ମାନବ ଜାତି ପାଇଁ ଘାତକ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’

ଓ୍ବାଶିଂଟନ୍‌, ୩୦।୩: ଶିକ୍ଷା ହେଉ ଅବା ଉଦ୍ୟୋଗ, ପ୍ରତିଟି କ୍ଷେତ୍ରରେ ଏବେ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଜଣେ ଅନ୍ୟ ଜଣଙ୍କଠାରୁ କିପରି ଆଗରେ ରହିବ ସେ ନେଇ ତର୍କ ଓ ତର୍ଜମା ଲାଗି ରହିଛି। ବିଜ୍ଞାନ ଗବେଷଣାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଦୌଡ଼ ଆରମ୍ଭ ହୋଇଛି। ତେବେ ଭବିଷ୍ୟତର ଭଲ ପାଇଁ ବର୍ତ୍ତମାନ ସମୟରେ ଏଆଇକୁ ନେଇ ଚାଲିଥିବା ଗବେଷଣା ବନ୍ଦ କରିବାକୁ ପଡ଼ିବ। ନଚେତ୍‌ ଏହା ମାନବ ଜାତି ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ୧୦୦୦ ଜଣିଆ ବିଶେଷଜ୍ଞ ଦଳ ସତର୍କ କରିଛନ୍ତି।

ଏଆଇ ଦ୍ୱାରା ଲୋକେ ଉପକୃତ ହେଉଛନ୍ତି। କିନ୍ତୁ ଏହା ସୀମିତ ରହିବା ଆବଶ୍ୟକ। ଉନ୍ନତମାନର ଏଆଇ ନିର୍ମାଣ କରିବା ପାଇଁ ବର୍ତ୍ତମାନ ବୈଜ୍ଞାନିକମାନେ ଗବେଷଣା ଚାଲୁ ରଖିଛନ୍ତି, ତାହା ଭବିଷ୍ୟତରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞଙ୍କ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି। ଏଆଇର ନୂଆ ମଡେଲ୍‌ ଯୋଗୁ ବିଶ୍ୱ ପାଇଁ ବିପଦ ବଢ଼ିବ। ବୈଜ୍ଞାନିକମାନେ ଏଆଇକୁ ଅଧିକ ଆଡ୍‌ଭାନ୍ସ ଓ ଶକ୍ତିଶାଳୀ ଡିଜିଟାଲ ମାଇଣ୍ଡ ଦେବାକୁ ଚାହୁଁଛନ୍ତି। କିନ୍ତୁ ସେମାନେ ଏହାର କୁପରିଣତିକୁ ଉପଲବ୍ଧି କରିପାରୁ ନାହାନ୍ତି। ଏ ନେଇ ସରକାର ମଧ୍ୟ ତତ୍ପର ହୋଇ ବିଶେଷ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

ତେବେ ଚଳିତ ମାସରେ ଓପନ୍‌ଏଆଇ କମ୍ପାନୀ ପକ୍ଷରୁ ସବୁଠାରୁ ଉନ୍ନତ ଏଆଇ ଜିପିଟି-୪ ନିର୍ମାଣ କରାଯାଇଥିବାବେଳେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏଆଇ ଗବେଷଣା ରୋକିବା ଦରକାର ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏଆଇ ପାଇଁ ଲୋକଙ୍କ ଚାକିରି ଏବେ ବିପଦରେ ପଡ଼ିଯାଇଛି। ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କମ୍ପାନୀ ଗୋଲ୍ଡମ୍ୟାନ୍‌ ସ୍ୟାଚସ୍‌ର ଆକଳନ ଅନୁସାରେ ଆଗାମୀ ଦିନରେ ୩୦୦୦ ମିଲିୟନ୍‌ (୩୦) କୋଟି ଲୋକ ନିଜ ଚାକିରି ହରାଇବେ।

ଏଆଇ ଜ୍ଞାନକୌଶଳରେ ଉନ୍ନତି ଫଳରେ କମ୍ପାନୀଗୁଡ଼ିକ ବିନା ବିରତିରେ ଅଧିକ ଉତ୍ପାଦନ ପାଇଁ ଲୋକଙ୍କ ବଦଳରେ ଏଆଇର ବ୍ୟବହାର ବଢ଼ିଯିବ।ତେବେ ଏହି ୬ ମାସ ମଧ୍ୟରେ ଏଆଇ ଲାବ୍‌ ଏବଂ ଏକ୍ସପର୍ଟ ଏଆଇ ଡିଜାଇନ୍‌ କରିବା ଲାଗି ନୂଆ ନିୟମ ତିଆରି କରିବେ, ଯାହାଫଳରେ ସୁରକ୍ଷା ସହିତ ଏହି ଗବେଷଣା ସମ୍ପନ୍ନ କରାଯିବ। ବିଶେଷଜ୍ଞଙ୍କ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ବେର୍କେଲି, ପ୍ରିନ୍ସେଟୋନ ଆଦି ୟୁନିଭର୍ସିଟି ବିଶେଷଜ୍ଞ, ଏଆଇକୁ ନେଇ ଗବେଷଣା କରୁଥିବା କମ୍ପାନୀଗୁଡ଼ିକ ସମେତ ପିଣ୍ଟେରେଷ୍ଟ, ସ୍କାଇପ୍‌, ଆପଲ, ଟେସ୍‌ଲା କମ୍ପାନୀର ଅଧ୍ୟକ୍ଷମାନେ ସ୍ବାକ୍ଷର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?