ଶିଳ୍ପୀ ଗ୍ରାମ ବିକାଶ ବାଟବଣା

ଯାଜପୁର ଅଫିସ,୧ା୨: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ନେଇ ଓଡ଼ିଶାର ଅନେକ ଗଁାର ସ୍ବତନ୍ତ୍ର ପରିଚୟ ରହିଛି। ସେଥିମଧ୍ୟରୁ କେତେକ ଗଁାକୁ ଶିଳ୍ପୀଗ୍ରାମ ଭାବେ ବିକାଶ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଶେଷ କରି ହସ୍ତଶିଳ୍ପ ଇଣ୍ଡଷ୍ଟ୍ରିଜ୍‌କୁ ପ୍ରୋତ୍ସାହନ(ପିଏଚ୍‌ଆଇ) ପାଇଁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୪ କୋଟି ୮୮ ଲକ୍ଷ ୯୯ ହଜାର ଟଙ୍କା ମଞ୍ଜୁର ହୋଇଛି। ହେଲେ ଏ ଦିଗରେ ୨୭ ଲକ୍ଷ ୨୬ ହଜାର ୪୭୯ ଟଙ୍କା ବିନିଯୋଗ ହୋଇଥିବାବେଳେ ୪ କୋଟି ୬୧ ଲକ୍ଷ ୭୨ ହଜାର ୫୨୧ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଯୁଗ୍ମ ସଚିବଙ୍କୁ ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ଗତ ୨୨ ତାରିଖରେ ଦେଇଥିବା ବିନିଯୋଗ ପତ୍ର (ୟୁସି) ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ଅର୍ଥ ମଞ୍ଜୁର ହେବାର ୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପ୍ରକଳ୍ପ ଅଗ୍ରଗତି ହୋଇ ପାରି ନ ଥିବାରୁ ହସ୍ତଶିଳ୍ପ ବିକାଶର ଗତି ଦିନକୁ ଦିନ ମନ୍ଥର ହେବାରେ ଲାଗିଛି।

ଯାଜପୁର ଜିଲା ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମକୁ ଶିଳ୍ପୀଗ୍ରାମ ଭାବେ ହସ୍ତତନ୍ତ, କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଏହାର ବିପଣନ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୦୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ଯୋଗଦେଇ ବୟନଶିଳ୍ପ ଓ ହସ୍ତତନ୍ତର ଉପତ୍ାଦିତ ସାମଗ୍ରୀ ବିକ୍ରୟ, ନୂତନ ଡିଜାଇନର କପଡ଼ା ଓ ସାମଗ୍ରୀ ପ୍ରସ୍ତୁତ, ବୁଣାକାରମାନଙ୍କ ଉନ୍ନତି, ହସ୍ତତନ୍ତର ବିକାଶ ଦିଗରେ ପ୍ରାୟ ୩ ଏକର ଜାଗାରେ ଏକ ସାମଗ୍ରିକ ବିକାଶ ନିମିତ୍ତ ଭିତ୍ତିଭୂମିର ନିର୍ମାଣ, ଟସର ଇତ୍ୟାଦି କଞ୍ଚା ମାଲ ପାଇଁ ଅର୍ଜୁନ ଓ ଅଶନ ବୃକ୍ଷରୋପଣ, ବିପଣନ ସ୍ଥାନରେ ସୁଦୃଶ୍ୟ ନାମଫଳକ ବ୍ୟବସ୍ଥା ସହ ଏହାକୁ ଆକର୍ଷଣୀୟ ଭାବେ ସଜାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଗୋପାଳପୁରକୁ ଶିଳ୍ପୀଗ୍ରାମ ଭାବେ ଗଢ଼ିବା ତ ଦୂରର କଥା, ଏବେ ସେଠାକାର ବୁଣାକାରମାନଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ପ୍ରାୟ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟସର ବସ୍ତ୍ର ପଡ଼ିରହିଛି ବୋଲି ବୁଣାକାରମାନେ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ପଥର କାରିଗରି ପାଇଁ ପ୍ରଖ୍ୟାତ ଯାଜପୁର ଜିଲା ବଡ଼ଚଣା ବ୍ଲକର ଶୁଖୁଆପଡ଼ା ଏବଂ ବୌଦ୍ଧ କୀର୍ତ୍ତିରାଜିସମ୍ପନ୍ନ କଟକ ଜିଲାର ଲଳିତଗିରିକୁ ଶିଳ୍ପୀ ଗ୍ରାମ ମାନ୍ୟତା ପ୍ରଦାନ କରାଯାଇଥିଲେ ହେଁ କେବଳ କାଗଜପତ୍ର ଓ ସୂଚନା ଫଳକରେ ଯୋଜନା ସୀମିତ ରହିଛି। ସେହିପରି ୨୦୧୮ ଅଗଷ୍ଟ ୭ରେ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ର ପକ୍ଷରୁ ଧର୍ମଶାଳା ବ୍ଲକର ମଙ୍ଗରାଜପୁର(ଟେରାକୋଟା), ଅରଙ୍ଗାବାଦ (ଚାନ୍ଦୁଆ) ଏବଂ ସୁକିନ୍ଦା ବ୍ଲକ ଟୋଲକାନି (ଗୋଲ୍ଡେନ ଗ୍ରାସ୍‌)କୁ ଶିଳ୍ପୀ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ଲାଗି ପ୍ରସ୍ତାବ ଦିଆଯାଇଥିଲା। ତାହା ବି କାଗଜ କଲମରେ ସୀମିତ ରହିଛି।

ଅନ୍ୟପକ୍ଷରେ ପଟଚିତ୍ର ପାଇଁ ବିଶ୍ୱ ବିଖ୍ୟାତ ପୁରୀ ଜିଲା ରଘୁରାଜପୁର ଶିଳ୍ପୀଗ୍ରାମ ଭାବେ ମାନ୍ୟତା ପାଇଛି। ଏହାର ବିକାଶ ପାଇଁଁ ୨୦୧୫ ଫେବୃୟାରୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ୨ଟି ପର୍ଯ୍ୟାୟରେ ଉନ୍ନୟନ ପ୍ରକଳ୍ପ ନିର୍ମାଣ କରିବାକୁ ଇଡ୍‌କୋକୁ ୬ କୋଟି ଟଙ୍କା ପ୍ରଦାନ କରଯାଇଥିବାବେଳେ ତାହା ଖର୍ଚ୍ଚ ହୋଇସାରିଛି। ବାକି ୪ କୋଟି ଟଙ୍କା ମିଳିବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ବୋଲି ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ଦାଶ ସୂଚନା ଦେଇଛନ୍ତି। କେନ୍ଦ୍ର ବଜେଟରେ ବାକି ଅନୁଦାନ ରିଲିଜ ପାଇଁ ଦାବି କରିବା ନିମନ୍ତେ ବିଭାଗ ପକ୍ଷରୁ ଏମ୍‌ପିମାନଙ୍କୁ ସୂଚନା ଦିଆଯାଇଛି।
ଯାଜପୁର ଜିଲାରେ ୧୦୦୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ରହିଛନ୍ତି। ଏହି କଳାକୁ କୁଟୀରଶିଳ୍ପର ମାନ୍ୟତା ମିଳିଛି। ବୁଣାକାର ପରିବାର ଏକ ସମବାୟ ପରିବାର ଏବଂ ବୁଣାକାମ ଏକ ସମବାୟ ଶିଳ୍ପ। ଏହି ଶିଳ୍ପ ପାଇଁ ପରସ୍ପର ସାହାଯ୍ୟ ଓ ସହଯୋଗ ନିହାତି ଆବଶ୍ୟକ। ତେଣୁ ଯେଉଁଠି ବୁଣାକାର ପରିବାର ରୁହନ୍ତି ଗୋଷ୍ଠୀ ଜୀବନଯାପନ ପାଇଁ ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ ବିଡମ୍ବନା ଯେ, ଜିଲାର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ସାମାଜିକ ସ୍ଥିତି ଅତି ନୂ୍ୟନ। ସାମାଜିକ ଦୃଷ୍ଟିକୋଣରୁ ଏମାନେ ଭାରି ଅନୁନ୍ନତ ଓ ଅବହେଳିତ। ତେଣୁ ସରକାର ଯେଉଁଭଳି ଭାବରେ ଏହି ବୁଣାକାର ପରିବାରମାନଙ୍କ ପ୍ରତି ଦୃଷ୍ଟି ଦେବା କଥା ଏଯାଏ ତାହା ହୋଇନାହିଁ। ଏଥିଯୋଗୁ ବହୁ କାରିଗର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଆଞ୍ଚଳିକ ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ପ୍ରଭାତ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି, ଶିଳ୍ପୀଗ୍ରାମ ପାଇଁ ଆସିଥିବା ଅନୁଦାନ କରୋନା ଲାଗି ଖର୍ଚ୍ଚ ହୋଇ ପାରିଲା ନାହିଁ। ୨୦୧୯ରେ ବିଳମ୍ବରେ ଅନୁଦାନ ପହଞ୍ଚିଥିଲା। କାମ ଆରମ୍ଭ ହେବା ବେଳକୁ କରୋନା ବ୍ୟାପିବାରୁ ତାହା ଅଟକିଯାଇଛି। ଗତ ଡିସେମ୍ବରରୁ ପୁଣି ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri