ମାନବ ଜାତି ପାଇଁ ଘାତକ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’

ଓ୍ବାଶିଂଟନ୍‌, ୩୦।୩: ଶିକ୍ଷା ହେଉ ଅବା ଉଦ୍ୟୋଗ, ପ୍ରତିଟି କ୍ଷେତ୍ରରେ ଏବେ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଜଣେ ଅନ୍ୟ ଜଣଙ୍କଠାରୁ କିପରି ଆଗରେ ରହିବ ସେ ନେଇ ତର୍କ ଓ ତର୍ଜମା ଲାଗି ରହିଛି। ବିଜ୍ଞାନ ଗବେଷଣାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବୈଜ୍ଞାନିକମାନଙ୍କ ମଧ୍ୟରେ ଏକ ଦୌଡ଼ ଆରମ୍ଭ ହୋଇଛି। ତେବେ ଭବିଷ୍ୟତର ଭଲ ପାଇଁ ବର୍ତ୍ତମାନ ସମୟରେ ଏଆଇକୁ ନେଇ ଚାଲିଥିବା ଗବେଷଣା ବନ୍ଦ କରିବାକୁ ପଡ଼ିବ। ନଚେତ୍‌ ଏହା ମାନବ ଜାତି ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ୧୦୦୦ ଜଣିଆ ବିଶେଷଜ୍ଞ ଦଳ ସତର୍କ କରିଛନ୍ତି।

ଏଆଇ ଦ୍ୱାରା ଲୋକେ ଉପକୃତ ହେଉଛନ୍ତି। କିନ୍ତୁ ଏହା ସୀମିତ ରହିବା ଆବଶ୍ୟକ। ଉନ୍ନତମାନର ଏଆଇ ନିର୍ମାଣ କରିବା ପାଇଁ ବର୍ତ୍ତମାନ ବୈଜ୍ଞାନିକମାନେ ଗବେଷଣା ଚାଲୁ ରଖିଛନ୍ତି, ତାହା ଭବିଷ୍ୟତରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞଙ୍କ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି। ଏଆଇର ନୂଆ ମଡେଲ୍‌ ଯୋଗୁ ବିଶ୍ୱ ପାଇଁ ବିପଦ ବଢ଼ିବ। ବୈଜ୍ଞାନିକମାନେ ଏଆଇକୁ ଅଧିକ ଆଡ୍‌ଭାନ୍ସ ଓ ଶକ୍ତିଶାଳୀ ଡିଜିଟାଲ ମାଇଣ୍ଡ ଦେବାକୁ ଚାହୁଁଛନ୍ତି। କିନ୍ତୁ ସେମାନେ ଏହାର କୁପରିଣତିକୁ ଉପଲବ୍ଧି କରିପାରୁ ନାହାନ୍ତି। ଏ ନେଇ ସରକାର ମଧ୍ୟ ତତ୍ପର ହୋଇ ବିଶେଷ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

ତେବେ ଚଳିତ ମାସରେ ଓପନ୍‌ଏଆଇ କମ୍ପାନୀ ପକ୍ଷରୁ ସବୁଠାରୁ ଉନ୍ନତ ଏଆଇ ଜିପିଟି-୪ ନିର୍ମାଣ କରାଯାଇଥିବାବେଳେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏଆଇ ଗବେଷଣା ରୋକିବା ଦରକାର ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ଏଆଇ ପାଇଁ ଲୋକଙ୍କ ଚାକିରି ଏବେ ବିପଦରେ ପଡ଼ିଯାଇଛି। ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ୍‌ କମ୍ପାନୀ ଗୋଲ୍ଡମ୍ୟାନ୍‌ ସ୍ୟାଚସ୍‌ର ଆକଳନ ଅନୁସାରେ ଆଗାମୀ ଦିନରେ ୩୦୦୦ ମିଲିୟନ୍‌ (୩୦) କୋଟି ଲୋକ ନିଜ ଚାକିରି ହରାଇବେ।

ଏଆଇ ଜ୍ଞାନକୌଶଳରେ ଉନ୍ନତି ଫଳରେ କମ୍ପାନୀଗୁଡ଼ିକ ବିନା ବିରତିରେ ଅଧିକ ଉତ୍ପାଦନ ପାଇଁ ଲୋକଙ୍କ ବଦଳରେ ଏଆଇର ବ୍ୟବହାର ବଢ଼ିଯିବ।ତେବେ ଏହି ୬ ମାସ ମଧ୍ୟରେ ଏଆଇ ଲାବ୍‌ ଏବଂ ଏକ୍ସପର୍ଟ ଏଆଇ ଡିଜାଇନ୍‌ କରିବା ଲାଗି ନୂଆ ନିୟମ ତିଆରି କରିବେ, ଯାହାଫଳରେ ସୁରକ୍ଷା ସହିତ ଏହି ଗବେଷଣା ସମ୍ପନ୍ନ କରାଯିବ। ବିଶେଷଜ୍ଞଙ୍କ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ବେର୍କେଲି, ପ୍ରିନ୍ସେଟୋନ ଆଦି ୟୁନିଭର୍ସିଟି ବିଶେଷଜ୍ଞ, ଏଆଇକୁ ନେଇ ଗବେଷଣା କରୁଥିବା କମ୍ପାନୀଗୁଡ଼ିକ ସମେତ ପିଣ୍ଟେରେଷ୍ଟ, ସ୍କାଇପ୍‌, ଆପଲ, ଟେସ୍‌ଲା କମ୍ପାନୀର ଅଧ୍ୟକ୍ଷମାନେ ସ୍ବାକ୍ଷର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri