୍କ ବୟାନକୁ ନେଇ ହଙ୍ଗାମା

ପାଟନା,୨୧।୪: ଏମପି ପପୁ ଯାଦବ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ହଇଚଇ ସୃଷ୍ଟି କରିଛି। ମହିଳା କମିଶନ ଏହି ମନ୍ତବ୍ୟ ଉପରେ ଆକ୍ସନ ମୋଡକୁ…

ଫସିଲେ Prakash Raj, ଭିଡିଓ ଭାଇରାଲ ପରେ ମାମଲା ରୁଜୁ

ହାଇଦ୍ରାବାଦ,୨୧।୪: ପୁଣି ଥରେ ବିବାଦରେ ପ୍ରକାଶ ରାଜ (Prakash Raj) । ନିଜର ସ୍ପଷ୍ଟବାଦୀ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦକ୍ଷିଣ ଭାରତୀୟ ଅଭିନେତାଙ୍କ…

ସାଇଲେଣ୍ଟ ଗେମ୍ କରିଦେଲା ଚାଇନା, ଘରୁ ବାହାରି ପାରୁନାହାନ୍ତି ତାଇଓ୍ବାନ ରାଷ୍ଟ୍ରପତି

ବେଜିଂ,୨୧।୪: ଚାଇନା ତାଇୱାନର ରାଷ୍ଟ୍ରପତି ୱିଲିୟମ୍ ଲାଇ ଚିଙ୍ଗ-ତେଙ୍କ ବିରୁଦ୍ଧରେ ଏକ ସାଇଲେଣ୍ଟ ଗେମ୍ ଖେଳିଛି। ଫଳସ୍ୱରୂପ, ରାଷ୍ଟ୍ରପତି ଲାଇ ତାଙ୍କ ଘର ଅର୍ଥାତ୍ ଦେଶ ବାହାରକୁ…

ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି, ଖରାକୁ ଖାତିର ନକରି…

ରାଉରକେଲା,୨୧।୪(ସଂଗୀତା ଜେନା) ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ରାଉରକେଲା ଅଭିମୁଖେ ଯାତ୍ରା କରିଥିଲେ । ରାଉରକେଲା…

ମୋଦିଙ୍କୁ ‘ଆତଙ୍କବାଦୀ’ କହିଲେ ଖାର୍ଗେ: ବଢିଲା ବିବାଦ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆତଙ୍କବାଦୀ ବୋଲି ଆଖ୍ୟା ଦେଇଛନ୍ତି। ଏହାକୁ ନେଇ ରାଜନୈତିକ ମହଲରେ ଏକ…

ନିର୍ବାଚନ କମିଶନରଙ୍କ ନୂଆ ନିୟମ, ରାତିରେ ବାଇକ ଚଳାଇବା ଉପରେ ଲାଗିଲା ବ୍ୟାନ୍

କୋଲକାତା,୨୧।୪: ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇଚକିଆ ଯାନ ଉପରେ ନିର୍ବାଚନ କମିଶନର ବ୍ୟାନ କରିଛନ୍ତି । ଏହା ସହିତ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri