Posted inଫୁରସତ

ପଟଚିତ୍ର ଶିଳ୍ପୀ ରଶ୍ମିରଞ୍ଜନ

ଓଡ଼ିଶାର ପାରମ୍ପରିକ କଳା ଓ ପୁରାଣକଥାକୁ ନେଇ ପଟଚିତ୍ର ତିଆରି କରୁଛନ୍ତି ଯୁବଶିଳ୍ପୀ ରଶ୍ମିରଞ୍ଜନ ମହାପାତ୍ର। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ। ରଶ୍ମି ରଞ୍ଜନଙ୍କ ଜନ୍ମ ୧୯୯୩ ମସିହାରେ। ପିତା ଚରଣ ମହାପାତ୍ର। ମା’ ମଞ୍ଜୁଲତା। ଘର ଖୋର୍ଦ୍ଧା ଜିଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତର କରଡ଼ଗାଡ଼ିଆରେ। ସେ କୁହନ୍ତି, ଆମ ପରିବାରର ସମସ୍ତେ ପଟଚିତ୍ର ଓ କାଗଜମୁଖା ତିଆରି କରନ୍ତି। ସେମାନଙ୍କଠାରୁ ଦେଖି ଦେଖି ମୁଁ ବି ଶିଖିଗଲି। ଘରେ ବିଭିନ୍ନ ଚିତ୍ରକୁ ପେନ୍‌ସିଲରେ ଅଙ୍କନ କରୁଥିଲି। ଏମିତିରେ କେତୋଟି ଚିତ୍ର କରିସାରିଲାପରେ ମତେ ବହୁତ ଖୁସୀ ଲାଗୁଥିଲା। ତା’ପରେ ଚିତ୍ରଆଙ୍କିବା ଏକ ଅଭ୍ୟାସ ହୋଇଗଲା। ଭୋଳାନାଥ ଉଚ୍ଚବିଦ୍ୟାଳୟରୁ ୧୦ମ ପାସ କରିଲାପରେ ପ୍ରାଣନାଥ ମହାବିଦ୍ୟାଳୟରେ ପଢିଲି । ଏହାପରେ ଖୋର୍ଦ୍ଧା ଜିଲା ଗୁଡ଼ମ୍‌ ଅଞ୍ଚଳର ଜୟଦେବ ସଂସ୍କୃତ ମହାବିଦ୍ୟାଳୟରେ +୩ ପଢିଲି। ପରେ ରାଜ୍ୟ ହସ୍ତକଳା ବିକାଶ ଅନୁଷ୍ଠାନରୁ ପଟଚିତ୍ରରେ ମାଷ୍ଟର ଡିଗ୍ରୀ ହାସଲ କଲି। ଏବେ କଳିଙ୍ଗ କଲେଜ ଅଫ ଆର୍ଟରେ ଭିଜୁଆଲ ଆର୍ଟ ପଢୁଛି। ପାଠପଢ଼ା ସହିତ ମୁଁ ପଟଚିତ୍ର ଓ କାଗଜ ମୁଖା ବି ତିଆରି କରିଥାଏ। ପଟଚିତ୍ରକୁ କେହି କେହି ତାଳପତ୍ର ଖୋଦେଇକରି ତିଆରି କରିଥାନ୍ତି ତ କିଏ କଟନଶାଢ଼ିକୁ ଚଟାଣରେ ପାରି ତେନ୍ତୁଳିମଣ୍ଡ ଦେଇ ଶୁଖାଇଥାନ୍ତି। ଏହାପରେ ଅଠା ମଣ୍ଡ ଦିଆଯାଇଥାଏ। ପରେ ଖଡ଼ିଗୁଣ୍ଡ ପ୍ରଲେପ ଦିଆଯାଇଥାଏ। ଏହାକୁ ପଲିସ୍‌ କରିବା ପାଇଁ ଖୁଆପଥରକୁ ଘଷା ଯାଇଥାଏ। ତା’ପରେ ପେନ୍‌ସିଲରେ ସ୍କେଚ କରାଯାଇଥାଏ। ଆବଶ୍ୟକ ଚିତ୍ରକୁ ଅଙ୍କନ କରାଯାଇ ବିଭିନ୍ନ ପ୍ରାକୃତିକ ରଙ୍ଗ ଯେମିତିକି ହେଙ୍ଗୁଳ, ହରିତାଳ, ସଫେଦ, ପିହୁଳୀ, ଖଣ୍ଡନୀଳ, ସିନ୍ଦୂର ଓ କଳାରଙ୍ଗ ପାଇଁ ଡିବି କିମ୍ବା ଦୀପକଳାରେ କଇଁଥ ଅଠା ମିଶାଇ ପ୍ରସ୍ତୁତ କରାଯାଇଥାଏ। ପଟଚିତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଞ୍ଚି ଅଭିଯାନ, ଶ୍ରୀକୃଷ୍ଣଙ୍କ କାଳୀୟଦଳନ, ଶ୍ରୀରାମଚନ୍ଦ୍ରଙ୍କ ନୌକାଯାତ୍ରା, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ନର୍ତ୍ତକୀ, ବୋଇତବନ୍ଦାଣ, ରଜଦୋଳି, ଶ୍ରୀଗଣେଶ ଆଦି କରିବା ସହିତ ବିଭିନ୍ନ ପଶୁପକ୍ଷୀଙ୍କ କାଗଜମୁଖା କଳାକୃତି ତିଆରି କରିଥାଏ। ଓଡ଼ିଶା ବ୍ୟତୀତ ମହାରାଷ୍ଟ୍ର, ପୁଣେ, ବେଙ୍ଗାଲୁରୁ, ହାଇଦ୍ରାବାଦ, ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ ଏବଂ ଆମେରିକାରେ ଆୟୋଜିତ ବିଭିନ୍ନ ଚିତ୍ରଶାଳାରେ ଯୋଗଦେଇ ପଟଚିତ୍ର କଳାକୁ ପ୍ରଦର୍ଶନ କରିପାରିଛି। ଏଥିପାଇଁ କେତେକ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ମାନିତ ବି ହୋଇଛି। ପଟଚିତ୍ର ତିଆରି ପାଇଁ ଅନେକେ ଅଗ୍ରିମ ବରାଦ ଦେଇଥାନ୍ତି। ଗୋଟିଏ ଗୋଟିଏ ଚିତ୍ରର ମୂଲ୍ୟ ପ୍ରାୟ ୫ଶହଟଙ୍କାରୁ ଆରମ୍ଭକରି ୪୦ହଜାର ଟଙ୍କା ମଧ୍ୟରେ ବିକ୍ରି କରିପାରିଛି। ସେହିପରି କାଗଜମୁଖା ପ୍ରାୟ ୧୫୦ଟଙ୍କାରୁ ଆରମ୍ଭକରି ୭ହଜାର ଟଙ୍କା ଯାଏ ବିକ୍ରି ହୋଇଛି। ଏଥିରେ ଆତ୍ମସନ୍ତୋଷ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

AI’ରେ ଭିଡିଓ କରି ବର୍ଷକରେ ୩୫ କୋଟିରୁ ଅଧିକ ରୋଜଗାର: ୟୁଟ୍ୟୁବ୍‌ରେ ଚହଳ ସୃଷ୍ଟି କଲା ଭାରତର ଏହି ଚ୍ୟାନେଲ

ନୂଆଦିଲ୍ଲୀ,୩୦।୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ସାହାଯ୍ୟରେ କମ୍ ପରିଶ୍ରମରେ କୋଟି କୋଟି ଟଙ୍କା ରୋଜଗାର କରାଯାଇପାରେ, ଏହା ପ୍ରମାଣ କରିଛି ଭାରତର ଏକ ୟୁଟ୍ୟୁବ୍ ଚ୍ୟାନେଲ।...

ସମୁଦ୍ରକୂଳରୁ ମିଳିଲା ଅଜବ ଜିନିଷ: ଲୋକେ ବିସ୍ମିତ

ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ ଶହ...

ଏହି ଦେଶଗୁଡ଼ିକରେ ନାଗରିକତା ପାଇବା ବହୁତ କଷ୍ଟକର, ଅପେକ୍ଷା କରିବାକୁ ପଡେ ୨୦ରୁ ୨୫ ବର୍ଷ

ନୂଆଦିଲ୍ଲୀ,୩୦।୧୨: ପ୍ରତିବର୍ଷ, ଭାରତରୁ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ନାଗରିକତା ପରିତ୍ୟାଗ କରି ବିଦେଶରେ ବସବାସ କରନ୍ତି। ସରକାର ନିକଟରେ ଏହି ବିଷୟରେ ତଥ୍ୟ ପ୍ରକାଶ...

ଡାଲୋଲ ସବୁଠୁ ଗରମ ସ୍ଥାନ

ଲୋକମାନେ ଯେବେ ଅତ୍ୟଧିକ ଗରମ ସ୍ଥାନ ବିଷୟରେ କଥା ହୁଅନ୍ତି, ସେମାନେ ସାଧାରଣତଃ ସାହାରା କିମ୍ବା ମଧ୍ୟପ୍ରାଚ୍ୟର ସହରଗୁଡ଼ିକ ପରି ମରୁଭୂମି ବିଷୟରେ ଚିନ୍ତା କରନ୍ତି।...

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri