କଳାକାରଙ୍କ ଅଡିଶନ ଆରମ୍ଭ

ବରଗଡ଼ ଅଫିସ୍‌,୮।୧୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଅନ୍ୟବର୍ଷ ଅପେକ୍ଷା ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ନିଷ୍ପତ୍ତି ନେଇଛି। ଏହି କ୍ରମରେ ଚଳିତବର୍ଷ ଧନୁଯାତ୍ରା କଳାକାର ଚୟନ ପ୍ରକ୍ରିୟା ଚାଲିଛି। ମହୋତ୍ସବର ମୁଖ୍ୟ ଚରିତ୍ର କଂସ ସମେତ ଅନ୍ୟ ପାର୍ଶ୍ୱ କଳାକାରଙ୍କ ଚୟନ କରାଯିବ।
ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ଆଶାୟୀ କଳାକାରଙ୍କ ଅଡ଼ିଶନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଏହାର ଶୁଭାରମ୍ଭ କରିଥିଲେ। ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥି ଉପସ୍ଥିତ ଥିଲେ। ପ୍ରଥମ ଦିବସରେ ଉଗ୍ରସେନ, ବସୁଦେବ, ଦେବକୀ, ନାରଦ ଏବଂ ସେନାପତିଙ୍କ ଅଡ଼ିଶନ ଥିଲା। ଉଗ୍ରସେନ ଚରିତ୍ର ପାଇଁ ୭ଜଣ ଆବେଦନ କରିଥିବାବେଳେ ଅଡ଼ିଶନରେ ୬ଜଣ ଭାଗ ନେଇଥିଲେ। ସେହିପରି ବସୁଦେବ ଚରିତ୍ରରେ ୧୯ଜଣଙ୍କ ମଧ୍ୟରୁ ୧୪, ଦେବକୀ ଚରିତ୍ରରେ ୮ଜଣଙ୍କ ମଧ୍ୟରୁ ୪, ସେନାପତି ଚରିତ୍ରରେ ୩୭ଜଣୀଙ୍କ ମଧ୍ୟରୁ ୨୪ ଏବଂ ନାରଦ ଚରିତ୍ରରେ ୧୪ଜଣଙ୍କ ମଧ୍ୟରୁ ୭ଆଶାୟୀ କଳାକାର ଅଡ଼ିଶନରେ ଅଂଶଗ୍ରହଣ କରିଥିଲେ ।
ବିଚାରକଙ୍କ ମଧ୍ୟରେ ବରଗଡ଼ ଜିଲାର ୩ଜଣ ଏବଂ ଜିଲା ବାହାରର ୪ଜଣ ଅଛନ୍ତି। ସେମାନଙ୍କ ମଧ୍ୟରେ କଳାହାଣ୍ଡିର ଡଃ ପ୍ରଦୀପ ମାଝି, ବଲାଙ୍ଗୀରର ଜମାଲ ଖାଁ, ସମ୍ବଲପୁରର ବ୍ରଜେନ୍ଦ୍ର ନାୟକ, ଦେବଗଡ଼ର ହେମନ୍ତ ମହାପାତ୍ର, ବରଗଡ଼ର ଲିଟୁ ମହାନ୍ତି, ବିଜେପୁରର ଶିବଲାଲ ସାଗର ଏବଂ ପଦ୍ମପୁରର ଅଶୋକ ବହିଦାର ବିଚାରକ ଭାବେ ଯୋଗ ଦେଇଥିଲେ। ଆସନ୍ତା ୯ତାରିଖରେ ଚାଣୁର, ମୁଷ୍ଟିକ, ମହାମନ୍ତ୍ରୀ, ଅକ୍ରୂର, ସାତ୍ୟକୀ ଚରିତ୍ର ପାଇଁ ଅଡ଼ିଶନ ହେବ। ସେହିପରି ୧୦ତାରିଖରେ କଂସ ଚରିତ୍ର ପାଇଁ ଆଶାୟୀ କଳାକାରମାନେ ଅଡ଼ିଶନରେ ଭାଗନେବାର କାର୍ଯ୍ୟକ୍ରମ ରହିଛି। ଏହି ଚରିତ୍ର ପାଇଁ ସର୍ବାଧିକ ୫୬ଜଣ ଆଶାୟୀ ରହିଥିବାବେଳେ ଏଥର କାହା ଭାଗ୍ୟରେ କଂସ ଅଭିନୟର ସୁଯୋଗ ଜୁଟିବ, ତାକୁ ସମସ୍ତେ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri