ଶିଳ୍ପୀ ଗ୍ରାମ ବିକାଶ ବାଟବଣା

ଯାଜପୁର ଅଫିସ,୧ା୨: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପକୁ ନେଇ ଓଡ଼ିଶାର ଅନେକ ଗଁାର ସ୍ବତନ୍ତ୍ର ପରିଚୟ ରହିଛି। ସେଥିମଧ୍ୟରୁ କେତେକ ଗଁାକୁ ଶିଳ୍ପୀଗ୍ରାମ ଭାବେ ବିକାଶ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଶେଷ କରି ହସ୍ତଶିଳ୍ପ ଇଣ୍ଡଷ୍ଟ୍ରିଜ୍‌କୁ ପ୍ରୋତ୍ସାହନ(ପିଏଚ୍‌ଆଇ) ପାଇଁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୪ କୋଟି ୮୮ ଲକ୍ଷ ୯୯ ହଜାର ଟଙ୍କା ମଞ୍ଜୁର ହୋଇଛି। ହେଲେ ଏ ଦିଗରେ ୨୭ ଲକ୍ଷ ୨୬ ହଜାର ୪୭୯ ଟଙ୍କା ବିନିଯୋଗ ହୋଇଥିବାବେଳେ ୪ କୋଟି ୬୧ ଲକ୍ଷ ୭୨ ହଜାର ୫୨୧ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଯୁଗ୍ମ ସଚିବଙ୍କୁ ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ଗତ ୨୨ ତାରିଖରେ ଦେଇଥିବା ବିନିଯୋଗ ପତ୍ର (ୟୁସି) ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ଅର୍ଥ ମଞ୍ଜୁର ହେବାର ୨ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କୌଣସି ପ୍ରକଳ୍ପ ଅଗ୍ରଗତି ହୋଇ ପାରି ନ ଥିବାରୁ ହସ୍ତଶିଳ୍ପ ବିକାଶର ଗତି ଦିନକୁ ଦିନ ମନ୍ଥର ହେବାରେ ଲାଗିଛି।

ଯାଜପୁର ଜିଲା ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମକୁ ଶିଳ୍ପୀଗ୍ରାମ ଭାବେ ହସ୍ତତନ୍ତ, କୁଟୀରଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଏହାର ବିପଣନ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୦୧୯ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ଦାସ ଯୋଗଦେଇ ବୟନଶିଳ୍ପ ଓ ହସ୍ତତନ୍ତର ଉପତ୍ାଦିତ ସାମଗ୍ରୀ ବିକ୍ରୟ, ନୂତନ ଡିଜାଇନର କପଡ଼ା ଓ ସାମଗ୍ରୀ ପ୍ରସ୍ତୁତ, ବୁଣାକାରମାନଙ୍କ ଉନ୍ନତି, ହସ୍ତତନ୍ତର ବିକାଶ ଦିଗରେ ପ୍ରାୟ ୩ ଏକର ଜାଗାରେ ଏକ ସାମଗ୍ରିକ ବିକାଶ ନିମିତ୍ତ ଭିତ୍ତିଭୂମିର ନିର୍ମାଣ, ଟସର ଇତ୍ୟାଦି କଞ୍ଚା ମାଲ ପାଇଁ ଅର୍ଜୁନ ଓ ଅଶନ ବୃକ୍ଷରୋପଣ, ବିପଣନ ସ୍ଥାନରେ ସୁଦୃଶ୍ୟ ନାମଫଳକ ବ୍ୟବସ୍ଥା ସହ ଏହାକୁ ଆକର୍ଷଣୀୟ ଭାବେ ସଜାଇବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଗୋପାଳପୁରକୁ ଶିଳ୍ପୀଗ୍ରାମ ଭାବେ ଗଢ଼ିବା ତ ଦୂରର କଥା, ଏବେ ସେଠାକାର ବୁଣାକାରମାନଙ୍କ ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ପ୍ରାୟ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟସର ବସ୍ତ୍ର ପଡ଼ିରହିଛି ବୋଲି ବୁଣାକାରମାନେ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ପଥର କାରିଗରି ପାଇଁ ପ୍ରଖ୍ୟାତ ଯାଜପୁର ଜିଲା ବଡ଼ଚଣା ବ୍ଲକର ଶୁଖୁଆପଡ଼ା ଏବଂ ବୌଦ୍ଧ କୀର୍ତ୍ତିରାଜିସମ୍ପନ୍ନ କଟକ ଜିଲାର ଲଳିତଗିରିକୁ ଶିଳ୍ପୀ ଗ୍ରାମ ମାନ୍ୟତା ପ୍ରଦାନ କରାଯାଇଥିଲେ ହେଁ କେବଳ କାଗଜପତ୍ର ଓ ସୂଚନା ଫଳକରେ ଯୋଜନା ସୀମିତ ରହିଛି। ସେହିପରି ୨୦୧୮ ଅଗଷ୍ଟ ୭ରେ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ର ପକ୍ଷରୁ ଧର୍ମଶାଳା ବ୍ଲକର ମଙ୍ଗରାଜପୁର(ଟେରାକୋଟା), ଅରଙ୍ଗାବାଦ (ଚାନ୍ଦୁଆ) ଏବଂ ସୁକିନ୍ଦା ବ୍ଲକ ଟୋଲକାନି (ଗୋଲ୍ଡେନ ଗ୍ରାସ୍‌)କୁ ଶିଳ୍ପୀ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ଲାଗି ପ୍ରସ୍ତାବ ଦିଆଯାଇଥିଲା। ତାହା ବି କାଗଜ କଲମରେ ସୀମିତ ରହିଛି।

ଅନ୍ୟପକ୍ଷରେ ପଟଚିତ୍ର ପାଇଁ ବିଶ୍ୱ ବିଖ୍ୟାତ ପୁରୀ ଜିଲା ରଘୁରାଜପୁର ଶିଳ୍ପୀଗ୍ରାମ ଭାବେ ମାନ୍ୟତା ପାଇଛି। ଏହାର ବିକାଶ ପାଇଁଁ ୨୦୧୫ ଫେବୃୟାରୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ୨ଟି ପର୍ଯ୍ୟାୟରେ ଉନ୍ନୟନ ପ୍ରକଳ୍ପ ନିର୍ମାଣ କରିବାକୁ ଇଡ୍‌କୋକୁ ୬ କୋଟି ଟଙ୍କା ପ୍ରଦାନ କରଯାଇଥିବାବେଳେ ତାହା ଖର୍ଚ୍ଚ ହୋଇସାରିଛି। ବାକି ୪ କୋଟି ଟଙ୍କା ମିଳିବାରେ ବିଳମ୍ବ ହେଉଥିବାରୁ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ବୋଲି ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶକ ଦାଶ ସୂଚନା ଦେଇଛନ୍ତି। କେନ୍ଦ୍ର ବଜେଟରେ ବାକି ଅନୁଦାନ ରିଲିଜ ପାଇଁ ଦାବି କରିବା ନିମନ୍ତେ ବିଭାଗ ପକ୍ଷରୁ ଏମ୍‌ପିମାନଙ୍କୁ ସୂଚନା ଦିଆଯାଇଛି।
ଯାଜପୁର ଜିଲାରେ ୧୦୦୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ରହିଛନ୍ତି। ଏହି କଳାକୁ କୁଟୀରଶିଳ୍ପର ମାନ୍ୟତା ମିଳିଛି। ବୁଣାକାର ପରିବାର ଏକ ସମବାୟ ପରିବାର ଏବଂ ବୁଣାକାମ ଏକ ସମବାୟ ଶିଳ୍ପ। ଏହି ଶିଳ୍ପ ପାଇଁ ପରସ୍ପର ସାହାଯ୍ୟ ଓ ସହଯୋଗ ନିହାତି ଆବଶ୍ୟକ। ତେଣୁ ଯେଉଁଠି ବୁଣାକାର ପରିବାର ରୁହନ୍ତି ଗୋଷ୍ଠୀ ଜୀବନଯାପନ ପାଇଁ ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ ବିଡମ୍ବନା ଯେ, ଜିଲାର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ସାମାଜିକ ସ୍ଥିତି ଅତି ନୂ୍ୟନ। ସାମାଜିକ ଦୃଷ୍ଟିକୋଣରୁ ଏମାନେ ଭାରି ଅନୁନ୍ନତ ଓ ଅବହେଳିତ। ତେଣୁ ସରକାର ଯେଉଁଭଳି ଭାବରେ ଏହି ବୁଣାକାର ପରିବାରମାନଙ୍କ ପ୍ରତି ଦୃଷ୍ଟି ଦେବା କଥା ଏଯାଏ ତାହା ହୋଇନାହିଁ। ଏଥିଯୋଗୁ ବହୁ କାରିଗର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଆଞ୍ଚଳିକ ଶିଳ୍ପକେନ୍ଦ୍ରର ଜେନେରାଲ ମ୍ୟାନେଜର ପ୍ରଭାତ କୁମାରଙ୍କୁ ପଚାରିବାରୁ ସେ କହିଛନ୍ତି, ଶିଳ୍ପୀଗ୍ରାମ ପାଇଁ ଆସିଥିବା ଅନୁଦାନ କରୋନା ଲାଗି ଖର୍ଚ୍ଚ ହୋଇ ପାରିଲା ନାହିଁ। ୨୦୧୯ରେ ବିଳମ୍ବରେ ଅନୁଦାନ ପହଞ୍ଚିଥିଲା। କାମ ଆରମ୍ଭ ହେବା ବେଳକୁ କରୋନା ବ୍ୟାପିବାରୁ ତାହା ଅଟକିଯାଇଛି। ଗତ ଡିସେମ୍ବରରୁ ପୁଣି ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?