Posted inଫୁରସତ

ଇନ୍ଦ୍ରଧନୁ

ବର୍ଷା ପରେ ଆକାଶରେ ଦେଖାଯାଉଥିବା ଏକ ଚମତ୍କାର ଦୃଶ୍ୟ ହେଉଛି ଇନ୍ଦ୍ରଧନୁ। ସାତରଙ୍ଗର ଓ ଧନୁ ଆକାରର ଏହି ଦୃଶ୍ୟ ସମସ୍ତଙ୍କର ମନ ମୋହିଥାଏ। ତେବେ ଅନେକଥର ଏହି ଅଦ୍ଭୁତ ଦୃଶ୍ୟକୁ ଦେଖିବାବେଳେ ମନରେ ଏହାର ଉତ୍ପତ୍ତି ଓ ରଙ୍ଗକୁ ନେଇ ଉଠିିଥିବ ଅନେକ ପ୍ରଶ୍ନ। ଏଥର ଜାଣିବା ସେ ପ୍ରଶ୍ନର ଉତ୍ତର ସବୁ…

ସ୍କୁଲରେ ବିଜ୍ଞାନ ପଢାଇବାବେଳେ ଶିକ୍ଷକ ଦେଖାଇଥିବେ ସୂର୍ଯ୍ୟଙ୍କ ପ୍ରକାଶ ଯେବେ ଏକ ପ୍ରିଜମ ଦେଇ ଗତି କରେ ତାହା ସାତ ରଙ୍ଗରେ ବିଭକ୍ତ ହୋଇଯାଏ। ଯାହାକୁ ଆଲୋକର ପ୍ରତିସରଣ କୁହାଯାଏ। ଇନ୍ଦ୍ରଧନୁ ବି ଏହିସୂତ୍ରରେ ସୃଷ୍ଟି ହୋଇଥାଏ। ଇନ୍ଦ୍ରଧନୁ ଆଲୋକର ପରାବର୍ତ୍ତନ, ଅପବର୍ତନ ଏବଂ ଜଳ ବୁନ୍ଦାରେ ଆଲୋକ ବିକ୍ଷେପଣ ଯୋଗୁ ହୋଇଥାଏ। ଆମକୁ ସାଧାରଣତଃ ସୂର୍ଯ୍ୟର ଆଲୋକ ଧଳା ପରି ଲାଗେ। କିନ୍ତୁ ତାହା ବିଭିନ୍ନ ରଙ୍ଗର ମିଶ୍ରଣରେ ତିଆରି। ଯେତେବେଳେ ଏହି ଆଲୋକ ବର୍ଷାର ଜଳବୁନ୍ଦା ଦେଇ ଗତି କରେ ସେହି ରଙ୍ଗଗୁଡିକ ଅଲଗା ହୋଇଯାଏ। ଆଉ ଇନ୍ଦ୍ରଧନୁରେ ପରିଣତ ହୁଏ। ଯେଉଁଥିରେ ବାଇଗଣି,ଘନନୀଳ, ନୀଳ,ସବୁଜ, ହଳଦିଆ, ନାରଙ୍ଗୀ ଓ ଲାଲ ଆଦି ସାତରଙ୍ଗ ଦେଖିବାକୁ ମିଳେ। ଆଉ ପ୍ରତିରଙ୍ଗର ଏକ ଓ୍ବେଭଲେନ୍ଥ ଥାଏ। ବାଇଗଣୀର ସବୁଠାରୁ ଛୋଟ ଓ୍ବେଭଲେନ୍ଥ ଓ ଲାଲର ସବୁଠୁ ଲମ୍ବା ଓ୍ବେଭଲେନ୍ଥ ଥାଏ। ତେଣୁ ବାଇଗଣୀ ଭିତର ଆଡକୁ ଦେଖାଯିବାବେଳେ ଲାଲରଙ୍ଗ ବାହାର ଆଡକୁ ଦେଖାଯାଏ। ଏହାକୁ ଭିଜିବଲ ସ୍ପେକ୍ଟ୍ରମ ବା ଦୃଶ୍ୟମାନ ବର୍ଣ୍ଣଛିଟା କୁହାଯାଏ। ଯଦି ସୂର୍ଯ୍ୟାଲୋକ ଜଳବୁନ୍ଦାର ସଠିକ କୋଣରେ ପ୍ରବେଶ କରେ ଓ ଆଲୋକର ଦିଗ ପରିବର୍ତ୍ତନ ହୁଏ, ଆଲୋକ ପ୍ରତିସରଣ ଦ୍ୱାରା ସୂର୍ଯ୍ୟାଲୋକ ବିଭିନ୍ନ ରଙ୍ଗରେ ବିଭକ୍ତ ହୋଇଥାଏ। ଯଦି ଅଧିକ ଆଲୋକ ଜଳବୁନ୍ଦା ଦେଇ ଗତି କରି ପ୍ରତିସରଣ ହୁଏ ଆମେ ସାତରଙ୍ଗର ଇନ୍ଦ୍ରଧନୁ ଆକାଶରେ ଦେଖୁ।

କାହିଁକି ଦେଖାଯାଏ ନାହିଁ ଅନ୍ୟରଙ୍ଗ: ବାଦାମୀ, ଧଳା ପରି ଅନ୍ୟ ରଙ୍ଗ ଇନ୍ଦ୍ରଧନୁରେ କେବେ ଦେଖିବାକୁ ମିଳେନା। ଆଉ ଏହା ପଛର କାରଣ ହେଉଛି ସାଧାରଣତଃ ଇନ୍ଦ୍ରଧନୁର ପାଖାପାଖି ଦୁଇ ରଙ୍ଗର ପଟିର ମିଶ୍ରଣରେ ଅନେକ ସମୟରେ ଏହାର ମଝି ଭାଗରେ ଅନ୍ୟ ଏକ ରଙ୍ଗ ତିଆରି ହୋଇଥାଏ। ଯେମିତିକି ସବୁଜ ଓ ନୀଳରଙ୍ଗ ପାଖାପାଖି ରହୁଥିବାରୁ ଏହି ଦୁଇ ରଙ୍ଗ ମଝିରେ ଆମେ ଟରକୋଇଜ୍‌ ରଙ୍ଗ ଦେଖିପାରୁ। ଯେହେତୁ ଲାଲ ଓ ସବୁଜ ରଙ୍ଗର ମିଶ୍ରଣରେ ବାଦାମୀ ରଙ୍ଗ ସୃଷ୍ଟି ହୋଇଥାଏ। ଆଉ ଲାଲ ଓ ସବୁଜ ରଙ୍ଗ ଇନ୍ଦ୍ରଧନୁରେ ପାଖାପାଖି ନ ଥାଏ ବାଦାମୀ ରଙ୍ଗ ଇନ୍ଦ୍ରଧନୁରେ ଦେଖିବାକୁ ମିଳେନା। ସେହିଭଳି ଧଳାରଙ୍ଗ ସବୁରଙ୍ଗର ମିଶ୍ରଣରେ ସୃଷ୍ଟି ହୁଏ। ହେଲେ ଜଳବୁନ୍ଦା ଦେଇ ସୂର୍ଯ୍ୟାଲୋକ ଗତିକଲାବେଳେ ଧଳାରଙ୍ଗ ଅପସାରିତ ହୋଇ ବିଭିନ୍ନ ରଙ୍ଗରେ ପରିଣତ ହୋଇଯାଏ। ତେଣୁ ଧଳାରଙ୍ଗ ଇନ୍ଦ୍ରଧନୁରେ ନ ଥାଏ। ଏହିଭଳି ଆହୁରି ଅନେକ ରଙ୍ଗ ଅଛି ଯାହା କିଛି ରଙ୍ଗର ମିଶ୍ରଣରେ ଉତ୍ପନ୍ନ ହୋଇଥାଏ। ଇନ୍ଦ୍ରଧନୁର ରଙ୍ଗପଟିରେ ସେହି ସବୁ ରଙ୍ଗର ମିଶ୍ରଣ ଘଟୁ ନ ଥିବାରୁ ସେହିସବୁ ରଙ୍ଗ ଇନ୍ଦ୍ରଧନୁରେ ଦେଖିବାକୁ ମିଳେନା।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?