![](https://www.dharitri.com/wp-content/uploads/2022/11/imran-khan-attack-fir-registered-after-sc-intervention-in-pakistan.jpg)
ଇସ୍ଲାମାବାଦ,୮।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ପୋଲିସ ଶେଷରେ ଏଫ୍ଆଇଆର୍ ରୁଜୁ କରିଛି। ସୋମବାର ସୁପ୍ରିମକୋର୍ଟ ୨୪ଘଣ୍ଟା ମଧ୍ୟରେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାକୁ ପ୍ରାଦେଶିକ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଗିରଫ ହୋଇଥିବା ନବୀନ ମହମ୍ମଦ ବଶିରଙ୍କ ନାମ ଉକ୍ତ ଏଫ୍ଆଇଆର୍ରେ ମୁଖ୍ୟ ଅଭିଯୁକ୍ତ ଭାବେ ଉଲ୍ଲେଖ ରହିଛି। ତେବେ ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଏବଂ ମେଜର ଜେନେରାଲ ଫୈଜଲ ନାସିରଙ୍କ ନାମ ଉଲ୍ଲେଖ କରାଯାଇନାହିଁ। ଯାହାଙ୍କ ଉପରେ ତାଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବା ନେଇ ଇମ୍ରାନ ଅଭିଯୋଗ କରିଥିଲେ।