Posted inଫୁରସତ

କଳାକୃତି ଦେଇଛି ରୋଜଗାର

କୌଣସି ଉତ୍ସବ ହେଉ କିମ୍ବା ମାଙ୍ଗଳିକ କାଯର୍‌ୟକ୍ରମ ଅବସରରେ ଯଦି ଭୋଜିଭାତର ଆୟୋଜନ ହୁଏ ତେବେ ସାଲାଡ ତ ଯେମିତି ବି ହେଉ ହୁଏ । ଏଥିରେ ବିଶେଷକରି କାକୁଡ଼ି, ଗାଜର, ଟମାଟୋ ଓ ପିଆଜ ଆଦି ପନିପରିବାର ବ୍ୟବହାର ହୋଇଥାଏ। କିନ୍ତୁ ଏହିସବୁ ପରିବା ଓ ଫଳକୁ ନେଇ ହେଉଥିବା କଳାକୃତୀ ଏବେ ଭୋଜିର ଅନ୍ୟତମ ଆକର୍ଷଣ ପାଲଟୁଛି।ତା’ସହ ରହୁଛି ବରଫର କାରିଗରୀ। ଏମିତି କଳାକୃତିକୁ ଯେ କେହି ଦେଖିଲେ ଟିକେ ଅଟକିଯିବେ । ହେଲେ ଏମିତି ପନିପରିବା ଓ ବରଫରେ ଖୋଦେଇ କଳାକୃତି ୨୦ବର୍ଷ ଧରି ତିଆରି କରିଆସୁଛନ୍ତି ଜଣେ ଯୁବକ। ସେ ହେଲେ ପ୍ରେମାନନ୍ଦ ବାରିକ ।

ଘର ଖୋର୍ଦ୍ଧା ଜିଲାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବେଣୁପୁର ଗାଁରେ। ସେ କୁହନ୍ତି,ଏହି ପନିପରିବା କାର୍ଭିଂ କଳାକୃତି ତିଆରି ପାଇଁ କୌଣସି ଆର୍ଟ କଲେଜରେ ପାଠ ପଢ଼ିନାହିଁ କି କେଉଁଠି ଟ୍ରେନିଂ ନେଇନାହିଁ । ମାଟ୍ରିକ ପାସ୍‌ ପରେ ଗାଁରୁ ଭୁବନେଶ୍ୱରକୁ ଆସିଥିଲି। ଏଠାକାର ଏକ ହୋଟେଲରେ ଦେଖିଲି ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ବରଫ କାଭିର୍ଂ , ଭେଜିଟେବୁଲ କାଭିର୍ଂ ରେ ସୁନ୍ଦରସୁନ୍ଦର କଳାକୃତି ତିଆରି କରୁଥିଲେ। ଏଥିରେ ପ୍ରଭାବିତ ହେଲି। ଏହାପରେ ମନେମନେ ଚିନ୍ତାକଲି ଏମିତି କଳାକୃତିକୁ କିପରି କରିପାରିବି। ଏଥିପାଇଁ ୧୯୯୫ରୁ ବିଭିନ୍ନ ପରିବାକୁ କାଟି ଏହି ଅଭ୍ୟାସ ଜାରି ରଖିତ୍ଲି। କାଭିର୍ଂକାମକୁ ଭଲରେ କରିପାରୁଥିବାରୁ ଦିଲ୍ଲୀ ଯାଇ ପ୍ରାୟ ୫ବର୍ଷ ରହିଥିଲି । ଦିଲ୍ଲୀର ଏକ ବଡ଼ ହୋଟେଲରେ ସାଲାଡ ଡେକୋରେଶନ କାର୍ଯ୍ୟ କଲି।

ଅବଶ୍ୟ ବିଶାଖାପାଟଣାରେ ୨୦୦୧ରେ ଖ୍ରୀଷ୍ଟମାସ ସ୍ୟାଣ୍ଡ ଆର୍ଟ ଓ ଆବାସ କାର୍ଭିଂ କରିଥିଲି। ଏମିତିରେ ଦେଶର ବିଭିନ୍ନ ସହରରେ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ଏହି କାର୍ଭିଂ ପ୍ରୋଗ୍ରାମ କରି ସାରିଲିଣି। ତେବେ କାର୍ଭିଂ ଡିଜାଇନ୍‌ ଅନୁସାରେ ପ୍ରଥମେ ବଡ଼ବଡ଼ ପନିପରିବାକୁ ଆଣିବାକୁ ପଡ଼ିଥାଏ। ତାପରେ ଡିଜାଇନ୍‌କୁ ନଜର ରଖି ପନିପରିବାର ଚୋପା କିମ୍ବା ଉପରଭାଗରେ ହାଲୁକାରେ ସ୍କେଚ୍‌ରେ ବିଭିନ୍ନ ଆକୃତିର ଚିତ୍ର କରାଯାଇ ଥାଏ। ତାପରେ ଛୁରିରେ କଟାଯାଇ ଡିଜାଇନ ଅନୁସାରେ କଳାକୃତିର ନମୁନାକୁ ବାହାର କରାଯାଇ ସୁନ୍ଦରସୁନ୍ଦର କଳାକୃତି ତିଆରି କରାଯାଇଥାଏ। ଏହି କାର୍ଭିଂ କଳାକୃତି ପାଇଁ ଗାଜର, ବିଟ୍‌, ମୂଳା, ପିଆଜ, ପତ୍ରକୋବି, ଫୁଲକୋବି, କ୍ୟାପସିକମ, ତରଭୁଜ, କଖାରୁ, କଦଳୀ, କାକୁଡ଼ି ଆଦି ବିଭିନ୍ନ ପନିପରିବା ଦରକାର ପଡ଼ିଥାଏ। କେବଳ ପନିପରିବା ନୁହେଁ ବରଂ ବରଫରେ ମଧ୍ୟ ବରଫକୁ କଟିଂକରି ବରଫକାର୍ଭିଂ କଳାକୃତି କରାଯାଇଥାଏ। ଏହା ଟିକେ ନିଆରା ଲାଗେ। ବରଫ କଟିଂ, ପନିପରିବା ଓ ଫଳ କଟିଂ, ସାଲାଡ ଡେକୋରେଶନ, ଫଳ ଡେକୋରେଶନ, ପେଣ୍ଟିଂ, ଫ୍ଲାଓ୍ବାର ଡେକୋରେଶନ ଓ ବାଲୁକାକଳାକୃତି ଆଦିର ଆଦର ଦିନକୁଦିନ ବଢୁଥିବାରୁ ଏମିତି କାମରେ ଆଜିକାଲି ବହୁ ଯୁବତୀଯୁବକ ରୁଚି ରଖୁଛନ୍ତି। ଏଥିରେ ଭଲ ରୋଜଗାର ହୋଇପାରୁଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri